ପୁଣିଥରେ ଭାଇଜାନ୍‌ଙ୍କ ସହ ନଜର ଆସିବେ ଦେଶୀଗାର୍ଲ !

Published: Feb 25, 2019, 6:16 pm IST
priyanka chopra works with salman khan again in bollywood movie

ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ପୁଣିଥରେ ଭାଇଜାନଙ୍କ ସହ ନଜର ଆସିବେ ବୋଲି ଆଲୋଚନା ହେଉଛି। ଟେଲିଭିଜନ୍‌ ଶୋ’ ‘କଫି ଉଇଥ୍‌ କରନ୍‌ ୬’ରେ ଆସିଥିବା ପ୍ରିୟଙ୍କା ଏ ସମ୍ପର୍କରେ କିଛି ଈଶାରା ଦେଇଛନ୍ତି । ଯାହାକୁ ନେଇ ଅନୁମାନ କରାଯାଉଛି ଯେ ବହୁତ ଜଲ୍‌ଦି ପିସି ସଲ୍ଲୁଙ୍କ ସହ ନଜର ଆସିବେ ।  ଏହି ଶୋ’ରେ ପିସି ଖୁବ୍‌ଶୀଘ୍ର ସଞ୍ଜୟ ଲିଲା ଭଂସାଲିଙ୍କ ସହ କାମ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ । ନିକଟରେ ସଞ୍ଜୟଲୀଲା ଭଂସାଲୀ ତାଙ୍କ ଆଗାମୀ ପ୍ରୋଜେକ୍ଟରେ ସଲମାନ୍‌ଙ୍କୁ ନେବେ ବୋଲି ମଧ୍ୟ ସୂଚନା ରହିଥିଲା । ଯଦି ଉଭୟ କଥାକୁ ଦେଖାଯାଏ, ତେବେ ଏହାର ନିର୍ଷ୍କଷରେ ଦେଶୀଗାର୍ଲ ଭାଇଜାନ୍‌ଙ୍କ ପୁଣିଥରେ ବଡ଼ପରଦାରେ ନଜର ଆସିବେ ବୋଲି ଅନୁମାନ କରାଯାଉଛି ।  ସୂଚନାଯୋଗ୍ୟ, କିଛିମାସ ପୂର୍ବେ ନିଜ ବିବାହ ପାଇଁ ବ୍ୟସ୍ତ ଥିବା ପିସି ସଲମାନଙ୍କ ଫିଲ୍ମ ‘ଭାରତ’ର କାମ କରିବାକୁ ମନା କରି ଦେଇଥିଲେ। ଯାହାକୁ ନେଇ ସଲମାନ୍‌ ସାମାନ୍ୟ ନାରାଜ ଥିବା ଲକ୍ଷ୍ୟ କରାଯାଉଥିଲା। କିନ୍ତୁ ପିସିଙ୍କ ରିସ୍‌ପେସନ୍‌ ପାର୍ଟିରେ ଭାଇଜାନ୍‌ ନଜର ଆସି ଦୁହିଁଙ୍କ  ମଧ୍ୟରେ ସମ୍ପର୍କ ବେଶ୍‌ ଭଲ ରହିଛି ବୋଲି ପ୍ରମାଣ ଦେଇଥିଲେ । ତେବେ ଭଂସାଲୀଙ୍କ ଫିଲ୍ମରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ, ନା ଅଲଗା ଅଲଗା ତାହା ସମୟ କହିବ ।

Related posts