ଜୟପୁର ଲିଟେରାରୀ ଫେଷ୍ଟିଭାଲରେ କାନ୍ଦିଲେ ଦିୟା : ଇଣ୍ଟରନେଟ୍‌ରେ ସମାଲୋଚନା

Published: Jan 28, 2020, 2:39 pm IST

ଜୟପୁର : ଜୟପୁର ଲିଟେରାରୀ ଫେଷ୍ଟିଭାଲ୍‌ରେ ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା କାନ୍ଦିବା ପରେ ଇଣ୍ଟରନେଟ୍‌ରେ ଏହାକୁ ସମାଲୋଚନା କରାଯାଇଛି । ପରିବେଶ ପରିବର୍ତ୍ତନକୁ ନେଇ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଦିୟା ମିର୍ଜା କାନ୍ଦି ପକାଇଥିଲେ । ପରିବେଶ ପରିବର୍ତ୍ତନ ଏବଂ ବାସ୍କେଟ୍‌ବଲ୍‌ ଖେଳାଳି କୋବ୍‌ ବ୍ରାୟାଣ୍ଟଙ୍କ ମୃତ୍ୟୁକୁ ନେଇ ଦିୟା କାନ୍ଦିଥିଲେ । ପରିବଶବିତ୍‌ ଗ୍ରେଟା ଥନ୍‌ବର୍ଗଙ୍କ ଶସ୍ତା କପି ବୋଲି ଅଭିହିତ କରିଥିଲେ ଟ୍ବିଟ୍ଟର ବ୍ୟବହାରକାରୀ । ଦିୟା ବର୍ତ୍ତମାନ ବଲିଉଡ୍‌ରେ ଚାଲୁନଥିବାରୁ ଶସ୍ତା ଲୋକପ୍ରିୟତା ପାଇଁ ଦିୟା ଏପରି ପଦକ୍ଷେପ ନେଇଛନ୍ତି ବୋଲି ଟ୍ବିଟ୍ଟର ବ୍ୟବହାରକାରୀଙ୍କ ପକ୍ଷରୁ ମତ ପ୍ରକାଶ ପାଇଥିଲା । (ଏଜେନ୍ସୀ)

Related posts