ପ୍ରଶାନ୍ତ କିଶୋର ଏବଂ ପଓ୍ବନ ବର୍ମାଙ୍କୁ ନିଲମ୍ବନ କଲା ଜେଡିୟୁ

Published: Jan 29, 2020, 4:46 pm IST

ପାଟନା : ସାଂସଦ ପ୍ରଶାନ୍ତ କିଶୋର ଏବଂ ପଓ୍ବନ୍‌ ବର୍ମାଙ୍କୁ ଦଳରୁ ନିଲମ୍ବନ କରିଛି ଜେଡିୟୁ । ବୁଧବାର ଦଳର ଉପ ସଭାପତି ତଥା ସାଂସଦ ରହିଥିବା ପ୍ରଶାନ୍ତ କିଶୋର ଏବଂ ପୂର୍ବତନ ସାଂସଦ ପଓ୍ବନ ବର୍ମାଙ୍କୁ ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ନିଲମ୍ବନ କରିଛନ୍ତି ନୀତିଶ କୁମାର । ସିଏଏକୁ ନେଇ ପଓ୍ବନ୍‌ ବର୍ମା ନୀତିଶଙ୍କୁ ଚିଠି ଲେଖିଥିବା ବେଳେ ପ୍ରଶାନ୍ତ କିଶୋର ଏହା ବିରୋଧରେ ଟ୍ବିଟ୍‌ କରିଥିଲେ । ଏହାକୁ ନେଇ ନୀତିଶ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉଭୟ ଚାହିଁଲେ ଦଳ ପରିତ୍ୟାଗ କରିପାରନ୍ତି ବୋଲି ମତ ଦେଇଥିଲେ । ମଙ୍ଗଳବାର ନୀତିଶଙ୍କ ମତ ପରେ ତାଙ୍କର ପତନ ଧାରା ଆରମ୍ଭ ହୋଇଛି ବୋଲି ପ୍ରଶାନ୍ତ କିଶୋର ମତ ଦେବା ପରେ ଦଳ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି ।(ଏଜେନ୍ସୀ)

Related posts