
ସମୀକ୍ଷା ବ୍ୟୁରୋ
ଆସିକା : ଆସିକାଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଘର ସହ ଜଣେ ଯୁବକ ଜୀଅନ୍ତା ଜଳି ଯାଇଥିବାର ଖବର ମିଳିଛି । ମୃତ ଯୁବକ ଜଣକ ହେଉଛନ୍ତି ଧରାକୋଟ ଥାନା ଜି. ଦାମଦରପଲ୍ଲୀ ଗ୍ରାମର । ବିଦ୍ୟୁତ ସର୍ଟସର୍କିଟ୍ ଯୋଗୁଁ ଏପରି ଅଘଟଣ ଘଟିଥିବାର ସୂଚନା ରହିଛି । ନିକଟରେ ଗଞ୍ଜାମ ବ୍ଲକ୍ର ଲୁଙ୍ଗୁରି ଗ୍ରାମରେ ନିଆଁ ଲାଗି ଦୁଇ ଭାଇଙ୍କ ପାଞ୍ଚ ବଖରା ଘର ଜଳିଯାଇଥିଲା । ସର୍ଟସର୍କିଟ୍ କାରଣରୁ ଏହି ନିଆଁ ଲାଗି ଯାଇଥିବାର ସୂଚନା ମିଳିଥିଲା ।