Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଟକୁରା ଗସ୍ତ କଲେ 3 ସଚିବ : ସ୍କୁଲ ନିକଟରେ ଥିବା ମଦ ଦୋକାନ ସିଲ୍‌
ଆଜିର ଖବର

ପାଟକୁରା ଗସ୍ତ କଲେ 3 ସଚିବ : ସ୍କୁଲ ନିକଟରେ ଥିବା ମଦ ଦୋକାନ ସିଲ୍‌

January 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆରମ୍ଭ ହୋଇଛି କାର୍ଯ୍ୟ । ତିନି ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଗଠିତ 3ଟି ଟିମ୍‍ ଅଚାନକ ପାଟକୁରା ଗସ୍ତ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ୍‍ ଯୋଗାଣ ଆଦିର ଅନୁଧ୍ୟାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି.ଏସ୍‍.କୁଟ୍ଟେ, ଅତିରିକ୍ତ ସଚିବ ରୂପା ରୋଶନ ସାହୁ ଓ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍‍ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ । ଏହି ବରିଷ୍ଠ ଅଧିକାରୀମାନେ ପ୍ରତି ପଞ୍ଚାୟତର ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିଥିବାବେଳେ ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ସିଧାସଳଖ ଭେଟିଥିଲେ । ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ସହିତ ସେମାନଙ୍କ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟଜଳ, ସଡକ ଯୋଗାଯୋଗ ଓ ବିଦ୍ୟୁତ୍‍ସେବା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ପାଟକୁରା ନିର୍ବାଚନମଣ୍ଡଳୀର ସାନ ଅଢଙ୍ଗ ଗ୍ରାମପଞ୍ଚାୟତର ଲୋକମାନେ ସ୍ୱତନ୍ତ୍ର ସଚିବ ଶ୍ରୀ କୁଟ୍ଟେ ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ବିଦ୍ୟାଳୟ ନିକଟରେ ଲାଇସେନ୍ସ ପାଇଥିବା ଗୋଟିଏ ମଦ ଦୋକାନ ରହିଥିବା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପରେ ବିଦ୍ୟାଳୟ ନିକଟରେ ଥିବା ମଦ ଦୋକାନକୁ ସିଲ୍‍ କରିଦିଆଯାଇଛି ।

dskutty
Share. Facebook Twitter LinkedIn Email WhatsApp Copy Link

Related Posts

“ଉତ୍ତର ପ୍ରଦେଶ ୨.୦ କୁ ସ୍ୱାଗତ”: ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ମହୁଆ ମୋଇତ୍ରାଙ୍କ ତାଚ୍ଛଲ୍ୟ

July 8, 2026

ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲା: ୟୁପିରୁ ଅଭିଯୁକ୍ତଙ୍କୁ ଗିରଫ କଲା NIA

July 8, 2026

ଏକକାଳୀନ 57ଟି ଇଲେକ୍ଟ୍ରିକ୍ କାର କ୍ରୟ କଲେ ମହାରାଷ୍ଟ୍ର ସରକାର: ଜାଣନ୍ତୁ ଯୋଜନା

July 8, 2026

ଛତ୍ରପୁର ରେଳ ଷ୍ଟେସନରୁ ୪ ନାବାଳକ ଉଦ୍ଧାର

July 8, 2026
Latest News

“ଉତ୍ତର ପ୍ରଦେଶ ୨.୦ କୁ ସ୍ୱାଗତ”: ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ମହୁଆ ମୋଇତ୍ରାଙ୍କ ତାଚ୍ଛଲ୍ୟ

July 8, 2026

ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲା: ୟୁପିରୁ ଅଭିଯୁକ୍ତଙ୍କୁ ଗିରଫ କଲା NIA

July 8, 2026

ଏକକାଳୀନ 57ଟି ଇଲେକ୍ଟ୍ରିକ୍ କାର କ୍ରୟ କଲେ ମହାରାଷ୍ଟ୍ର ସରକାର: ଜାଣନ୍ତୁ ଯୋଜନା

July 8, 2026

ଆଉ ବିଶ୍ୱକୁ ତେଲ ବିକ୍ରୟ କରିପାରିବ ନାହିଁ ଇରାନ: ପୁଣି କଟକଣା ଲଗାଇଲେ ଟ୍ରମ୍ପ

July 8, 2026

ଛତ୍ରପୁର ରେଳ ଷ୍ଟେସନରୁ ୪ ନାବାଳକ ଉଦ୍ଧାର

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.