ଚଳିତ ଦଶନ୍ଧିର ପ୍ରଥମ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Published: Feb 1, 2020, 11:25 am IST

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି । ଲୋକସଭାରେ ବଜେଟ୍‌ ଭାଷଣ ପଢୁଛନ୍ତି ନିର୍ମଳା ସୀତାରମଣ । ଏହା ଦେଶର ଆକାଂକ୍ଷାର ବଜେଟ୍‌ । ଦେଶର ଲୋକଙ୍କୁ ସେବା ଦେବା ଆମର ଲକ୍ଷ୍ୟ । ଏହି ଅବସରରେ ଦିବଙ୍ଗତ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ମନେ ପକାଇବା ସହିତ ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି । ଜିଏସ୍‌ଟି ଲାଗୁ କରିବା ସରକାରଙ୍କ ଐତିହାସିକ ନିଷ୍ପତ୍ତି ।  ଚଳିତ ବଜେଟ୍‌ ଦେଶର ଉଦ୍ଦେଶ୍ୟକୁ ପୂରା କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।  ନିମ୍ନରୁ ନିମ୍ନତମ ସ୍ଥାନରେ ଥିବା ଲୋକଙ୍କ ଉନ୍ନତି କରିବା ସରକାରଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।  ଜିଏସ୍‌ଟି ଜରିଆରେ ଇନ୍ସେପକ୍ଟର ରାଜ୍‌ର ଶେଷ କରିଛୁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଜିଏସ୍‌ଟି ଜରିଆରେ 60 ଲକ୍ଷ କରଦାତାଙ୍କ ସହ ଯୋଡ଼ି ହୋଇଛି । ଜିଏସ୍‌ଟି ଯୋଗୁଁ ପରିବାରର ମାସିକ ଖର୍ଚ୍ଚରେ 4% ପ୍ରତିଶତ ବଞ୍ଚାଯାଇପାରିଛି । ଆମର ଲକ୍ଷ୍ୟ ‘ସବ୍‌କା ସାଥ୍‌ ସବ୍‌କା ବିକାଶ ରହିଛି ବୋଲି କହିଛନ୍ତି ।

2022 ସୁଦ୍ଧା ଚାଷୀମାନଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ ରଖାଯାଇଛି । 6.11 କୋଟି ଚାଷୀଙ୍କୁ ପାଇଁ ବୀମା ଯୋଜନା । ପିଏମ୍‌ କିଶଶନ ଯୋଜନାରୁ ଚାଷୀଙ୍କୁ ସୁବିଧା ମିଳିବ । ଏହା ସହିତ ମତ୍ସ୍ୟପାଳନ, ପଶୁପାଳନ ଧ୍ୟାନ ଦିଆଯିବ ।(ଏଜେନ୍ସି)

Related posts