ବଜେଟ୍‌କୁ ଦୁର୍ବଳ ବୋଲି ଅଭିହିତ କଲେ ରାହୁଲ୍‌

Published: Feb 1, 2020, 4:18 pm IST

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ କରାଯାଇଥିବା ବଜେଟ୍‌କୁ ଦୁର୍ବଳ ବୋଲି ଅଭିହିତ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ କିଛି ବି ଦୃଢ ବ୍ୟବସ୍ଥା କରାଯାଇନାହିଁ । ବେକାରୀ ଦେଶର ବଡ ସମସ୍ୟା ହୋଇଥିବା ବେଳେ ବଜେଟ୍‌ରେ ବେକାରୀ ସମସ୍ୟା ଦୂର କରିବା ପାଇଁ କିଛି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ନୂତନ ନିଯୁକ୍ତି ସୃଷ୍ଟି ପାଇଁ କୌଣସି ଘୋଷଣା କରାଯାଇନଥିବାରୁ ଏହି ବଜେଟ୍‌ ଏକ ଦୁର୍ବଳ ବଜେଟ୍‌ ବୋଲି ରାହୁଲ୍‌ କହିଛନ୍ତି । ସେହିପରି 2008 ମସିହାରେ କଂଗ୍ରେସ ସରକାରଙ୍କ ପରି କୃଷିଋଣ ଛାଡ କରିବା ପାଇଁ ରାହୁଲ ଦାବି କରିଛନ୍ତି । ସେହିପରି ଖାଦ୍ୟ ମାନ୍ଦାବସ୍ଥା 14 ପ୍ରତିଶତ ଅତିକ୍ରମ କରିଥିବା ବେଳେ ସରକାର ଏହା ଉପରେ ନୀରବତା ଅବଲମ୍ବନ କରିବା ନେଇ ରାହୁଲ ପ୍ରଶ୍ନ ଉଠାଇଛନ୍ତି । (ଏଜେନ୍ସୀ)

Related posts