କେରଳରେ କୋରୋନା ଭାଇରସ୍‌ର ଦ୍ବିତୀୟ ସଂକ୍ରମିତ ଚିହ୍ନଟ

Published: Feb 2, 2020, 10:23 am IST

ଥିରୁଅନନ୍ତପୁରମ : କେରଳର ଦ୍ବିତୀୟ କୋରୋନା ଭାଇରସ୍‌ ରୋଗୀ ଚିହ୍ନଟ ହୋଇଛି । ତିନି ଦିନ ପୂର୍ବରୁ ପ୍ରଥମ ରୋଗୀ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ଦ୍ବିତୀୟ ରୋଗୀଙ୍କୁ ଚିହ୍ନଟ କରାଯାଇଛି । କେରଳ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ସଂକ୍ରମିତଙ୍କ ଅବସ୍ଥା ସ୍ଥିର ରହିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସଂକ୍ରମିତ ଉପରେ କଡା ନଜର ରଖାଯାଇଛି । ପୂର୍ବରୁ ଗୁରୁବାର ଦିନ ଚୀନ୍‌ର ୟୁହାନ୍‌ ବିଶ୍ବବିଦ୍ୟାଳୟରେ ପାଠ ପଢୁଥିବା ଜଣେ ଛାତ୍ରଙ୍କ ଠାରେ ଗୁରୁବାର ଦିନ ପ୍ରଥମ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । (ଏଜେନ୍ସି)

Related posts