ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଉ ରହିଲା ହାତଗଣତି କେତୋଟି ଦିନ । ଆଜି ରାଜ୍ୟରେ କ୍ଷମତାସୀନ ସରକାର ‘ଆପ୍’ ନିଜର ଘୋଷଣାପତ୍ର ଜାରି କରିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ୍ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ଏହି ଅବସରରେ ମନୀଷ୍ ସିସୋଦିଆ କହିଛନ୍ତି ଯେ, ଯେତେବେଳେ ଦେଶରେ ଉତ୍ତମ ସ୍ବାସ୍ଥ୍ୟ ସେବା, ସୁରକ୍ଷା, ସମସ୍ତଙ୍କୁ ଖାଦ୍ୟ ଓ ପାନୀୟର ସୁବିଧା ମିଳିବ, ତେବେ ଦେଶ ଆଗକୁ ବଢିବ ।
ଆମ୍ ଆଦ୍ମୀ ପାର୍ଟିର ଘୋଷଣା ପତ୍ରରେ ରହିଥିବା ଘୋଷଣାଗୁଡିକ ହେଲା –
- ଘରେ ଘରେ ସିଧାସଳଖ ଭାବେ ରାସନ୍ କାର୍ଡ ପହଞ୍ଚିବ ।
- ଦିଲ୍ଲୀକୁ ଆଧୁନିକ ସହର କରିବା ସହିତ ପ୍ରଦୂଷଣ କମ୍ କରାଯିବା ଉପରେ କାର୍ଯ୍ୟ କରାଯିବ ।
- 200 ୟୁନିଟି ମାଗଣା ବିଜୁଳି ବ୍ୟବସ୍ଥା ଜାରି ରହିବ ।
- ଗଳି କନ୍ଦିରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯିବ ।
- ଦିଲ୍ଲୀର ମେଟ୍ରୋକୁ 500 କିଲୋମିଟରରୁ ଅଧିକ ବଢାଯିବ ।
- ଯମୁନା ନଦୀକୁ ସୁନ୍ଦରୀକରଣ କରାଯିବ ।
- ମହିଳାଙ୍କ ପାଇଁ ଓ୍ବାର୍କ ଫର୍ମ ହୋମ୍ର ସୁବିଧା ଉପଲବ୍ଧ ହେବ ।
- 10 ଲକ୍ଷ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା
- ସ୍କୁଲ ପାଠ୍ୟକ୍ରମରେ ଦେଶଭକ୍ତି
- ଯୁବକଙ୍କ ପାଇଁ ସ୍ପୋକନ ଇଂଲିଶ୍ କୋର୍ସ
- ସଫେଇକର୍ମୀଙ୍କୁ ନିଯୁକ୍ତି
- 24 ଘଣ୍ଟା ବଜାର ଖୋଲା ରହିବ ।
- ଦିଲ୍ଲୀ ସ୍ବରାଜ ବିଲ୍
- ସେହିପରି ଜନଲୋକପାଳ ବିଲ୍କୁ ପାରିତ ପାଇଁ ସଂଘର୍ଷ ଜାରି ରଖିବ । (ଏଜେନ୍ସି)