Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ଧର୍ମଶାଳାର ରଙ୍ଗଶାଳାକୁ ଭାଙ୍ଗିଦିଆଗଲା: ଲେଖାଶ୍ରୀ
ଆଜିର ଖବର

ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ଧର୍ମଶାଳାର ରଙ୍ଗଶାଳାକୁ ଭାଙ୍ଗିଦିଆଗଲା: ଲେଖାଶ୍ରୀ

February 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର :ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁରଠାରେ ଯେଉଁ ବେଆଇନ ରଙ୍ଗଶାଳାରେ ପିଇଓ ସ୍ମିତାରାଣୀର ହତ୍ୟା କରାଯାଇଥିଲା ଗତକାଲି ସେହି ଘରକୁ ସରକାର ଭାଙ୍ଗିଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା କି, ଯଦି ୨୦୧୮ମସିହାରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେହି ଧର୍ମଶାଳାକୁ ଭଙ୍ଗାଯାଇଥାନ୍ତା ତେବେ ହୁଏତ ଆଜି ସ୍ମିତାରାଣୀ ଜୀବିତ ରହିଥାନ୍ତେ ବୋଲି ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟ ସରକାର କାଗଜରେ ଦେଖାଇଥିଲେ ୨୦୧୮ରେ ସେ ଘର ଭଙ୍ଗାଯାଇଛି କିନ୍ତୁ ସେ ରଙ୍ଗଶାଳାକୁ ଭଙ୍ଗା ଯାଇନଥିଲା । ଯଦିଓ ରାଜ୍ୟସରକାର କହିଛନ୍ତି ତାକୁ ଭାଙ୍ଗିଛନ୍ତି ବୋଲି ତେବେ ଏହି ଭୂତକୋଠିରେ ସ୍ମିତାରାଣୀକୁ ହତ୍ୟା କରାଗଲା ପରେ ହଠାତ୍ ଜିଲ୍ଲା ପ୍ରଶାସନର ସେହି ବେଆଇନ ନିର୍ମିତ ରଙ୍ଗଶାଳାକୁ ଭାଙ୍ଗିବା ପାଇଁ ଏତେ ତତ୍ପରତା କାହିଁକି ବଢିଗଲା ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।

ସ୍ମିତାରାଣୀ ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବା ପାଇଁ ବେଆଇନ ଘରକୁ ଜିଲ୍ଲା ପ୍ରଶାସନ ଦ୍ୱାରା ଭଙ୍ଗାଯାଇଛି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ସ୍ମିତାରାଣୀ ହତ୍ୟା ସମୟରେ ମୁଖ୍ୟ ଅଭିଯୁକ୍ତ ରୂପେଶ୍ ଭଦ୍ରଙ୍କ ସହ ଆଉ ଚାରି ଜଣ ବିଜୁଜନତା ଦଳର ନିର୍ବାଚିତ ପ୍ରତିନିଧି, ରାମକୋ ଅଧିକାରୀ ଉପସ୍ଥିତ ଥିଲେ । ସେଦିନ ରଙ୍ଗଶାଳାରେ କଣ ଘଟଣା ଘଟିଛି ତାହାର ତଥ୍ୟ ପ୍ରମାଣ ସେହି ଘରେ ରହିଥିଲା । ଏବେ ରଙ୍ଗଶାଳାକୁ ଭାଙ୍ଗି ସମସ୍ତ ତଥ୍ୟ ପ୍ରମାଣକୁ ନଷ୍ଟ କରିବା ରଙ୍ଗଶାଳାକୁ ଭାଙ୍ଗିଦିଆଯାଇଛି । ସ୍ମିତାରାଣୀକୁ ହତ୍ୟା କରାଗଲା ପରେ ରଙ୍ଗଶାଳାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଜବରଦସ୍ତି ସେଠାରୁ ଉଚ୍ଛେଦ କରାଯାଇଥିଲା । ତେଣୁ ସିସିଟିଭି କ୍ୟାମେରା ପୋଲିସ ପ୍ରଶାସନ ଜବତ କରି ପାରିନଥିଲା । ରଙ୍ଗଶାଳାକୁ ହୋସପାଇପ୍ ଲଗାଇ ସଫା କରିବାକୁ ଉଦ୍ୟମ କରାଯାଇଥିଲା ବୋଲି ଡ.ସାମନ୍ତସିଂହାର କହିଛନ୍ତି । ଏହି ଘଟଣା ସିବିଆଇ ଦ୍ବାରା ତଦନ୍ତ କରାଯାଉ ବୋଲି ଲେଖାଶ୍ରୀ ଦାବୀ କରିଛନ୍ତି।

bjpodisha Lekhashree
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ୮ ରୁ ପୁଣିଥରେ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି

April 6, 2026

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସମ୍ବନ୍ଧରେ ପ୍ରକୃତ ସ୍ଥିତି

April 6, 2026

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

April 6, 2026

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ଗଞ୍ଜେଇ ସହ କାର୍ ଜବତ

April 6, 2026
Latest News

ଆସନ୍ତା ୮ ରୁ ପୁଣିଥରେ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି

April 6, 2026

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସମ୍ବନ୍ଧରେ ପ୍ରକୃତ ସ୍ଥିତି

April 6, 2026

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

April 6, 2026

ବଙ୍ଗୋପସାଗର ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଡ଼ା ନଜର

April 6, 2026

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ଗଞ୍ଜେଇ ସହ କାର୍ ଜବତ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.