ଗମ୍ଭାରୀମୁଣ୍ଡା: ଭେରାଇଟ୍‌ ଷ୍ଟୋର୍‌ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ

Published: Feb 11, 2020, 10:00 am IST

ସୀତାରାମ ଅଗ୍ରଓ୍ବାଲ

ଗମ୍ଭାରୀମୁଣ୍ଡା: ଗମ୍ଭାରୀମୁଣ୍ଡା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ସାମ୍ନାରେ ରହିଥିବା ଏକ ଭେରାଇଟ୍‌ ଷ୍ଟୋର୍‌ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଛି। ଗତକାଲି ମଧ୍ୟ ରାତ୍ରରେ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏହି ଭେରାଇଟ୍‌ ଷ୍ଟୋରର ମାଲିକ ହେଉଛନ୍ତି ସମୀର ବାରିକ୍‌। ସମୀର ଗମ୍ଭାରୀମୁଣ୍ଡାର ଖଜୁରିଆ ଗ୍ରାମରେ ରହୁଥିବାବେଳେ ତାଙ୍କ ଦୋକାନ ପୋଡ଼ି ଯାଇଥିବା ନେଇ ଗମ୍ଭାରୀମୁଣ୍ଡା ଫାଣ୍ଠିରେ ଅଭିଯୋଗ କରିଛନ୍ତି। କେହି ଦୁର୍ବୃତ୍ତ ଉଦ୍ଦେଶ୍ୟମୂଳକ ଭାବରେ ଏପରି କାମ କରିଥିବାର ସେ ଅଭିଯୋଗ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ଗୋଟେ ଫ୍ରିଜ୍‌ ସମେତ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ଓ ଦୋକାନରେ ରଖିଥିବା ସାତ ହଜାର ଟଙ୍କା ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ଦୋକାନର ମାଲିକଙ୍କ କହିବାନୁସାରେ ଗତକାଲି ରାତ୍ରି ୧୦ଟା ସମୟରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିବାବେଳେ ରାତ୍ରି ୧ଟାରେ ତାଙ୍କ ଦୋକାନରେ ନିଆଁ ଲାଗିଥିଲା। ନିଆଁ ଲଗାଇଥିବା ଦୁର୍ବୃ୍ତ୍ତଜଣଙ୍କୁ ଗିରଫ କରିବା ସହିତ କାର୍ଯ୍ୟାନୁଷ୍ଠାନ କରିବା ନେଇ ସେ ଫାଣ୍ଠିରେ ଅଭିଯୋଗ କରିଛନ୍ତି।

Related posts