ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ନିର୍ବାଚନମଣ୍ଡଳୀର ନାଉଗାଁ ବ୍ଲକ୍ ଅନ୍ତର୍ଗତ ରୋହିଆ ପଂଚାୟତରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନାଉଗାଁ ବ୍ଲକ୍ ସଭାପତି ସୁଜିତ୍ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ଯୋଗଦେଇଥିବା ଶତାଧିକ ଲୋକ ମୁଖ୍ୟଅତିଥି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଏକ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ନେଇଥିଲେ। ବିଧାୟକ ସଭାସ୍ଥଳରେ ପହଂଚିବା ପରେ ତାଙ୍କୁ ନାରୀନେତ୍ରୀ ମଞ୍ଜୁଲତା ମହାନ୍ତି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଉକ୍ତ ସମ୍ମିଳନୀରେ ପଂଚାୟତର ନାଏବ ସରପଂଚ ପୁଷ୍ପଲତା ଦେଈଙ୍କ ସମେତ ଅନେକ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ପ୍ରଶାନ୍ତ ନାୟକ,ଜଟାଧାରୀ ସ୍ୱାଇଁ,ଦେବେନ୍ଦ୍ର ମଲିକ,ବାବୁଲି ରାଉତ,ପ୍ରମୂଖ ବିଜେଡି ଦଳରେ ସାମିଲ ହୋଇଥିଲେ। ଏଥିସହିତ ରୋହିଆ ପଂଚାୟତରେ ୨କୋଟିର ଅନୁଦାନ ରାଶି ପଡିରହିଥିବା ସମସ୍ୟାକୁ ସମାଧାନ କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ବିଧାୟକ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏହି ସମ୍ମିଳନୀରେ ବ୍ଲକ୍ ଅଧ୍ୟକ୍ଷ ଜଗନ୍ନାଥ ଦାସ, ଜିଲ୍ଲା ବିଜୁ କୃଷକମୋର୍ଚ୍ଚାର ସଭାପତି ପ୍ରକାଶ ଚନ୍ଦ୍ର ବସ୍ତିଆ,ରୋହିଆ ପଂଚାୟତର ବିଜେଡି ସଭାପତି ବିଷ୍ଣୁ ସାହୁ, ଧନେଶ୍ୱର ନାୟକ, ଅମୀୟ ମହାନ୍ତି, ଶମ୍ଭୁନାଥ ନାୟକ, ରବିନ୍ଦ୍ର ସ୍ୱାଇଁ, ପ୍ରମୋଦ ମହାନ୍ତି, ସମିର ମହାନ୍ତି, ନଗେନ୍ଦ୍ର ମହାନ୍ତି, ଦିଲ୍ଲିପ ମହାନ୍ତିଙ୍କ ସମେତ ଶତାଧିକ ବିଜେଡି କର୍ମୀ ଯୋଗଦେଇଥିଲେ।