କୋରୋନା ସଂକ୍ରମଣ ସନ୍ଦେହରେ ଆନ୍ଧ୍ର ବ୍ୟକ୍ତିଙ୍କ ଆତ୍ମହତ୍ୟା

Published: Feb 12, 2020, 1:28 pm IST

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶରେ ଚିତୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । କୋରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଆଶଙ୍କା କରି 50 ବର୍ଷୀୟ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ଚିତୁର୍‌ର ଶ୍ରୀକାଲହସ୍ତିରେ ଏହି ଅଘଟଣ ଘଟିଛି । ଚିତୁରର 50 ବର୍ଷୀୟ ବାଲାକ୍ରିଷ୍ଣାୟା ନିଜ ପରିବାରର ସମସ୍ତଙ୍କୁ ବନ୍ଦ କରି ଆତ୍ମହତ୍ୟା କରିଛନ୍ତି । ବାଲାକ୍ରିଷ୍ଣାୟାଙ୍କୁ ଥଣ୍ଡା ଏବଂ ଛାତିରେ ଯନ୍ତ୍ରଣା ହେଉଥିବା ନେଇ ତିରୁପତିର ରୁଇଆ ହସ୍ପିଟାଲ୍‌ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମାସ୍କ ପିନ୍ଧିବା ପାଇଁ କହିଥିଲେ । ଏହାକୁ ନେଇ ବାଲାକ୍ରିଷ୍ଣାୟା ନିଜକୁ କୋରୋନା ସଙ୍କ୍ରମିତ ବୋଲି ମନେ କରିବା ସହିତ ଆତ୍ମହତ୍ୟା କରିଥିଲେ । ଏହାପରେ ପରିବାରର କାହାକୁ ନିଜ ନିକଟକୁ ଆସିବାକୁ ନ ଦେବା ସହିତ ମଙ୍ଗଳବାର ରାତିରେ ସମସ୍ତଙ୍କୁ ଘରେ ବନ୍ଦ କରି ଆତ୍ମହତ୍ୟା କରିଥିଲେ । (ଏଜେନ୍ସି)

Related posts