ଲକ୍ଷ୍ନୌ କୋର୍ଟରେ ପେଟ୍ରୋଲ ବୋମା ମାଡ: ଦୁଇ ଓକିଲ ଆହତ

Published: Feb 13, 2020, 3:03 pm IST

ଲକ୍ଷ୍ନୌ : ଲକ୍ଷ୍ନୌର ଏକ କୋର୍ଟରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଦୁଇ ଜଣ ଓକିଲ ଆହତ ହୋଇଛନ୍ତି । ଜନୈକ ଓକିଲଙ୍କ ଚାମ୍ବରକୁ ଏହି ପେଟ୍ରୋଲ ବୋମା ଫୋପଡା ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଉତ୍ତର ପ୍ରଦେଶ ବିଧାନସଭା ନିକଟରୁ ମାତ୍ର 1 କିମି ଦୂରରେ ରହିଥିବା କୋର୍ଟରେ ଏହି ବିସ୍ଫୋରଣ ଘଟିଥିଲା । ଏହା ସହିତ ପୋଲିସ୍‌ ଘଟଣାସ୍ଥଳରୁ 3ଟି ପେଟ୍ରୋଲ ବମ୍‌ ଜବତ କରାଯାଇଛି । ବାର୍‌ ଆସୋସିଏସନ୍‌ ଯୁଗ୍ମ ସଚିବ ସଞ୍ଜୀବ ଲୋଧୀଙ୍କ ଚାମ୍ବର ଉପରକୁ ବୋମା ମାଡ କରାଯାଇଥିବା ବେଳେ ଅନ୍ୟ ଜଣେ ଓକିଲ ଜିତୁ ଯାଦବଙ୍କୁ ଏହି ଘଟଣା ପାଇଁ ଦାୟୀ କରାଯାଇଛି । (ଏଜେନ୍ସି)

Related posts