ହେମାଙ୍ଗ ପ୍ରସାଦ ରାଉଳ
କଟକ: ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ ମେଣ୍ଢରାଜପୁର ଡଙ୍ଗଲପାଡୁ ଗ୍ରାମ୍ୟ ରାସ୍ତାରେ 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଘଟିଥିବା ବସ୍ ଦୁର୍ଘଟଣାରେ ଆହତ ହୋଇ ଏସ୍ସିବି ମେଡ଼ିକାଲ୍ କଲେଜରେ ସ୍ବତନ୍ତ୍ର ଭାବରେ ଚିକିତ୍ସିତ ହେଉଥିବା ବ୍ୟକ୍ତିବିଶେଷଙ୍କ ଚିକିତ୍ସା ସମ୍ପର୍କରେ ବୁଝିବା ନିମେନ୍ତ ଗତକାଲି ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଗସ୍ତ କରିଥିଲେ । ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଚିକିତ୍ସା ସମ୍ପର୍କରେ ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ପଚାରି ବୁଝିଥିଲେ । ଚିକିତ୍ସିତ ହେଉଥିବା ରୋଗୀଙ୍କ ପରିବାରବର୍ଗଙ୍କ ସହିତ ମନ୍ତ୍ରୀ ଆଲୋଚନା କରି ଚିକିତ୍ସା ନିମେନ୍ତ ସମସ୍ତ ପ୍ରକାର ସହଯୋଗ ସରକାରଙ୍କ ଦ୍ବାରା କରାଯାଉଛି, ସବୁ ଚିକିତ୍ସା ଅର୍ଥ ସରକାର ବହନ କରିବେ ବୋଲି ଜଣାଇଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତରେ ଶକ୍ତି ବିଭାଗ ଶାସନ ସଚିବ ବିଷ୍ଣୁପଦ ସେଠୀ, ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅରୁଣ ବୋଥ୍ରା, ବିଦ୍ୟୁତ୍ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ତଥା ପ୍ରମୁଖ ବିଦ୍ୟୁତ ନିରୀକ୍ଷକ ସନ୍ତୋଷ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।