ଗୁଜରାଟରେ ଲଜ୍ଜା : ଶାରିରୀକ ପରୀକ୍ଷଣ ପାଇଁ 100 ଅଧିକ ମହିଳାଙ୍କୁ ଉଲଗ୍ନ କଲେ କର୍ତ୍ତୃପକ୍ଷ

Published: Feb 21, 2020, 2:45 pm IST

ସୁରଟ : ଗୁଜରାଟରେ ଏକ ନିନ୍ଦନୀୟ ଘଟଣା ସମ୍ମୁଖକୁ ଆସିଛି । ସୁରଟର ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଶାରିରୀକ ପରୀକ୍ଷଣ ନାମରେ ଉଲଗ୍ନ କରାଯାଇଛି । ସୁରତ ମ୍ୟୁନିସିପାଲ୍‌ କର୍ପୋରେସନ୍‌ ଦ୍ବାରା ପରିଚାଳିତ ଏହି ହସ୍ପିଟାଲରେ କାର୍ଯ୍ୟରତ ମହିଳା କିରାଣୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଏହି ଘଟଣା ଘଟିଥିଲା । 10 ଜଣ ପରୀକ୍ଷକଙ୍କ ସମ୍ମୁଖରେ ମହିଳାମାନଙ୍କୁ ଉଲଗ୍ନ କରାଯାଇ ଛିଡା କରାଯାଇଥିବା ବେଳେ ଗାଏନୋକୋଲୋଜିକାଲ୍‌ ଫିଙ୍ଗର ଟେଷ୍ଟ ମଧ୍ୟ ସମ୍ପନ୍ନ କରାଯାଇଥିଲା । ଏହି ପରୀକ୍ଷଣ ସହିତ ମହିଳା କର୍ମଚାରୀଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା । ପୂର୍ବରୁ ଗର୍ଭଧାରଣ କରିଛନ୍ତି କି ନାହିଁ ବୋଲି ଅବିବାହିତ କର୍ମଚାରୀଙ୍କୁ ପ୍ରଶ୍ନ କରାଯାଇଥିଲା । ଏପରି ପରୀକ୍ଷଣକୁ  କର୍ମଚାରୀ ସଙ୍ଘର ସମ୍ପାଦକ ଏଏ ଶେଖ୍‌ ନିନ୍ଦା କରିଛନ୍ତି ।

Related posts