ବାଲୁକା କଳାରେ ଟ୍ରମ୍ପଙ୍କୁ ସ୍ବାଗତ କଲେ ସୁଦର୍ଶନ

Published: Feb 23, 2020, 1:31 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ତାଙ୍କର ସ୍ବାଗତ ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଅନନ୍ୟ କଳାକୃତି ପ୍ରଦର୍ଶନ କରିଛନ୍ତି । ଏକ ବାଲୁକା କଳାକୃତି ଜରିଆରେ ଆମେରିକୀୟ ରାଷ୍ଟ୍ରପତି ଏବଂ ପ୍ରଥମ ମହିଳାଙ୍କୁ ନିଜର ବାଲୁକା କଳା ଜରିଆରେ ସ୍ବାଗତ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅନ୍ତର୍ଜାତୀୟ ବାଲୁକା ଶୀଳ୍ପି ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା କଳା ଆଙ୍କିଛନ୍ତି । ଟ୍ରମ୍ପ ଦମ୍ପତ୍ତି ଆସନ୍ତା 24 ଏବଂ 25 ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ତାଜମହଲ ପ୍ରଚ୍ଛଦପଟ୍ଟରେ ଅଙ୍କିତ ଏହି ବାଲୁକାକଳାରେ ଟ୍ରମ୍ପ ଦମ୍ପତ୍ତିଙ୍କୁ ଭାରତକୁ ସ୍ବାଗତ ବୋଲି ସୁଦର୍ଶନ ଲେଖିଛନ୍ତି । ଟ୍ରମ୍ପ ଦମ୍ପତ୍ତିଙ୍କ ସହିତ ଝିଅ ଇଭାଙ୍କା ଟ୍ରମ୍ପ ଏବଂ ଜ୍ବାଇଁ ଏହି ଗସ୍ତରେ ଟ୍ରମ୍ପଙ୍କ ସହିତ ରହିଛନ୍ତି । ଏହି ଗସ୍ତରେ ଟ୍ରମ୍ପ ଦମ୍ପତ୍ତି ପ୍ରଥମେ ଅହମଦାବାଦ ଏବଂ ଆଗ୍ରା ଗସ୍ତ କରିବା ପରେ ଦ୍ବିପାକ୍ଷିକ କଥାବାର୍ତ୍ତା ପାଇଁ ଦିଲ୍ଲୀ ଗସ୍ତ କରିବେ ।

Related posts