Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପ୍ ଓ ବିଡେନ୍‌ଙ୍କ ମଧ୍ୟରେ ଚାଲିଛି କଡ୍ଡା ଟକ୍କର

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଡେନ୍‌ ଓ ଟ୍ରମ୍ପ୍‌ଙ୍କ ମଧ୍ୟରୁ  କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି, ତାହା ଆଜି ସ୍ପଷ୍ଟ ହେବ । ବର୍ତ୍ତମାନ ସୁଦ୍ଧା ଇଲେକ୍ଟୋରାଲ୍ ଭୋଟରେ ଆଗରେ ଅଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ । ସେ 223ଟି ଇଲେକ୍ଟୋରାଲ ଭୋଟ ସହ ଆଗୁଆ ରହିଥିଲା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି 148 ଇଲେକ୍ଟୋରାଲ୍ ଭୋଟ୍ ।ପ୍ରାଥମିକ ପର୍ଯ୍ୟାୟରେ ଗଣତିରୁ ଜଣାପଡ଼ିଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ପ୍ରତିନ୍ଦ୍ୱନ୍ଦୀ ଜୋ ବିଡେନଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି ।ତେବେ ଆସନ୍ତୁ ଜାଣିବା ଟ୍ରମ୍ପ୍‌ ଓ ବିଡେନ୍‌ କେଉଁ କେଉଁ ରାଜ୍ୟ ଜିତିଛନ୍ତି । ତେବେ ଏବେସୁଦ୍ଧା 41ଟି ରାଜ୍ୟର ଫଳାଫଳ ଆସିଥିବାବେଳେ ମାତ୍ର 9ଟି ରାଜ୍ୟର ଫଳାଫଳ ଆସିବାକୁ ବାକି ରହିଛି । ପେନ୍‌ସ୍ଲେଭିଆ ଓ ଜର୍ଜିଆରେ ଟ୍ରମ୍ପ୍‌ ଆଗୁଆ ରହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଟ୍ରମ୍ପ୍‌ ଫ୍ଲୋରିଡା, ସାଉଥ୍‌ ଡାକଟୋ, ମିସୌରୀ, ଲୁହସନିଆ, ନେବ୍ରାସ୍କା, ନର୍ଥ ଡାକ୍ଟୋ, ଅରକାନ୍ସ, ଅଲବାମା, ମିସିସିପି, ଓକ୍ଲାହୋମା, ଟେନେସି, କେଣ୍ଟକୀ, ଓ୍ବେଷ୍ଟ ଭର୍ଜିନିଆ, ଓ୍ବୋମିଙ୍ଗ, ଇଣ୍ଡିଆନା, ଟେକ୍ସାସ, ସାଉଥ୍‌ କ୍ୟାରେଲିନା ଓ ଆକ୍ଲାହୋମା ପ୍ରମୁଖ ରାଜ୍ୟ ଜିତିଥିବାର ସୂଚନା ରହିଛି । ସେହିପରି ଭର୍ଜିନିଆ, କାଲିଫର୍ଣ୍ଣିଆ, କାଲୋରାଡା, ନ୍ୟୁ ହେମ୍ପସାୟର୍‌ଏ ଡିଷ୍ଟିକ୍ଟ ଅଫ୍‌ କଲମ୍ବିଆ, ନ୍ୟୁୟର୍କ, ଓ୍ବମୋର୍ଟ, କନୋକିଟ୍ଟ, ଡେଲାଓ୍ବେୟର, ଇଲିନୋଇସ୍‌, ମେରୀଲାଣ୍ଡ, ମୈସାଚୁସେଟସ୍‌, ନ୍ୟୁଜର୍ସି ଓ ରୋଡ୍‌ ଆଇଲାଣ୍ଡ ପ୍ରମୁଖ ରାଜ୍ୟ ବାଇଡେନ୍‌ଙ୍କଭାଗରେ ପଡିଛି ।

ବର୍ତ୍ତମାନ ସୁଦ୍ଧା ଡେମୋକ୍ରାଟିକ୍ ପାର୍ଟି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭରେ ବହୁମତ ହାସଲ ଦିଗରେ ଅଗ୍ରସର ହେଉଛି । ସିନେଟ ପାଇଁ ରିପବ୍ଲିକାନ୍ ପାର୍ଟି ଓ ଡେମୋକ୍ରାଟିକ୍ ପାର୍ଟି ମଧ୍ୟରେ କଡ଼ା ମୁକାବିଲ ହେଉଛି ।

ମତଗଣନା ପୂର୍ବରୁ ହ୍ୱାଇଟ ହାଉସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ୟୁଏସ ସୁରକ୍ଷାକର୍ମୀ ଓ ଗୁଇନ୍ଦା ସଂସ୍ଥା ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଆଖପାଖ ଅଂଚଳରେ ଯାଉଥିବା ଲୋକଙ୍କୁ ଉପରେ ମଧ୍ୟ ନଜର ରଖାଯାଉଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆମେରିକା ନିର୍ବାଚନ : ଟ୍ରମ୍ପଙ୍କ ରାଲିରେ 30 ହଜାର ଲୋକ କରୋନା ସଂକ୍ରମିତ ହେବା ସହ 700 ମୃତ୍ୟୁ

ଆମେରିକା : ଆମେରିକାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ।  କିନ୍ତୁ ନିର୍ବାଚନ ଆଗରେ ଜୀବନ ଫିକା ପଡିଥିବାର ଦେଖାଯାଇଛି । ଆମେରିକାରେ କରୋନା ସଂକ୍ରମଣ ବଢୁଥିବାବେଳେ ନିର୍ବାଚନୀ ରାଲି ମଧ୍ୟ ଚାଲିଛି । ତେବେ ଏନେଇ ଏକ  ବଡ ଖବର ସାମ୍ନାକୁ ଆସିଛି । ନିର୍ବାଚନ ପାଇଁ ଟ୍ରମ୍ପ କରିଥିବା 18ଟି ରାଲିରେ ଯୋଗ ଦେଇ ପ୍ରାୟ 30,000 ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଏହା ସହ 700 ଲୋକ ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି ବୋଲି ସୁଚନା ଦେଇଛନ୍ତି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ । ଏହି ୟୁନିଭର୍ସିଟି ଗବେଷକମାନେ କିଛି ଦିନ ପୂର୍ବରୁ ସାମୂହିକ ଲୋକଙ୍କୁ ନେଇ କରାଯାଉଥିବା ସଭାରେ କୋଭିଡ୍‌ର ପ୍ରଭାବ ଶୀର୍ଷକ ଅଧ୍ୟୟନ ଆରମ୍ଭ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ କରୋନାରେ ଆକ୍ରାନ୍ତ

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ନିଜେ ରାଷ୍ଟ୍ରପତି ଟ୍ରମ୍ପ ଏନେଇ ଘୋଷଣା କରିଛନ୍ତି। ସେ ଆଜି ଏକ ଟୁଇଟ୍‌ରେ କହିଛନ୍ତି, “ଆଜି ରାତିରେ, @ ଫ୍ଲୋଟସ୍ ଏବଂ ମୁଁ କୋଭିଡ -୧୯ ପାଇଁ ପଜିଟିଭ୍ ହୋଇଛୁ। ଆମେ ତୁରନ୍ତ ଆମର କ୍ଵାରେଣ୍ଟିନ ପ୍ରକ୍ରିୟା ଆରମ୍ଭ କରିବୁ।

କରୋନା ଆକ୍ରାନ୍ତ ପରାମର୍ଶଦାତା ହୋପ୍‌ ହିକ୍ସଙ୍କ ସଂସ୍ପର୍ଶରେ ଆସିଥିଲେ ଟ୍ରମ୍ପ୍‌ । ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର 3 ତାରିଖରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ନିର୍ବାଚନୀ ପ୍ରଚାରରେ ପ୍ରତିବନ୍ଧକ ଲାଗିବା ନେଇ ସମ୍ଭାବନା ରହିଛି ।

 

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ସାମ୍ବାଦିକ ମାନେ ପୁଲିତ୍‌ଜର ପୁରସ୍କାରକୁ ପ୍ରତ୍ୟାବର୍ତ୍ତନ କରିବା ଉଚିତ୍‌ : ଟ୍ରମ୍ପ

ନ୍ୟୁୟର୍କ : ସାମ୍ବାଦିକ ମାନେ ପୁଲିତଜର ପୁରସ୍କାର ଫେରାଇବା ଉଚିତ୍‌ ବୋଲି ମନ୍ତବ୍ୟ ଦେଇଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଋଷ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ସର୍ବଦା ମିଥ୍ୟା ଖବର ପ୍ରକାଶନ ପାଇଁ ପ୍ରଦାନ କରାଯାଇଥାଏ ତେଣୁ ଏହି ପୁରସ୍କାରକୁ ସମସ୍ତେ ପ୍ରତ୍ୟାବର୍ତ୍ତନ କରିବା ଉଚିତ୍‌ ବୋଲି ଟ୍ରମ୍ପ ମତ ଦେଇଛନ୍ତି । ସାମ୍ବାଦିକତା ପାଇଁ ପ୍ରଦତ୍ତ ଏହି ସର୍ବୋଚ୍ଚ ସମ୍ମାନ ନିଜର ନିଜସ୍ବତା ହରାଇ ସାରିଛି ତେଣୁ ଏହି ପୁରସ୍କାରକୁ ଫେରାଇବା ଉଚିତ୍‌ ବୋଲି ହ୍ବାଇଟ୍‌ହାଉସ୍‌ରେ ଏକ ପ୍ରେସ୍‌ମିଟ୍‌ରେ ମତ ଦେଇଛନ୍ତି ଟ୍ରମ୍ପ । ମିଥ୍ୟା ଖବର ପାଇଁ ଏଭଳି ପୁରସ୍କାର ପ୍ରଦାନ କରୁଥିବାରୁ ପୁଲିତ୍‌ଜର କମିଟିକୁ ମଧ୍ୟ ବରଖାସ୍ତ କରାଯିବା ଉଚିତ୍‌ ବୋଲି ଟ୍ରମ୍ପ ମତ ଦେଇଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଫଣ୍ଡିଂ ବନ୍ଦ କରିବା ନେଇ ଟ୍ରମ୍ପଙ୍କ ସୂଚନା

ନ୍ୟୁୟର୍କ : ସମଗ୍ର ବିଶ୍ବରେ ତଥା ଆମେରିକାରେ କରୋନାର ତାଣ୍ଡବ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଦାୟୀ କରିଛି ଆମେରିକା । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଦାୟୀ କରିବା ସହିତ ଆଗାମୀ ଦିନରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଫଣ୍ଡିଂ ବନ୍ଦ କରିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି । ଚୀନ୍‌ରେ କରୋନା ଭାଇରସ୍‌ ବ୍ୟକାପିବା ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଇନଥିଲା ।ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅପାରଗତା କାରଣରୁ କରୋନା ଏକ ବିଶ୍ବ ସଙ୍କଟର ରୂପ ନେଇଥିଲା । ତେଣୁ ଆସନ୍ତା ବର୍ଷ ଠାରୁ ଆମେରିକା ଏହାର ଫଣ୍ଡି ବନ୍ଦ କରିବାର ନିଷ୍ପତ୍ତି ନେଇଛି ବୋଲି ଟ୍ରମ୍ପ ମତ ଦେଇଥିଲେ । ଟ୍ରମ୍ପଙ୍କ ଏହି ମତ ପରେ ମିଳିତ ଜାତିସଙ୍ଘ ସାଧାରଣ ସମ୍ପାଦକ ଆଣ୍ଟୋନିଓ ଗଟେରସ୍‌ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏପରି ସଙ୍କଟ ସମୟରେ ସମଗ୍ର ବିଶ୍ବ ଏକତ୍ରିତ ହୋଇ କାମ କରିବା ଉଚିତ୍‌ ବୋଲି ଗଟେରସ୍‌ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

କରୋନା ପ୍ରଭାବ : ୧୪ ଦିନରେ ୭ ଲକ୍ଷ ଛଟେଇ

ନୂଆଦିଲ୍ଲୀ : କରୋନା ପ୍ରଭାବରେ ସମଗ୍ର ବିଶ୍ୱର ଅର୍ଥନୀତି ତଳୁଆ ରହିଥିବା ବେଳେ ଆମେରିକା ଏହା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବିଗତ ଦୁଇ ସପ୍ତାହ ମଧ୍ୟରେ ୭ ଲକ୍ଷ ଆମେରିକୀୟଙ୍କୁ ଚାକିରିରୁ ଛଟେଇ କରାଯାଇଛି । ଦୁଇ ସପ୍ତାହ ମଧ୍ୟରେ ବେକାରୀ ସମସ୍ୟା ୩.୫ରୁ ବୃଦ୍ଧି ପାଇ ୪.୪ ପ୍ରତିଶତରେ ପହଞ୍ଚିଥିବା ନେଇ ଟ୍ରମ୍ପ ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ସର୍ବାଧିକ ବାର୍‌, ରେଷ୍ଟୁରାଣ୍ଟ ଏବଂ ରିଟେଲ୍ ସପ୍‌ରେ କାମ କରୁଥିଲେ । ଏହି ପରସ୍ଥିତି ଆହୁରି ଗମ୍ଭୀର ରୂପ ନେବା ସହିତ ଆଗାମୀ ଦିନରେ ଅଧିକ ଛଟେଇର ସମ୍ଭାବନା ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଛଟେଇ ୨୦୦୯ ମାନ୍ଦାବସ୍ଥା ସମୟର ୮ ଲକ୍ଷ ଛଟେଇକୁ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

କୋରୋନା ଚିକିତ୍ସା ପାଇଁ କ୍ଲୋରୋକ୍ବିନ୍‌ ବ୍ୟବହାର କରୁଛି ଆମେରିକା : ଟ୍ରମ୍ପ

ଓ୍ବାଶିଂଟନ୍‌ : କୋରୋନା ଭାଇରସ୍‌ର ମୁକାବିଲା ପାଇଁ ମ୍ୟାଲେରିଆ ଜ୍ବରର ଔଷଧ ବ୍ୟବହାର କରୁଛି ଆମେରିକା । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏହି ଘୋଷଣା କରିଛନ୍ତି । ମ୍ୟାଲେରିଆ ଜ୍ବରର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା କ୍ଲୋରୋକ୍ବିନ୍‌କୁ ଆମେରିକାରେ ବ୍ୟବହାର କରାଯାଉଛି । କୋଭିଡ୍‌-19 ପାଇଁ ଅଦ୍ୟାବଧି କୌଣସି ଟୀକାର ଆବିଷ୍କାର ହୋଇନଥିବା ବେଳେ ଆମେରିକୀୟ ଚିକିତ୍ସାବିଜ୍ଞାନୀ ମାନେ କ୍ଲୋରୋକ୍ବିନ୍‌ର ବ୍ୟବହାର କରୁଛନ୍ତି । ଦୁଇ ଦିନ ପୂର୍ବରୁ ଟେସ୍‌ଲାର ପ୍ରତିଷ୍ଠାତା ଏଲନ୍‌ ମସ୍କ ସରକାରଙ୍କୁ ଏହି ପରାମର୍ଶ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, 1944 ମସିହାରୁ ମ୍ୟାଲେରିଆର ଚିକିତ୍ସା ପାଇଁ କ୍ଲୋରୋକ୍ବିନ୍‌ ବ୍ୟବହୃତ ହେଉଛି । କୋଭିଡ୍‌-19 ଚିକିତ୍ସା ପାଇଁ ଏଭଳି ଉପାୟ ଅବଲମ୍ବନ ବିଶ୍ବରେ ପ୍ରଥମ ନୁହେଁ । ପୂର୍ବରୁ ରାଜସ୍ଥାନର କିଛି ଚିକିତ୍ସକ ଏଡ୍‌ସ ଔଷଧର ବ୍ୟବହାର କରି ତିନି ଜଣ ସଂକ୍ରମିତଙ୍କୁ ସୁସ୍ଥ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରେ ସିଏଏ ହିଂସାକାଣ୍ଡ ଓ ପୋଡାଜଳା

ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ସିଏଏ ବିରୋଧୀ ହିଂସାକାଣ୍ଡ ଏବଂ ପୋଡାଜଳା ସଙ୍ଗଠିତ ହୋଇଛି । 24 ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଦିଲ୍ଲୀରେ ଦ୍ବିତୀୟ ଥର ପାଇଁ ହିଂସାକାଣ୍ଡ ଘଟିଛି । ଦିଲ୍ଲୀର କବୀର ନଗର ଅଞ୍ଚଳ ଏବଂ ମୌଜପୁର ମେଟ୍ରୋ ଷ୍ଟେସନ୍‌ ଅଞ୍ଚଳରେ ଏହି ହିଂସାକାଣ୍ଡ ଘଟିଛି । ଏହା ସହିତ ଉକ୍ତ ଭିଡିଓରେ ଆକ୍ରମଣକାରୀ ମାନେ ଜୟ ଶ୍ରୀରାମ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ଆକ୍ରମଣକାରୀଙ୍କ ଉପରକୁ ପୋଲିସ୍‌ ପକ୍ଷରୁ ଲାଠିଚାଳନା କରାଯାଇଥିବା ବେଳେ ଆକ୍ରମଣକାରୀଙ୍କ ପକ୍ଷରୁ ଏକ ଅଟୋରେ ନିଆଁ ଲଗାଇ ଦିଆଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଲୁକା କଳାରେ ଟ୍ରମ୍ପଙ୍କୁ ସ୍ବାଗତ କଲେ ସୁଦର୍ଶନ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ତାଙ୍କର ସ୍ବାଗତ ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଅନନ୍ୟ କଳାକୃତି ପ୍ରଦର୍ଶନ କରିଛନ୍ତି । ଏକ ବାଲୁକା କଳାକୃତି ଜରିଆରେ ଆମେରିକୀୟ ରାଷ୍ଟ୍ରପତି ଏବଂ ପ୍ରଥମ ମହିଳାଙ୍କୁ ନିଜର ବାଲୁକା କଳା ଜରିଆରେ ସ୍ବାଗତ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅନ୍ତର୍ଜାତୀୟ ବାଲୁକା ଶୀଳ୍ପି ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା କଳା ଆଙ୍କିଛନ୍ତି । ଟ୍ରମ୍ପ ଦମ୍ପତ୍ତି ଆସନ୍ତା 24 ଏବଂ 25 ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ତାଜମହଲ ପ୍ରଚ୍ଛଦପଟ୍ଟରେ ଅଙ୍କିତ ଏହି ବାଲୁକାକଳାରେ ଟ୍ରମ୍ପ ଦମ୍ପତ୍ତିଙ୍କୁ ଭାରତକୁ ସ୍ବାଗତ ବୋଲି ସୁଦର୍ଶନ ଲେଖିଛନ୍ତି । ଟ୍ରମ୍ପ ଦମ୍ପତ୍ତିଙ୍କ ସହିତ ଝିଅ ଇଭାଙ୍କା ଟ୍ରମ୍ପ ଏବଂ ଜ୍ବାଇଁ ଏହି ଗସ୍ତରେ ଟ୍ରମ୍ପଙ୍କ ସହିତ ରହିଛନ୍ତି । ଏହି ଗସ୍ତରେ ଟ୍ରମ୍ପ ଦମ୍ପତ୍ତି ପ୍ରଥମେ ଅହମଦାବାଦ ଏବଂ ଆଗ୍ରା ଗସ୍ତ କରିବା ପରେ ଦ୍ବିପାକ୍ଷିକ କଥାବାର୍ତ୍ତା ପାଇଁ ଦିଲ୍ଲୀ ଗସ୍ତ କରିବେ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଗର୍ଭବତୀ ମହିଳାଙ୍କ ଆମେରିକା ପ୍ରବେଶ ଉପରେ ରୋକ୍‌!

ନ୍ୟୁୟର୍କ : ଆମେରିକା ସରକାରଙ୍କ ପକ୍ଷରୁ ଏକ ନୂତନ ନିୟମ ଲାଗୁ କରାଯାଇଛି । ଏହି ନିୟମ ଅନୁଯାୟୀ ଏଣିକି ଅଣ ଆମେରିକୀୟ ଗର୍ଭବତୀ ମହିଳା ମାନେ ଆମେରିକାରେ ପ୍ରବେଶ କରିପାରିବେ ନାହିଁ । ଆମେରିକା ମାଟିରେ ଜନ୍ମିତ ଶିଶୁଙ୍କୁ ଆମେରିକାର ନାଗରିକତ୍ବ ପ୍ରଦାନ କରାଯାଇଥାଏ । ଏହି କାରଣରୁ ଏକାଧିକ ରାଷ୍ଟ୍ରର ମହିଳା ମାନେ ଗର୍ଭଧାରଣ ସମୟରେ ଆମେରିକା ଯାଇ ପ୍ରସବ କରାଉଛନ୍ତି । ଗୁରୁବାର ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ, ସାମୟିକ ଭାବରେ ଜାରି କରାଯାଉଥିବା ବି-1 ଏବଂ ବି-2 ଭିସାରୁ ଗର୍ଭବତୀ ମହିଳାଙ୍କୁ ବାଦ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

2 ଆମେରିକୀୟ ଏୟାରବେସ୍‌ରେ ଇରାନ୍‌ର ଆକ୍ରମଣ : ଟ୍ବିଟ୍ଟରରେ ଟ୍ରମ୍ପଙ୍କ ପ୍ରତିକ୍ରିୟା

ତେହେରାନ୍‌ : କ୍ୟୁଡ୍‌ସ ଫୋର୍ସର ମୁଖ୍ୟ କମାଣ୍ଡର କାସି ସୋଲେମାନି ହତ୍ୟାର ପ୍ରତିଶୋଧ ସ୍ବରୂପ ଆମେରିକାର ଦୁଇଟି ଏୟାର ବେସ୍‌ ଉପରେ ଆକ୍ରମଣ କରିଛି ଇରାନ୍‌ । ଇରାକ୍‌ରେ ଅବସ୍ଥାପିତ ଦୁଇ ଆମେରିକୀୟ ଏୟାରବେସ୍‌ ଉପରକୁ ମଙ୍ଗଳବାର ମଧ୍ୟରାତ୍ରରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତ୍ରରେ 12ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରାଯାଇଥିବା ଜଣାପଡିଛି । ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ଆକ୍ରମଣ ପରେ ଟ୍ରମ୍ପ ଟ୍ବିଟ୍ଟର ଜରିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଟ୍ରମ୍ପ କହିଛନ୍ତି ସବୁ ଠିକ୍‌ ଅଛି । ଆମେରିକା ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର । ପରବର୍ତ୍ତୀ ପଦକ୍ଷେପ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହିତ ଆଲୋଚନା କରୁଛନ୍ତି । (ଏଜେନ୍ସୀ)

Categories
ବିଶେଷ ଖବର ମତାମତ

କାଶ୍ମୀରକୁ ନେଇ ପୁଣିଥରେ ସତ ଓ ମିଛର ଖେଳ- କାଶ୍ମୀର ଓ ଭାରତର ପ୍ରଧାନମନ୍ତ୍ରୀଙ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମିଛ କହୁଛନ୍ତି କି ?

କେଦାର ମିଶ୍ର

ଏହା କୌଣସି ବୋମା ବିସ୍ଫୋରଣରୁ କମ ନଥିଲା। ଗତାରାତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲାବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଲେ ଯେ, କିଛିଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କାଶ୍ମୀର ସମସ୍ୟାର ସମାଧାନ ଲାଗି ମଧ୍ୟସ୍ଥି ହେବାକୁ ଅନୁରୋଧ କରିଥିଲେ। ଟ୍ରମ୍ଫ ଏକଥା କହିବାର ଅର୍ଥ ହେଉଛି, ଗତ ୫୦ ବର୍ଷ ଧରି ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସଂପୂର୍ଣ୍ଣ ବଦଳି ଯାଇଥିବାର ସନ୍ଦେହ ଉପୁଜିବା। ୧୯୭୨ ଶିମଳା ରାଜିନାମା ପରେ ଭାରତ ଓ ପାକିସ୍ତାନ ନିଜ ଭିତରେ ଦ୍ଵିପାକ୍ଷିକ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ଖୋଜିବେ। ପୁନଶ୍ଚ କାଶ୍ମୀର ଭାରତର ନିଜସ୍ଵ ଆଭ୍ୟନ୍ତରୀଣ ବ୍ୟାପାର ଓ ଏଥିରେ ଦ୍ଵିତୀୟ ବା ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ ବୋଲି ଭାରତ ବାରମ୍ବାର କହିଆସିଛି। ତେବେ ହଠାତ ଆମେରିକା ରାଷ୍ଟ୍ରପତି ଏ ପ୍ରସଙ୍ଗରେ ଏମିତି କହିବାର କାରଣ କଣ? ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପସ୍ଥିତିରେ ଟ୍ରମ୍ଫ ଭାରତର ଏକ ସଂବେଦନଶୀଳ ପ୍ରସଙ୍ଗକୁ ଏପ୍ରକାର ଅଣକୂଟନୈତିକ ଢଙ୍ଗରେ କହିବାର ମାନେ କଣ?

ଏବେ ଆସନ୍ତୁ, ଟ୍ରମ୍ଫ କଣ କହିଲେ ତାର ବିଚାର କରିବା। “ଦୁଇ ସପ୍ତାହ ତଳେ ମୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦେଖା ହୋଇଥିଲା। ସେ ମୋତେ କହିଥିଲେ, ମୁଁ ମଧ୍ୟସ୍ଥି ଭାବରେ ଏକ ସମସ୍ୟାର ସମାଧାନ କରିବାକୁ ଚାହିଁବି କି? ମୁଁ ପଚାରିଲି- କେଉଁଠି। ସେ କହିଲେ କାଶ୍ମୀର। ମୁଁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଖୁସିରେ ରାଜିହେବି।“ କଥାଟି ବଡ ଜଟିଳ। ଭାରତର ବୈଦେଶିକ ବ୍ୟାପାର ବିଭାଗର ମୁଖପାତ୍ର ରବିଶ କୁମାର ଏକ ବିବୃତିରେ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତିଙ୍କ ସହିତ କାଶ୍ମୀର ପ୍ରସଙ୍ଗରେ ଡି ସପ୍ତାହ ତଳେ ସେମିତି କିଛି ଆଲୋଚନା ହୋଇନାହିଁ ଓ ଏ ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ଶିମଳା ଚୁକ୍ତି ତଥା ଲାହୋର ଘୋଷଣାନାମା ଅନୁଯାୟୀ ଦ୍ଵିପାକ୍ଷିକ ଆଲୋଚନା ଆଧାରରେ ନିଜ ଭିତରର ସମସ୍ୟାର ସମାଧାନ କରିବେ। ତେବେ ସେଥିଲାଗି ପାକିସ୍ତାନକୁ ସୀମାପାର ଆତଙ୍କବାଦକୁ ପ୍ରଥମେ ସମାପ୍ତ କରିବାକୁ ପଡିବ।

ଭାରତର ବୈଦେଶିକ ବ୍ୟାପାର ବିଭାଗ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ଫ ମିଛ କହୁଛନ୍ତି। ଆମେରିକା ରାଷ୍ଟ୍ରପତି ସତରେ ଯଦି ମିଛ କହୁଛନ୍ତି, ତେବେ ତାହା ଅତ୍ୟନ୍ତ ଭୟଙ୍କର କଥା। ଅବଶ୍ୟ ଟ୍ରମ୍ଫ ଦାୟିତ୍ଵହୀନ ମନ୍ତବ୍ୟ ଦେବାରେ ସବୁଠୁ ଆଗରେ ରହିଆସିଛନ୍ତି। କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ଫ ମିଛ କହିଥାନ୍ତୁ ବା ସତ କହିଥାନ୍ତୁ, ଏଥିରେ ଆମଲାଗି ଏକ ବିଷମ ସମସ୍ୟା ସୃଷ୍ଟି ହୋଇଛି। ବିନା କାରଣରେ କାଶ୍ମୀର କୁ ନେଇ ଆନ୍ତର୍ଜାତିକ କୂଟନୀତିରେ ତର୍କ ବଢିବାର ସୁଯୋଗ ସୃଷ୍ଟି ହୋଇଛି। ବାସ୍ତବରେ ପାକିସ୍ତାନ ତାହା ହିଁ ଚାହୁଁଥିଲା। ଏଠି ଆଉ ଏକ ଭିନ୍ନ ପ୍ରଶ୍ନ ମଧ୍ୟ ଉଠିପାରେ। ଯେହେତୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ଫ ଏହା କହିଛନ୍ତି, ଏଥିରୁ କଣ ଆମେ ବୁଝିନେବା ଯେ ଇମ୍ରାନ ଖାଁ ଟ୍ରମ୍ଫଙ୍କୁ ପ୍ରଭାବିତ କରି ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମିଛ କୁହାଇ ପାରିଛନ୍ତି? ଆଜି ପର୍ୟନ୍ତ ଭାରତକୁ ଆମେରିକା ନିଜର ସ୍ଵାଭାବିକ ସହଯୋଗୀ ବୋଲି କହିଆସୁଥିଲା। ବିଭିନ୍ନ ସମୟରେ ଟ୍ରମ୍ଫ ପାକିସ୍ତାନ ବିରୋଧରେ ଅତ୍ୟନ୍ତ କଟୁ ଶବ୍ଦ ପ୍ରୟୋଗ ମଧ୍ୟ କରିଛନ୍ତି। ହଠାତ ତାଙ୍କର ମନୋଭାବ ପରିବର୍ତ୍ତିତ ହେବାର କାରଣ କଣ?

ସବୁଠୁ ବଡ କଥା ହେଉଛି ହ୍ଵାଇଟ ହାଉସରେ ଖୋଲାଖୋଲି କାଶ୍ମୀରକୁ ନେଇ ଇମ୍ରାନ ଖାଁ ଓ ଡୋନାଲ୍ଡ ଟ୍ରମ୍ଫ ଯେଉଁ ପ୍ରକାର କଥାବାର୍ତ୍ତା କଲେ ସେଥିରେ ଭାରତର କାଶ୍ମୀରକୁ ନେଇ ରହିଥିବା କୂଟନୈତିକ ସ୍ଥିତି ସଙ୍କଟରେ ପଡିଯାଇଛି। ଆମେ ଏବେ ଡୋନାଲ୍ଡ ଟ୍ରମ୍ଫଙ୍କୁ ମିଛୁଆ ବୋଲି କହିବାକୁ ବାଧ୍ୟ ଓ ଏହା ଅନେକାଂଶରେ ଭାରତ-ଆମେରିକା ସଂପର୍କକୁ ପ୍ରଭାବିତ କରିବ। ପରିସ୍ଥିତି ଏମିତି ହୋଇଛି ଯେ ଆଜି ଆମକୁ ପାକିସ୍ତାନକୁ ଛାଡି ଟ୍ରମ୍ପଙ୍କୁ ଗାଳି କରିବାକୁ ପଡୁଛି। ଏହା କାଶ୍ମୀରକୁ ନେଇ ଆମର କୂଟନୀତିକୁ ଏକ ଦୋଛକିରେ ଠିଆ କରେଇଦେଇଛି।

Categories
ଆଜିର ଖବର

ନାସାର ଚନ୍ଦ୍ର ମିଶନକୁ ଡୋନାଲ୍ଡ ଟ୍ରମ୍ପଙ୍କ ସମାଲୋଚନା

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାସାର ଚନ୍ଦ୍ର ମିଶନକୁ ସମାଲୋଚନା କରିଛନ୍ତି। ମଙ୍ଗଳକୁ ମାନବ ପ୍ରେରଣ ପୂର୍ବରୁ ପୁନର୍ବାର ଚନ୍ଦ୍ରକୁ ଫେରିବାର ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ଟ୍ରମ୍ପ। ଏହି ମିଶନକୁ ସ୍ବୟଂ ଟ୍ରମ୍ପଙ୍କ ଅଧ୍ୟକ୍ଷତାରେ ଦେଢ ବର୍ଷ ପୂର୍ବରୁ ସ୍ବୀକୃତି ମିଳିଥିଲା। ଚନ୍ଦ୍ରକୁ ଆମେରିକା ୫୦ ବର୍ଷ ପୂର୍ବରୁ ଯାନ ଏବଂ ମାନବ ପଠାଇ ସାରିଛି। ତେଣୁ ପୁନର୍ବାର ଏହି ମିଶନର କୌଣସି ଯଥାର୍ଥତା ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ୟୁରୋପ ଗସ୍ତରୁ ଫେରିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି ଟ୍ରମ୍ପ। ବିଜ୍ଞାନ ସର୍ବଦା ଆଗକୁ ବଢିବା ଉଚିତ୍‌ ମାତ୍ର ନାସା ୫୦ ବର୍ଷ ପଛକୁ ଫେରିବାକୁ ଚାହୁଁଛି ଯାହାକି ଗ୍ରହଣୀୟ ନୁହେଁ ବୋଲି ଟ୍ରମ୍ପ ଏୟାର ଫୋର୍ସ ଓ୍ବାନ୍‌ ପକ୍ଷରୁ ଟ୍ବିଟ୍‌ କରିଛନ୍ତି।

Categories
ଆଜିର ଖବର

ଭାରତ ଓ ଚୀନ ପରିବେଶ ପ୍ରତି ନିଜର ଦାୟିତ୍ବ ଠିକ୍‌ ରୂପେ ନିର୍ବାହ କରନ୍ତି ନାହିଁ : ଟ୍ରମ୍ପ୍‌

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ,ଚୀନ ଓ ରୁଷକୁ ଦୂଷିତ ଜଳବାୟୁ ପାଇଁ ଦାୟୀ କରିଛନ୍ତି। ଏହି ତିନୋଟି ଦେଶରେ ପ୍ରଦୂଷଣ ଓ ସ୍ୱଚ୍ଛତା ପ୍ରତି ନିଜର କର୍ତ୍ତବ୍ୟ ଠିକ୍‌ ରୂପେ ସମ୍ପାଦନ କରିପାରୁନାହାଁନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆସିଥିବା ତଥ୍ୟ ଅନୁଯାୟୀ ଆମେରିକା ଅପେକ୍ଷା ଭାରତ, ଚୀନ ଓ ରୁଷରେ ଦୂଷିତ ଜଳବାୟୁ ପ୍ରବାହିତ ହେଉଛି। ତେଣୁ ଆମେରିକା ରାଷ୍ଟ୍ରପତିଙ୍କ କହିବାରେ ଏହି ତିନୋଟି ଦେଶରେ ବାୟୁ ପ୍ରଦୂଷଣର ମାତ୍ରା ବହୁତ ଅଧିକ ରହିଛି। ଦେଖିବାକୁ ଗଲେ ଭାରତ ,ଚୀନ ଓ ରୁଷ ଭଳି କିଛି ଦେଶରେ ସ୍ୱଚ୍ଛ ବାୟୁ ଓ ବିଶୁଦ୍ଧ ଜଳ ନାହିଁ। ଏଭଳି ପରିସ୍ଥିତିରେ ରହି ମଧ୍ୟ ଏପ୍ରତି ସଚେତନ ହୋଇ କିଛି ପଦକ୍ଷେପ ନେବାର ସମୟ ଆସିଛି।  ଆଗାମୀ ସମୟ ପାଇଁ ଏହା ସମସ୍ୟା ସୃଷ୍ଟି କରିବ ତେଣୁ ଏସବୁ କ୍ଷେତ୍ରରେ ଆମେରିକାର ପାଣିପବନ ଅର୍ଥାତ ଜଳବାୟୁ ଏହି ସବୁ ଦେଶ ତୁଳନାରେ ସ୍ୱଚ୍ଛ ରହିଥିବା ଟ୍ରମ୍ପ କହିଛନ୍ତି।

Categories
ଆଜିର ଖବର

ଟ୍ବିଟ୍ଟର ସିଇଓଙ୍କ ସହିତ ଟ୍ରମ୍ପଙ୍କ ଆଲୋଚନା

ଟ୍ବିଟ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍‌ ଡର୍ସିଙ୍କ ସହିତ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ବିଟ୍ଟରରେ କିଛି ବ୍ୟବହାର କାରୀଙ୍କ ସାମ୍ପ୍ରଦାୟିକ ମନୋଭାବ ନେଇ ଡର୍ସିଙ୍କ ସହିତ ଆଲୋଚନା କରିଥିଲେ ଟ୍ରମ୍ପ। ମଙ୍ଗଳବାର ଡର୍ସିଙ୍କ ସହିତ ଆଲୋଚନା କରିଥିବା ନେଇ ଏକ ଫଟୋ ଟ୍ବିଟ୍ଟରରେ ସେୟାର କରିଥିଲେ ଟ୍ରମ୍ପ। ଟ୍ରମ୍ପ ଲେଖିଥିଲେ ଜ୍ୟାକ୍‌ଙ୍କ ସହିତ ବିଶ୍ବରେ ସୋସିଆଲ ମିଡିଆର ପ୍ରଭାବ ନେଇ ବିସ୍ତୃତ ଆଲୋଚନା। ଏହି ବୈଠକରେ ହ୍ବାଇଟ୍‌ ହାଉସ୍‌ର ସୋସିଆଲ ମିଡିଆ ନିର୍ଦ୍ଦେଶକ ଡାନ୍‌ ସ୍କେଭିନୋ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତିତ ଟ୍ବିଟ୍ଟରର ଆଇନ ଏବଂ ସୁରକ୍ଷା ସେଲ୍‌ ମୁଖ୍ୟ ବିଜୟା ଗାଡ୍ଡେ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଗତ ନଭେମ୍ବରରେ ଟ୍ବିଟ୍ଟର ତାଙ୍କର ଫଲୋଅରଙ୍କୁ ହଟାଉଛି ବୋଲି ଅଭିଯୋଗ ବାଢିଥିଲେ ଟ୍ରମ୍ପ।

Categories
ଆଜିର ଖବର

ଆମେରିକା-ମେକ୍ସିକୋ ସୀମା ବନ୍ଦ କରିବାକୁ ଟ୍ରମ୍ପଙ୍କ ଧମକ

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା-ମେକ୍ସିକୋ ସୀମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିନ ଟ୍ରମ୍ପ କହିଛନ୍ତି ଯଦି ମେକ୍ସିକୋ ତରଫରୁ ଅନୁପ୍ରବେଶକାରୀଙ୍କୁ ରୋକିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ଆମେରିକା ଏହି ପ୍ରବେଶ ପଥ ବନ୍ଦ କରିବ। ଆମେରିକାର ଦକ୍ଷିଣରେ ଅବସ୍ଥାପିତ ଏହି ସୀମାକୁ ବନ୍ଦ କରିବା ପାଇଁ ନିକଟରେ ପେଣ୍ଟାଗନ ଆମେରିକୀୟ କଂଗ୍ରେସକୁ ୧ ବିଲିୟନ୍‌ ଡଲାରର ଅର୍ଥରାଶି ପ୍ରଦାନ କରିଥିଲା। ଟ୍ରମ୍ପ କହିଛନ୍ତି ଯଦି ମେକ୍ସିକୋ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ଏହି ସୀମାକୁ ଆମେରିକା ବନ୍ଦ କରିଦେବ ଏବଂ ଆବଶ୍ୟକ ପଡିଲେ ଦୀର୍ଘ ଦିନ ପାଇଁ ଏହି ସୀମାକୁ ବନ୍ଦ କରି ଦିଆଯିବ ଏବଂ ମେକ୍ସିକୋ ଆମେରିକା ସହିତ ଖେଳିବା ବନ୍ଦ କରୁ। ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଟ୍ରମ୍ପ ନିଜର ମନୋଭାବ ପ୍ରକାଶ କରିଛନ୍ତି। ଟ୍ରମ୍ପଙ୍କ ଏହି ଧମକ ପରେ ମେକ୍ସିକୋ ପକ୍ଷରୁ ମଧ୍ୟ ସମାନ ଧମକ ମିଳିଛି। ମେକ୍ସିକୋ ବୈଦେଶିକ ବ୍ୟାପାର ସଚିବ ମାର୍ସେଲୋ ଏବ୍ରାଡ୍‌ କହିଛନ୍ତି, କୌଣସି ରାଷ୍ଟ୍ରର ଚାପରେ ମେକ୍ସିକୋ କାର୍ଯ୍ୟ କରିନଥାଏ ବୋଲି ଟ୍ରମ୍ପ ମନେ ରଖିବା ଉଚିତ୍‌। ଏହା ସହିତ ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଟ୍ରମ୍ପ ନିଜର ରାଜନୈତିକ ଫାଇଦା ନିମନ୍ତେ ପରିସ୍ଥିତିକୁ ବଢାଇ ଚଢାଇ ବଖାଣୁଛନ୍ତି।

Categories
ଆଜିର ଖବର

ସୁନ୍ଦର ପିଚାଇଙ୍କୁ ଭେଟିଲେ ଟ୍ରମ୍ପ

ଆମେରିକୀୟ ରାଷ୍ଟ୍ରପତିି ଡୋନାଲ୍ଡ ଟ୍ରମ୍ପ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇଙ୍କୁ ଭେଟିଛନ୍ତି। ପିଚାଇଙ୍କୁ ଭେଟିବା ପରେ ଟ୍ରମ୍ପ ଏକ ଟ୍ବିଟ୍‌ ଜରିଆରେ ଗୁଗୁଲ ଆମେରିକାର ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରତିବଦ୍ଧ, ଚୀନ୍‌ ସେନାବାହିନୀ ପ୍ରତି ନୁହେଁ  ବୋଲି କହିଛନ୍ତି। ପୂର୍ବରୁ ଆମେରିକୀୟ କଂଗ୍ରେସ ଗୁଗୁଲ ଚୀନ୍‌ ସେନାକୁ ପ୍ରତିନିଧିତ୍ବ କରୁଥିବାର ଅଭିଯୋଗ ଆଣିଥିଲେ। ଗୁଗୁଲର କାର୍ଯ୍ୟ ଚୀନ୍‌ ସେନାବାହିନୀକୁ ପରୋକ୍ଷ ଭାବରେ ସହୟତା କରୁଛି ବୋଲି ଯୋଶେଫ ଡନ୍‌ଫୋର୍ଡ ଯୁଗ୍ମ ସୁରକ୍ଷା ନିର୍ଦ୍ଦେଶକ କହିଥିଲେ। ଏହି ଅଭିଯୋଗ ପରେ ଟ୍ରମ୍ପ ଶ୍ରୀ ପିଚାଇଙ୍କୁ ଭେଟିବା ସହିତ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସମୟରେ ଆମେରିକାରେ କାର୍ଯ୍ୟ କରୁଥିବା ଚୀନୀ କମ୍ପାନୀ ହୁଆଓ୍ବେ ଉପରେ ମଧ୍ୟ ରୋକ ଲଗାଯାଇଛି।

Categories
ଆଜିର ଖବର

ମେକ୍ସିକୋ ନିମନ୍ତେ ରାଷ୍ଟ୍ରଦୂତ ନିଯୁକ୍ତି ପାଇଁ ଟ୍ରମ୍ପ ଆଗ୍ରହୀ

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପ ମେକ୍ସିକୋ ପାଇଁ ଆମେରିକୀୟ ରାଷ୍ଟ୍ରଦୂତ ପଠାଇବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହାଦ୍ବାରା ଆମେରିକା ଏବଂ ମେକ୍ସିକୋ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ସମାଧାନ ବାହାରି ପାରିବ ବୋଲି ଆଶା କରୁଛନ୍ତି ଟ୍ରମ୍ପ। ହ୍ବାଇଟ୍‌ ହାଉସ୍‌ ତରଫରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଟ୍ରମ୍ପ କ୍ରୀଷ୍ଟୋଫର ଲାଣ୍ଡାଉଙ୍କୁ ମେକ୍ସିକାନ୍‌ ରାଷ୍ଟ୍ରଦୂତ ଭାବରେ ମନୋନୀତ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଛନ୍ତି। ଲାଣ୍ଡାଉ ପୂର୍ବରୁ ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ, ଫେଡେରାଲ କୋର୍ଟ ଅଫ୍‌ ଆପିଲ୍‌ସ ଏବଂ  ଷ୍ଟେଟ୍‌ ଆପିଲେଟ୍‌ କୋର୍ଟରେ କାମ କରି ସାରିଛନ୍ତି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଲାଣ୍ଡାଉ ଲ ଫାର୍ମ କ୍ବିନ୍‌ ଏମାନୁଏଲ୍‌ ଆଣ୍ଡ ସୁଲିଭାନ୍‌ ଏ୍‌ଲଏଲ୍‌ପିର ସଦସ୍ୟ ରହିଛନ୍ତି। ହାଭାର୍ଡରୁ ନିଜର ଶିକ୍ଷାଗତ ଡିଗ୍ରୀ ହାସଲ କରିଥିବା ଲାଣ୍ଡାଉ ସ୍ପାନିଶ୍‌ ଭାଷାରେ କଥାବାର୍ତ୍ତା କରିପାରନ୍ତି ବାେଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ୨୦୧୬ରୁ  ମେକ୍ସିକୋରେ ଅବସ୍ଥାପିତ ଥିବା ରାଷ୍ଟ୍ରଦୂତ ରବର୍ଟା ଜ୍ୟାକ୍‌ସନ୍‌ଙ୍କ କାର୍ଯ୍ୟକାଳ ବିଗତ ବର୍ଷ ମେ ମାସରୁ ଶେଷ ହାେଇଥିଲେ ମଧ୍ୟ ଦ୍ବିପାକ୍ଷିକ ସମ୍ପର୍କ ଖରାପ ହେବା ଯୋଗୁଁ କୌଣସି ରାଷ୍ଟ୍ରଦୂତଙ୍କୁ ଅବସ୍ଥାପିତ କରାଯାଇନଥିଲା। ଉଭୟ ଦେଶର ସୀମାରେ ଅବୈଧ ଅନୁପ୍ରବେଶକାରୀଙ୍କୁ ରୋକିବା ନିମନ୍ତେ ଏକ ପାଚେରୀ ନିର୍ମାଣ ପାଇଁ ମେକ୍ସିକୋ ନିକଟରୁ ଅର୍ଥ ଦାବି କରିବାରୁ ଏହି ସଙ୍କଟ ଉପୁଜିଥିଲା। ଚଳିତ ମାସର ୧୧ତାରିଖେର ଟ୍ରମ୍ପ ୨୦୨୦ ଆର୍ଥିକ ବର୍ଷ ପାଇଁ ବେଜଟ୍‌ରେ ପ୍ରାଚୀର ନିର୍ମାଣ ନିମନ୍ତେ ଅତିରିକ୍ତ ୮.୬ ବିଲିୟନ୍‌ ଡଲାରର ପ୍ରସ୍ତାବ ଦେଇଥିଲେ।

Categories
ଆଜିର ଖବର

ଆମେରିକା ବଜାରରେ ଭାରତୀୟ ଉତ୍ପାଦ ପ୍ରବେଶ ଉପରେ ଲାଗିବ କଟକଣା

ଭାରତର ‘ପ୍ରିଫରେନ୍ସିଆଲ୍‌ ଟ୍ରେଡ୍‌ ଟ୍ରିଟ୍‌ମେଣ୍ଟ୍‌’ ଶେଷ କରିବାକୁ ଇଚ୍ଛୁକ ବୋଲି ଯୁକ୍ତରାଷ୍ଟ୍ର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି। ଏହି ରାଜିନାମା ବଳରେ ୫. ୬ ବିଲିୟନ୍‌ ଆମେରିକୀୟ ଡଲାର୍‌ ମୂଲ୍ୟର ଭାରତୀୟ ସାମଗ୍ରୀ ବିନା ଶୁଳ୍କରେ ଯୁକ୍ତରାଷ୍ଟ୍ର ଆମେରିକାକୁ ରପ୍ତାନି ହୁଏ। ପୂର୍ବରୁ ବିନା ଶୁଳ୍କରେ ଭାରତ ନିଜର ସାମଗ୍ରୀ ଆମେରିକାକୁ ରପ୍ତାନୀ କରିପାରୁଥିଲା କିନ୍ତୁ ଏଣିକି ଟ୍ରମ୍ପ୍‌ ପ୍ରଶାସନ ଏହା ଉପରେ କଟକଣା ବସାଇବେ । ଭାରତ ନିଜ ଉତ୍ପାଦ ଆମେରିକା ବଜାରରେ ପ୍ରବେଶ କରିବାକୁ ହେଲେ ଶୁଳ୍କ ଦେବାକୁ ପଡ଼ିବ । ‘ଜେନେରାଲାଇଜ୍‌ଡ୍‌ ସିଷ୍ଟମ୍‌ ଅଫ୍‌ ପ୍ରିଫରେନ୍‌ସେସ୍‌’ (ଜିଏସ୍‌ପି) ଯୋଜନାରେ ଥିବା ହିତାଧିକାରୀ ବିକାଶଶାଳୀ ରାଷ୍ଟ୍ର ତାଲିକାରୁ ଭାରତକୁ ବାଦ ଦେବାକୁ ଏହି ସଂକ୍ରାନ୍ତୀୟ ବିଜ୍ଞପ୍ତି ଦେଇଛନ୍ତି । ଆମେରିକା କଂଗ୍ରେସ ଏବଂ ଭାରତ ସରକାରଙ୍କୁ ଏ ସମ୍ପର୍କରେ ନୋଟିସ୍‌ ଜାରି କରାଯିବାର ୬୦ ଦିନ ପରେ ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ଗତ ସପ୍ତାହରେ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଟ୍ୟାକ୍ସ ବସାଇବାକୁ ଘୋଷଣା କରିଥିଲେ ।  ଆମେରିକାରେ ବାଣିଜ୍ୟକୁ ସହଜ କରିବା ଲାଗି ରହିଥିବା ପ୍ରିଫରେନ୍ସିଆଲ୍‌ ଟ୍ରେଡ୍‌ ଟ୍ରିଟ୍‌ମେଣ୍ଟ୍‌’ ବ୍ୟବସ୍ଥାରୁ ଭାରତ ସର୍ବାଧିକ ଲାଭ ହାସଲ କରୁଥିବା ଦେଶ । ଏହି ବ୍ୟବସ୍ଥା ଉଠାଇଦେବା ପରେ ଭାରତ ବିରୋଧରେ ଟ୍ରମ୍ପଙ୍କର ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ହେବ । ଭାରତ ଅନଲାଇନ୍‌ କାରବାର ଉପରେ ନୂଆ ନିୟମ ପ୍ରଣୟନ କରିବା ସହ ଆମାଜନ୍‌, ଓ୍ବାଲମାର୍ଟ ଭଳି ଆମେରିକୀୟ ସଂସ୍ଥା ଉପରେ କେତେକ କଟକଣା ଲଗାଇବା ପରେ ଆମେରିକା ସହ ଏହାର ବାଣିଜ୍ୟ ଚୁକ୍ତି ଦୁର୍ବଳ ହେବାରେ ଲାଗିଛି ।

Categories
ଆଜିର ଖବର

ଭାରତଠାରୁ ଅଧିକ ଟିକସ ଆଦାୟ କରାଯିବ : ଟ୍ରମ୍ପ୍‌

ମେରିଲାଣ୍ଡଠାରେ ଅନୁଷ୍ଠିତ ଚାରିଦିବସୀୟ ବାର୍ଷିକ କନଜରଭେଟିଭ୍‌ ପଲଟିକାଲ୍‌ ଆକ୍ସନ ସମ୍ମିଳନୀରେ ଯୋଗଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି ଯେ, ଏଣିକି ଭାରତ ଉପରେ ଅଧିକ ଟିକସ ଆଦାୟ କରାଯିବ । ଏହି ସମ୍ମିଳନୀରେ ଟ୍ରମ୍ପ୍‌ ଭାରତ ତଥା ଅନ୍ୟାନ୍ୟ ଦେଶ ସହ ରହିଥିବା ଘରୋଇ ଏବଂ ଦ୍ଵିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ଟ୍ରମ୍ପ୍‌ କହିଛନ୍ତି ଯେ, ଭାରତ ହେଉଛି ଅଧିକ ଶୁଳ୍କ ଅସୁଲ କରୁଥିବା ରାଷ୍ଟ୍ର । ଭାରତ ଆମେରିକୀୟ ସାମଗ୍ରୀ ଉପରେ ବହୁ ପରିମାଣର ଟିକସ ଲଗାଉଛି । ତେଣୁ ଆମେରିକା ମଧ୍ୟ ପାରସ୍ପରିକ ଟିକସ ଚାହୁଁଛି । ତେଣୁ ଭାରତୀୟ ସାମଗ୍ରୀ ଉପରେ ଅଧିକ ଟିକସ ଆଦାୟ କରିବାକୁ ଯୋଜନା କରାଯାଉଛି । ତେବେ ଭାରତ ଉପରେ ୨୫ ପ୍ରତିଶତ ପାରସ୍ପରିକ ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିବାର ଟ୍ରମ୍ପ୍‌ କହିଛନ୍ତି ।

 

Categories
ଆଜିର ଖବର

ଭାରତ ଓ ପାକିସ୍ତାନରେ ଭିତରେ ଭଲ ଖବର ପାଇଁ ଟ୍ରମ୍ପ୍‌ ଆଶାବାଦୀ

ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଚିନ୍ତା ପ୍ରକଟ କରିଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ଏହି କଳହ ବହୁ ଦଶକର ।  ଭିଏତନାମର ହନୋଇରେ ଆମେରିକା ରାଷ୍ଟ୍ରପତି ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନାର ସମାଧାନ ହୋଇପାରେ ବୋଲି କହିଛନ୍ତି । ଉଭୟଙ୍କ ମଧ୍ୟରେ ସ୍ଥିତି ସୁଧାର ପାଇଁ ସେ ଆଶାବାଦୀ ରହିଛି । ସୂଚନାଯୋଗ୍ୟ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସୀମାରେ ପଶି ଜୈଶ୍-ଏ-ମହମ୍ମଦ ଆତଙ୍କୀ ଶିବିର ଧ୍ୱଂସ କରିଥିଲା । ପାକିସ୍ତାନ ବୁଧବାର ଦିନ ଭାରତୀୟ ବାୟୁସେନା ସୀମା ଉଲ୍ଲଙ୍ଘନ କରିଥିଲା ।