ସାମ୍ବାଦିକ ମାନେ ପୁଲିତ୍‌ଜର ପୁରସ୍କାରକୁ ପ୍ରତ୍ୟାବର୍ତ୍ତନ କରିବା ଉଚିତ୍‌ : ଟ୍ରମ୍ପ

Published: May 8, 2020, 1:00 pm IST

ନ୍ୟୁୟର୍କ : ସାମ୍ବାଦିକ ମାନେ ପୁଲିତଜର ପୁରସ୍କାର ଫେରାଇବା ଉଚିତ୍‌ ବୋଲି ମନ୍ତବ୍ୟ ଦେଇଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଋଷ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ସର୍ବଦା ମିଥ୍ୟା ଖବର ପ୍ରକାଶନ ପାଇଁ ପ୍ରଦାନ କରାଯାଇଥାଏ ତେଣୁ ଏହି ପୁରସ୍କାରକୁ ସମସ୍ତେ ପ୍ରତ୍ୟାବର୍ତ୍ତନ କରିବା ଉଚିତ୍‌ ବୋଲି ଟ୍ରମ୍ପ ମତ ଦେଇଛନ୍ତି । ସାମ୍ବାଦିକତା ପାଇଁ ପ୍ରଦତ୍ତ ଏହି ସର୍ବୋଚ୍ଚ ସମ୍ମାନ ନିଜର ନିଜସ୍ବତା ହରାଇ ସାରିଛି ତେଣୁ ଏହି ପୁରସ୍କାରକୁ ଫେରାଇବା ଉଚିତ୍‌ ବୋଲି ହ୍ବାଇଟ୍‌ହାଉସ୍‌ରେ ଏକ ପ୍ରେସ୍‌ମିଟ୍‌ରେ ମତ ଦେଇଛନ୍ତି ଟ୍ରମ୍ପ । ମିଥ୍ୟା ଖବର ପାଇଁ ଏଭଳି ପୁରସ୍କାର ପ୍ରଦାନ କରୁଥିବାରୁ ପୁଲିତ୍‌ଜର କମିଟିକୁ ମଧ୍ୟ ବରଖାସ୍ତ କରାଯିବା ଉଚିତ୍‌ ବୋଲି ଟ୍ରମ୍ପ ମତ ଦେଇଛନ୍ତି । (ଏଜେନ୍ସି)

Related posts