Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»କାଶ୍ମୀରକୁ ନେଇ ପୁଣିଥରେ ସତ ଓ ମିଛର ଖେଳ- କାଶ୍ମୀର ଓ ଭାରତର ପ୍ରଧାନମନ୍ତ୍ରୀଙ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମିଛ କହୁଛନ୍ତି କି ?
ମତାମତ

କାଶ୍ମୀରକୁ ନେଇ ପୁଣିଥରେ ସତ ଓ ମିଛର ଖେଳ- କାଶ୍ମୀର ଓ ଭାରତର ପ୍ରଧାନମନ୍ତ୍ରୀଙ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମିଛ କହୁଛନ୍ତି କି ?

July 23, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
କାଶ୍ମୀରକୁ ନେଇ ପୁଣିଥରେ ସତ ଓ ମିଛର ଖେଳ- କାଶ୍ମୀର ଓ ଭାରତର ପ୍ରଧାନମନ୍ତ୍ରୀଙ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମିଛ କହୁଛନ୍ତି କି?
କାଶ୍ମୀରକୁ ନେଇ ପୁଣିଥରେ ସତ ଓ ମିଛର ଖେଳ- କାଶ୍ମୀର ଓ ଭାରତର ପ୍ରଧାନମନ୍ତ୍ରୀଙ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମିଛ କହୁଛନ୍ତି କି?

କେଦାର ମିଶ୍ର

ଏହା କୌଣସି ବୋମା ବିସ୍ଫୋରଣରୁ କମ ନଥିଲା। ଗତାରାତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲାବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଲେ ଯେ, କିଛିଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କାଶ୍ମୀର ସମସ୍ୟାର ସମାଧାନ ଲାଗି ମଧ୍ୟସ୍ଥି ହେବାକୁ ଅନୁରୋଧ କରିଥିଲେ। ଟ୍ରମ୍ଫ ଏକଥା କହିବାର ଅର୍ଥ ହେଉଛି, ଗତ ୫୦ ବର୍ଷ ଧରି ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସଂପୂର୍ଣ୍ଣ ବଦଳି ଯାଇଥିବାର ସନ୍ଦେହ ଉପୁଜିବା। ୧୯୭୨ ଶିମଳା ରାଜିନାମା ପରେ ଭାରତ ଓ ପାକିସ୍ତାନ ନିଜ ଭିତରେ ଦ୍ଵିପାକ୍ଷିକ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ଖୋଜିବେ। ପୁନଶ୍ଚ କାଶ୍ମୀର ଭାରତର ନିଜସ୍ଵ ଆଭ୍ୟନ୍ତରୀଣ ବ୍ୟାପାର ଓ ଏଥିରେ ଦ୍ଵିତୀୟ ବା ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ ବୋଲି ଭାରତ ବାରମ୍ବାର କହିଆସିଛି। ତେବେ ହଠାତ ଆମେରିକା ରାଷ୍ଟ୍ରପତି ଏ ପ୍ରସଙ୍ଗରେ ଏମିତି କହିବାର କାରଣ କଣ? ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପସ୍ଥିତିରେ ଟ୍ରମ୍ଫ ଭାରତର ଏକ ସଂବେଦନଶୀଳ ପ୍ରସଙ୍ଗକୁ ଏପ୍ରକାର ଅଣକୂଟନୈତିକ ଢଙ୍ଗରେ କହିବାର ମାନେ କଣ?

ଏବେ ଆସନ୍ତୁ, ଟ୍ରମ୍ଫ କଣ କହିଲେ ତାର ବିଚାର କରିବା। “ଦୁଇ ସପ୍ତାହ ତଳେ ମୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦେଖା ହୋଇଥିଲା। ସେ ମୋତେ କହିଥିଲେ, ମୁଁ ମଧ୍ୟସ୍ଥି ଭାବରେ ଏକ ସମସ୍ୟାର ସମାଧାନ କରିବାକୁ ଚାହିଁବି କି? ମୁଁ ପଚାରିଲି- କେଉଁଠି। ସେ କହିଲେ କାଶ୍ମୀର। ମୁଁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଖୁସିରେ ରାଜିହେବି।“ କଥାଟି ବଡ ଜଟିଳ। ଭାରତର ବୈଦେଶିକ ବ୍ୟାପାର ବିଭାଗର ମୁଖପାତ୍ର ରବିଶ କୁମାର ଏକ ବିବୃତିରେ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତିଙ୍କ ସହିତ କାଶ୍ମୀର ପ୍ରସଙ୍ଗରେ ଡି ସପ୍ତାହ ତଳେ ସେମିତି କିଛି ଆଲୋଚନା ହୋଇନାହିଁ ଓ ଏ ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ଶିମଳା ଚୁକ୍ତି ତଥା ଲାହୋର ଘୋଷଣାନାମା ଅନୁଯାୟୀ ଦ୍ଵିପାକ୍ଷିକ ଆଲୋଚନା ଆଧାରରେ ନିଜ ଭିତରର ସମସ୍ୟାର ସମାଧାନ କରିବେ। ତେବେ ସେଥିଲାଗି ପାକିସ୍ତାନକୁ ସୀମାପାର ଆତଙ୍କବାଦକୁ ପ୍ରଥମେ ସମାପ୍ତ କରିବାକୁ ପଡିବ।

ଭାରତର ବୈଦେଶିକ ବ୍ୟାପାର ବିଭାଗ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ଫ ମିଛ କହୁଛନ୍ତି। ଆମେରିକା ରାଷ୍ଟ୍ରପତି ସତରେ ଯଦି ମିଛ କହୁଛନ୍ତି, ତେବେ ତାହା ଅତ୍ୟନ୍ତ ଭୟଙ୍କର କଥା। ଅବଶ୍ୟ ଟ୍ରମ୍ଫ ଦାୟିତ୍ଵହୀନ ମନ୍ତବ୍ୟ ଦେବାରେ ସବୁଠୁ ଆଗରେ ରହିଆସିଛନ୍ତି। କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ଫ ମିଛ କହିଥାନ୍ତୁ ବା ସତ କହିଥାନ୍ତୁ, ଏଥିରେ ଆମଲାଗି ଏକ ବିଷମ ସମସ୍ୟା ସୃଷ୍ଟି ହୋଇଛି। ବିନା କାରଣରେ କାଶ୍ମୀର କୁ ନେଇ ଆନ୍ତର୍ଜାତିକ କୂଟନୀତିରେ ତର୍କ ବଢିବାର ସୁଯୋଗ ସୃଷ୍ଟି ହୋଇଛି। ବାସ୍ତବରେ ପାକିସ୍ତାନ ତାହା ହିଁ ଚାହୁଁଥିଲା। ଏଠି ଆଉ ଏକ ଭିନ୍ନ ପ୍ରଶ୍ନ ମଧ୍ୟ ଉଠିପାରେ। ଯେହେତୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ଫ ଏହା କହିଛନ୍ତି, ଏଥିରୁ କଣ ଆମେ ବୁଝିନେବା ଯେ ଇମ୍ରାନ ଖାଁ ଟ୍ରମ୍ଫଙ୍କୁ ପ୍ରଭାବିତ କରି ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମିଛ କୁହାଇ ପାରିଛନ୍ତି? ଆଜି ପର୍ୟନ୍ତ ଭାରତକୁ ଆମେରିକା ନିଜର ସ୍ଵାଭାବିକ ସହଯୋଗୀ ବୋଲି କହିଆସୁଥିଲା। ବିଭିନ୍ନ ସମୟରେ ଟ୍ରମ୍ଫ ପାକିସ୍ତାନ ବିରୋଧରେ ଅତ୍ୟନ୍ତ କଟୁ ଶବ୍ଦ ପ୍ରୟୋଗ ମଧ୍ୟ କରିଛନ୍ତି। ହଠାତ ତାଙ୍କର ମନୋଭାବ ପରିବର୍ତ୍ତିତ ହେବାର କାରଣ କଣ?

ସବୁଠୁ ବଡ କଥା ହେଉଛି ହ୍ଵାଇଟ ହାଉସରେ ଖୋଲାଖୋଲି କାଶ୍ମୀରକୁ ନେଇ ଇମ୍ରାନ ଖାଁ ଓ ଡୋନାଲ୍ଡ ଟ୍ରମ୍ଫ ଯେଉଁ ପ୍ରକାର କଥାବାର୍ତ୍ତା କଲେ ସେଥିରେ ଭାରତର କାଶ୍ମୀରକୁ ନେଇ ରହିଥିବା କୂଟନୈତିକ ସ୍ଥିତି ସଙ୍କଟରେ ପଡିଯାଇଛି। ଆମେ ଏବେ ଡୋନାଲ୍ଡ ଟ୍ରମ୍ଫଙ୍କୁ ମିଛୁଆ ବୋଲି କହିବାକୁ ବାଧ୍ୟ ଓ ଏହା ଅନେକାଂଶରେ ଭାରତ-ଆମେରିକା ସଂପର୍କକୁ ପ୍ରଭାବିତ କରିବ। ପରିସ୍ଥିତି ଏମିତି ହୋଇଛି ଯେ ଆଜି ଆମକୁ ପାକିସ୍ତାନକୁ ଛାଡି ଟ୍ରମ୍ପଙ୍କୁ ଗାଳି କରିବାକୁ ପଡୁଛି। ଏହା କାଶ୍ମୀରକୁ ନେଇ ଆମର କୂଟନୀତିକୁ ଏକ ଦୋଛକିରେ ଠିଆ କରେଇଦେଇଛି।

india j&k pakistan POK trump
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

September 21, 2026

ଗଭୀର ଅବପାତର ରୂପ ନେବ ଲଘୁଚାପ, ସର୍ବାଧିକ ୭୫ କିଲୋମିଟର ବେଗରେ ବହିବ ପବନ

September 21, 2026

ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ

September 21, 2026

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026
Latest News

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

September 21, 2026

‘ଅଙ୍ଗନ ଉତ୍ସବ’ ପ୍ରସ୍ତୁତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

September 21, 2026

ନ୍ୟାୟରୁ ବଂଚିତଙ୍କ ସ୍ୱର ହୁଅନ୍ତୁ: ଆଇନ ଛାତ୍ରଛାତ୍ରୀଙ୍କୁ ଜଷ୍ଟିସ୍ ମହାପାତ୍ର

September 21, 2026

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

September 21, 2026

ସାମୂହିକ ପଦକ୍ଷେପ ଓ ଆଚରଣ ପରିବର୍ତ୍ତନରେ ରୂପାନ୍ତରିତ ହେଉଛି ଗ୍ରାମୀଣ ପରିମଳ ବ୍ୟବସ୍ଥା

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.