କରୋନା ପ୍ରଭାବ : ୧୪ ଦିନରେ ୭ ଲକ୍ଷ ଛଟେଇ

Published: Apr 4, 2020, 7:21 pm IST

ନୂଆଦିଲ୍ଲୀ : କରୋନା ପ୍ରଭାବରେ ସମଗ୍ର ବିଶ୍ୱର ଅର୍ଥନୀତି ତଳୁଆ ରହିଥିବା ବେଳେ ଆମେରିକା ଏହା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବିଗତ ଦୁଇ ସପ୍ତାହ ମଧ୍ୟରେ ୭ ଲକ୍ଷ ଆମେରିକୀୟଙ୍କୁ ଚାକିରିରୁ ଛଟେଇ କରାଯାଇଛି । ଦୁଇ ସପ୍ତାହ ମଧ୍ୟରେ ବେକାରୀ ସମସ୍ୟା ୩.୫ରୁ ବୃଦ୍ଧି ପାଇ ୪.୪ ପ୍ରତିଶତରେ ପହଞ୍ଚିଥିବା ନେଇ ଟ୍ରମ୍ପ ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ସର୍ବାଧିକ ବାର୍‌, ରେଷ୍ଟୁରାଣ୍ଟ ଏବଂ ରିଟେଲ୍ ସପ୍‌ରେ କାମ କରୁଥିଲେ । ଏହି ପରସ୍ଥିତି ଆହୁରି ଗମ୍ଭୀର ରୂପ ନେବା ସହିତ ଆଗାମୀ ଦିନରେ ଅଧିକ ଛଟେଇର ସମ୍ଭାବନା ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଛଟେଇ ୨୦୦୯ ମାନ୍ଦାବସ୍ଥା ସମୟର ୮ ଲକ୍ଷ ଛଟେଇକୁ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି ।

Related posts