ବିଜେପିରେ ଯୋଗ ଦେଲେ ବୀରାପ୍ପାନଙ୍କ ଝିଅ

Published: Feb 23, 2020, 2:20 pm IST

ଚେନ୍ନାଇ : ବିଜେପିରେ ଯୋଗ ଦେଇଛନ୍ତି ଚନ୍ଦନ ଦସ୍ୟୁ ବୀରାପ୍ପାନଙ୍କ ଝିଅ । ଚନ୍ଦନ ଦସ୍ୟୁ ବୀରାପ୍ପାନଙ୍କ ଝିଅ ବିଦ୍ୟା ରାଣୀ ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ତାମିଲନାଡୁର କ୍ରିଷ୍ଣାଗିରିରେ ବିଜେପିର ବରିଷ୍ଠ ନେତା ମୁରଲୀଧର ରାଓ ଏବଂ ପନ୍‌ ରାଧାକ୍ରିଷ୍ଣନ୍‌ଙ୍କ ଉପସ୍ଥିତିରେ ବିଦ୍ୟା ବିଜେପିରେ ଯୋଗ ଦେଇଛନ୍ତି । ବିଦ୍ୟାଙ୍କ ସମେତ ଏକ ହଜାରରୁ ଅଧିକ ବ୍ୟକ୍ତି ଦଳରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରକୀ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେବାର ନିଷ୍ପତ୍ତି ନେଇଛନ୍ତି ବୋଲି ବିଦ୍ୟାରାଣୀ ପ୍ରକାଶ କରିଛନ୍ତି । ବିଗତ ଏକ ବର୍ଷ ଧରି ବିଦ୍ୟାରାଣୀ ଟ୍ୟୁସନ୍‌ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ପନ୍‌ ରାଧାକ୍ରିଷ୍ଣାଙ୍କଙ୍କ ଅନୁରୋଧରେ ବିଦ୍ୟା ବିଜେପିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ବିଦ୍ୟାଙ୍କୁ ଦଳରେ କୌଣସି ପଦବୀ ପ୍ରଦାନ କରାଯାଇ ନାହିଁ ବୋଲି ବିଜେପି ସାଧାରଣ ସମ୍ପାଦକ କେ ଏସ୍‌ ନରେନ୍ଦ୍ରନ୍‌ ପ୍ରକାଶ କରିଛନ୍ତି । (ଏଜେନ୍ସି)

Related posts