Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦେଶ ଭ୍ରମଣର ସ୍ୱତନ୍ତ୍ର ପ୍ୟାକେଜ ଗୋ-ଗ୍ଲୋବାଲ ନେଇ ଓଟିଡିସି ପକ୍ଷରୁ ଘୋଷଣା
ଆଜିର ଖବର

ବିଦେଶ ଭ୍ରମଣର ସ୍ୱତନ୍ତ୍ର ପ୍ୟାକେଜ ଗୋ-ଗ୍ଲୋବାଲ ନେଇ ଓଟିଡିସି ପକ୍ଷରୁ ଘୋଷଣା

February 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଆଉ ପାଦେ ଆଗକୁ ଯାଇଛି । ଓଡ଼ିଶାର ପର୍ଯ୍ୟଟକ ମାନଙ୍କର ସୁଖ ସୁବିଧାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଓଟିଡିସି ଗୋ-ଗ୍ଲୋବାଲ ନାମରେ ଏକ ବିଦେଶ ଭ୍ରମଣର ଏକ ସୁଲଭ ତଥା ସ୍ୱତନ୍ତ୍ର ପ୍ୟାକେଜ ଉପଲବ୍ଧ କରାଇଛି । ଏହି ବିଦେଶ ଭ୍ରମଣ ମଧ୍ୟରେ ଓଡ଼ିଶାର ପର୍ଯ୍ୟଟକ ମାନେ ଥାଇଲାଣ୍ଡ, ମଲେସିୟା, ସିଙ୍ଗାପୁର, ଇଣ୍ଡୋନେସିଆର ବାଲି ଏବଂ ଦୁବାଇ ଇତ୍ୟାଦି ସ୍ଥାନକୁ ବୁଲିବାକୁ ଯାଇପାରିବେ । ଥାଇଲାଣ୍ଡ ଯିବା ପାଇଁ ଦେୟ ୨୪୯୯୦ ଟଙ୍କା ରହିଥିବା ବେଳେ ମାଲେସିୟା ପାଇଁ ୨୯,୯୯୦ ଟଙ୍କା, ସିଙ୍ଗାପୁର ପାଇଁ ୩୯,୯୯୦ ଟଙ୍କା , ଇଣ୍ଡୋନେସିଆର ବାଲି ପାଇଁ୩୪,୯୯୦ ଟଙ୍କା ଏବଂ ଦୁବାଇ ନିମନ୍ତେ ୫୩,୯୯୦ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି । ଏହି ସମସ୍ତ ସ୍ଥାନକୁ ଯିବାଆସିବା ଓ ରହିବା ସମୟ ତିନି ରାତି ଓ ଚାରିଦିନ ମଧ୍ୟରେ ସୀମିତ ରହିବ । ଏହି ଦେୟ ମଧ୍ୟରେ ଯିବାଆସିବା ଭଡା, ଭିସା ଖର୍ଚ୍ଚ, ଭ୍ରମଣ ବୀମା, ହୋଟେଲ ରହଣି, ପ୍ରାତଃ ଭୋଜନ, ରାତ୍ରି ଭୋଜନ ଇତ୍ୟାଦି ଅନ୍ତର୍ଭୁକ୍ତ ବୋଲି ଆଜି ଓଟିଡିସି ପକ୍ଷରୁ ପ୍ରକାଶ କରାଯାଇଛି । ସ୍ଥାନୀୟ ପାନ୍ଥ ନିବାସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଗମର ଅଧକ୍ଷା ଶ୍ରୀମୟୀ ମିଶ୍ର ଏହି ସୂଚନା ପ୍ରଦାନ କରିଛନ୍ତି ।

otdc
Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026
Latest News

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.