କୋରୋନା ଆତଙ୍କ : ବେଲଜିୟମ୍‌ ଗସ୍ତ ବାତିଲ କଲେ ମୋଦି

Published: Mar 5, 2020, 7:07 pm IST

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ଆତଙ୍କ କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବେଲିଜିୟମ୍‌ ଗସ୍ତ ବାତିଲ କରିଛନ୍ତି । ବେଲଜିୟମ୍‌ର ରାଜଧାନୀ ବ୍ରସେଲ୍ସରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡୋ-ୟୁରୋପିଆନ୍‌ ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦି ଯାଇଥାନ୍ତେ । ମାତ୍ର ଗୁରୁବାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମୋଦିଙ୍କ ଗସ୍ତ ବାତିଲ ହୋଇଥିବା ନେଇ ସୂଚନା ମିଳିଛି । ବିଭିନ୍ନ ଦେଶକୁ କୋରୋନା ଭାଇରସ୍‌ ବ୍ୟାପୁଥିବାରୁ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ସୂଚନା ଦେଇଛନ୍ତି । ଇଣ୍ଡୋ-ୟୁରୋପିଆନ୍‌ ସମ୍ମିଳନୀକୁ କିଛି ଦିନ ଘୁଞ୍ଚାଇ ଦିଆଯାଇପାରେ ବୋଲି କୁହାଯାଉଛି ।

Related posts