Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣେର ଏହି ବ୍ୟକ୍ତିଙ୍କୁ ମିଳିବ ‘ଶ୍ରେଷ୍ଠ ମା’ର ସମ୍ମାନ
ଆଜିର ଖବର

ପୁଣେର ଏହି ବ୍ୟକ୍ତିଙ୍କୁ ମିଳିବ ‘ଶ୍ରେଷ୍ଠ ମା’ର ସମ୍ମାନ

March 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁଣେ : ମା’ ହେଉଛି ଦୁନିଆର ସବୁଠୁ ବଡ଼ ଯୋଦ୍ଧା । ସନ୍ତାନ ପାଇଁ ସେ ସବୁକିଛି ତ୍ୟାଗ କରିପାରେ । ସେଥିପାଇଁ ସେ ଅନନ୍ୟ । ତାଙ୍କ ସ୍ଥାନ କେହି ନେଇପାରିବେ ନାହିଁ । କିନ୍ତୁ ଆମେ ଏବେ ଜଣେ ବ୍ୟକ୍ତିଙ୍କ ବିଷୟରେ କହୁଛୁ ଯିଏ ଶ୍ରେଷ୍ଠ ମା’ ସମ୍ମାନରେ ସମ୍ମାନିତ ହୋଇଛି । ତେବେ ଆପଣମାନେ ଜଣେ ପୁରୁଷ କେମିତି ଜଣେ ଭଲ ମା’ ହୋଇପାରିଲେ, ସେ ନେଇ ଦ୍ବନ୍ଦ୍ବରେ ଥିବେ । ତେବେ ଏହା ପଛରେ ରହିଛି କାରଣ । ଆସନ୍ତୁ ଜାଣିବା ସେହି କାରଣ ସମ୍ପର୍କରେ –

ପୁଣେରେ ରହୁଥିବା ଆଦିତ୍ୟ ତିଓ୍ବାରୀଙ୍କୁ ଶ୍ରେଷ୍ଠ ମା’ର ପୁରସ୍କାର ମିଳିବ । ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ବେଙ୍ଗାଲୁରର ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ ।

2016 ମସିହାରେ ଆଦିତ୍ୟ ଡାଉନ୍‌ ସିଣ୍ଡ୍ରୋମ୍‌ରେ ପୀଡ଼ିତ ଏକ ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିଲେ । ଏହାପରେ ସେ ଏକାକୀ ଭାବେ ଏହି ସନ୍ତାନର ପ୍ରତିପାଳନ କରୁଛନ୍ତି । ଆଦିତ୍ୟ ’‘ଓ୍ବିମେ ପାଓ୍ବାର’ କାର୍ଯ୍ୟକ୍ରମରେ କେବଳ ଅଂଶଗ୍ରହଣ କରିବେ ନାହିଁ ବରଂ ଆଲୋଚନାଚକ୍ରରେ ଭାଗ ମଧ୍ୟ ନେବେ । ଜଣେ ସିଙ୍ଗଲ୍‌ ଅଭିଭାବକ ଭାବେ ଆଦିତ୍ୟ ନିଜ ଦାୟିତ୍ବକୁ କିପରି ଭାବରେ ନିର୍ବାହ କରୁଛନ୍ତି ତାହା ସେ ଏହି ଅବସରରେ ବଖାଣିବେ ।

ଜାନୁଆରୀ 1 ତାରିଖ 2016 ମସିହାରେ 22 ମାସରେ ଏକ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ତା’ର ଉତ୍ତମ ରୂପେ ଦେଖାରେଖା କରୁଛନ୍ତି । ଆଦିତ୍ୟ ତାଙ୍କ ସନ୍ତାନର ନାମ ଅବନୀଶ ରଖିଛନ୍ତି ।  ପେଶାରେ ସପ୍ଟଓ୍ବେୟାର ଇଞ୍ଜିନିୟର୍‌ ଥିବା ଆଦିତ୍ୟ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିସାରିବା ପରେ ଚାକିରି ଛାଡି ଦେଇଛନ୍ତି । ଚାକିରି ଛାଡିବା ପରେ ଆଦିତ୍ୟ ଦୁନିଆରେ ରହିଥିବା ତାଙ୍କ ପୁଅ ପରି ସ୍ପେଶାଲ୍‌ ଶିଶୁଙ୍କ ସହ ମାତା ପିତାଙ୍କ କାଉନସିଲିଙ୍ଗ କରିବା ସହିତ କେମିତି ଏହି ଶିଶୁମାନଙ୍କୁ ପାଳିବ ସେନେଇ ମାର୍ଗଦର୍ଶକ ଓ ପ୍ରେରଣା ଦେଉଛନ୍ତି ।  ଆଦିତ୍ୟ ତାଙ୍କ ପୁଅ ସହିତ ଏବେ 22ଟି ରାଜ୍ୟ ଗସ୍ତ କରିବା ସହିତ 400ଟି ସ୍ଥାନରେ ବୈଠକ, କର୍ମଶାଳା ଓ ସମ୍ମିଳନୀରେ ସାମିଲ୍‌ ରହିଛନ୍ତି ।

Aditya
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026
Latest News

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.