ସମ୍ବିଧାନର ଧାରା ୩୫ (ଏ)ର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍ କୋର୍ଟରେ ଆଗତ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହାର ବିଚାର ଆସନ୍ତା ୨୬ରୁ ୨୮ ପର୍ଯ୍ୟନ୍ତ ହେବ ବୋଲି କହିଛନ୍ତି ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ। ଗତ ଫେବୃଆରି ୧୪ ତାରିଖରେ ପୁଲ୍ୱାମା ଆତଙ୍କବାଦୀ ହାମ୍ଲାରେ ୪୦ ଜଣ ସିଆର୍ପିଏଫ୍ ଯବାନ ଶହୀଦ୍ ହେବାପରେ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୫ (ଏ)କୁ ପ୍ରତ୍ୟାହାର କରିନେବେ ବୋଲି ସବୁ ମହଲରେ ଆଶଙ୍କା ପ୍ରକାଶ ପାଇଥିବା ବେଳେ ସୁପ୍ରିମ୍ କୋର୍ଟରେ ଏନେଇ ମାମଲା ଆଗତ ହୋଇଛି । ଜମ୍ମୁ- କଶ୍ମୀରକୁ ଭାରତୀୟ ସମ୍ବିଧାନର ଏହି ଧାରା ବଳରେ କିଛି ସ୍ୱତନ୍ତ୍ର ସୁବିଧା ସୁଯୋଗ ପ୍ରଦାନ କରାଯାଇଛି। ତେବେ, ଭାରତୀୟ ସମ୍ବିଧାନ ଆଧାରରେ ପ୍ରଦତ୍ତ ଏହି ସମସ୍ତ ସ୍ୱତନ୍ତ୍ର ସୁବିଧା ସୁଯୋଗ ପାଇବାକୁ କେବଳ ଜମ୍ମୁ-କାଶ୍ମୀରର ସ୍ଥାୟୀ ବାସିନ୍ଦା ହିଁ ହକଦାର ହେବେ ବୋଲି ନିର୍ଦ୍ଦେଶ ରହିଛି । ସମ୍ବିଧାନରେ ଏହି ୩୫(ଏ) ଧାରାକୁ ବିଗତ ୧୯୫୪ରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଏକ ସ୍ୱତନ୍ତ୍ର ଆଦେଶ ବଳରେ ଯୋଡ଼ା ଯାଇଥିଲା। ଏହି ଧାରା ଉଚ୍ଛେଦକୁ ନେଇ ଉଭୟ କଂଗ୍ରେସ ଓ ନ୍ୟାସନାଲ୍ କନଫେରନସ ବିଜେପିକୁ ଟାର୍ଗେଟ୍ କରିଛନ୍ତି ।
ଧାରା ୩୫ (ଏ)ର ଶୁଣାଣୀ ସମୟ ଧାର୍ଯ୍ୟ : ଆସନ୍ତା ୨୬ରୁ ୨୮ ପର୍ଯ୍ୟନ୍ତ ହେବ ଶୁଣାଣୀ
Published:
Feb 25, 2019, 6:47 pm IST
Tags: article35A, thesamikhsya