Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜନୈତିକ ଚାନ୍ଦା : ଅଜଣା ସୂତ୍ରରୁ ମିଳିଛି 11234 କୋଟି
ଆଜିର ଖବର

ରାଜନୈତିକ ଚାନ୍ଦା : ଅଜଣା ସୂତ୍ରରୁ ମିଳିଛି 11234 କୋଟି

March 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ରାଜନୈତିକ ଚାନ୍ଦା ଆଦାୟକୁ ନେଇ ଏକ ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ମଙ୍ଗଳବାର ମିଳିଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ରାଜନୈତିକ ଦଳ ଅଜଣା ସୂତ୍ରରୁ 11234 କୋଟି ଟଙ୍କାର ଚାନ୍ଦା ଗ୍ରହଣ କରିଛନ୍ତି । ବିଗତ 15 ବର୍ଷ ମଧ୍ୟରେ ଏହି ଅର୍ଥ ଚାନ୍ଦା ଆକାରରେ ଗ୍ରହଣ କରାଯାଇଥିବା ନେଇ ଏଡିଆର ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ରାଜନୈତିକ ଦଳର ଆୟକର ରିଟର୍ଣ୍ଣ ଏବଂ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ତଥ୍ୟ ଆଧାରରେ ଏହି ସୂଚନା ପ୍ରକାଶ କରାଯାଇଥିବା ନେଇ ଏଡିଆର ପକ୍ଷରୁ ପ୍ରକାଶ କରାଯାଇଛି । ସାତଟି ଜାତୀୟ ରାଜନୈତିକ ଦଳ ବିଜେପି, କଂଗ୍ରେସ, ତୃଣମୂଳ କଂଗ୍ରେସ, ଏନ୍‌ସିପି, ବିଏସ୍‌ପି, ସିପିଏମ୍‌ ଏବଂ ସିପିଆଇକୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇଛି ।

ବର୍ତ୍ତମାନ କୌଣସି ଅଜଣା ବ୍ୟକ୍ତି 20 ହଜାରରୁ କମ୍‌ ଅର୍ଥ ପ୍ରଦାନ କରିପାରିବେ । 20 ହଜାରରୁ କମ୍‌ ଅର୍ଥ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଇଲୋକ୍ଟୋରାଲ୍‌ ବଣ୍ଡ ମଧ୍ୟ ଆବଶ୍ୟକ ହୋଇନଥାଏ । ଏହିପରି ଭାବରେ ଚଳିତ ବର୍ଷର ପ୍ରାୟ 67 ପ୍ରତିଶତର ଚାନ୍ଦା ସଂଗୃହୀତ ହୋଇଛି । 2018-19ରେ ବିଜେପି 1612.04 କୋଟି ଟଙ୍କା ଆୟ କରିଥିବା ବେଳେ ଅନ୍ୟ 5 ରାଜନୈତିକ ଦଳଙ୍କ ଅପେକ୍ଷା ବିଜେପି ଦେଢ ଗୁଣ ଅଧିକ ଅର୍ଥ ଆଦାୟ କରିଛି । ଅନ୍ୟ ପାଞ୍ଚ ରାଜନୈତିକ ଦଳକୁ 900.94 କୋଟି ଟଙ୍କାର ଅର୍ଥ ମିଳିଛି । କଂଗ୍ରେସ ଏହି ସମୟ ମଧ୍ୟରେ 728.88 କୋଟି ଟଙ୍କା ଆୟ କରିଛି । କଂଗ୍ରେସ ଆୟର 29 ପ୍ରତିଶତ ଅଜଣା ସୂତ୍ରରୁ ଆସିଛି । କଂଗ୍ରେସକୁ ମିଳିଥିବା 1960.68 କୋଟି ଟଙ୍କା ଇଲୋକ୍ଟୋରାଲ୍‌ ବଣ୍ଡ ଜରିଆରେ ମିଳିଛି । ସେହିପରି ଏନ୍‌ସିପିକୁ 2004ରୁ 2019 ମଧ୍ୟରେ 3902.63 କୋଟି ଟଙ୍କାର ଅର୍ଥ ଅଜଣା ସୂତ୍ରରୁ ମିଳିଛି । (ଏଜେନ୍ସି)

adr INCOMETAX
Share. Facebook Twitter LinkedIn Email WhatsApp Copy Link

Related Posts

ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ

March 18, 2026

ଶିଳ୍ପମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

March 18, 2026

ସୁଲଭ ଦରରେ ଅତି ଗରିବ ଲୋକଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧ: ରେଳ ମନ୍ତ୍ରୀ

March 18, 2026

କୃଷକଙ୍କ ଆୟ ଓ ନିରାପତ୍ତା ଉଭୟର ଗ୍ୟାରେଣ୍ଟି: ଲୋକସଭାରେ କେନ୍ଦ୍ର କୃଷିମନ୍ତ୍ରୀ

March 18, 2026
Latest News

ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ

March 18, 2026

ଶିଳ୍ପମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

March 18, 2026

ସୁଲଭ ଦରରେ ଅତି ଗରିବ ଲୋକଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧ: ରେଳ ମନ୍ତ୍ରୀ

March 18, 2026

କୃଷକଙ୍କ ଆୟ ଓ ନିରାପତ୍ତା ଉଭୟର ଗ୍ୟାରେଣ୍ଟି: ଲୋକସଭାରେ କେନ୍ଦ୍ର କୃଷିମନ୍ତ୍ରୀ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.