
ନୂଆଦିଲ୍ଲୀ : କଂଗ୍ରେସର ବଡ ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ଦିନ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହେଉଛନ୍ତି। ସିନ୍ଧିଆ ବିଜେପିରେ ସାମିଲ୍ ହେବା ନେଇ କଂଗ୍ରେସରେ ହଲଚଲ୍ ହେବା ସହିତ ବିଜେପି ଶିବିରରେ ମଧ୍ୟ ଟିକେ ମତଭେଦ ସୃଷ୍ଟି ହୋଇଥିବାର ଖବର ଶୁଣିବାକୁ ମିଳିଛି। ମିଳିଥିବା ଖବର ଅନୁସାରେ ମଧ୍ୟପ୍ରଦେଶର ବିଜେପିର ବଡ ନେତା ପ୍ରଭାତ ଝା ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ରହିଛନ୍ତି। ଏହା ବିଷୟରେ ସେ ବିଜେପି ହାଇକମାଣ୍ଡଙ୍କୁ ମଧ୍ୟ ଜଣାଇଛନ୍ତି।
ପ୍ରଭାତ ଝା ଭାରତୀୟ ଜନତା ପାର୍ଟିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ରହିଥିଲେ । କିନ୍ତୁ ଗତ କିଛି ଦିନ ଧରି ସେ ଦଳରେ ଅଣଦେଖା ରହିଛନ୍ତି। ଏହି କାରଣରୁ ଗତ କିଛି ଦିନ ଧରି ଏହି ସମ୍ପର୍କିତ ଖବର ଶୁଣିବାକୁ ମିଳିଥିଲା।
ଗତ ଲୋକସଭା ନିର୍ବାଚନରେ ପ୍ରଭାତ ଝା ଦଳଠୁ ଅଲଗା ରାସ୍ତାରେ ପ୍ରଚାର ପ୍ରସାର କରୁଥିଲେ । ନିର୍ବାଚନ ପରେ ପ୍ରଭାତ ଝା ଟୁଇଟ୍ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । (ଏଜେନ୍ସି)
Tags: prbhatjhaa, scindia