ଟ୍ରେନ ଚଳାଚଳରେ ପରିବର୍ତ୍ତନକୁ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା

Published: Mar 13, 2020, 7:05 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ବିଭିନ୍ନ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ କରାଯାଇଛି । ମାର୍ଚ୍ଚ ମାସର 29 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଟ୍ରେନ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସ୍ଥାନରୁ ଚଳାଚଳ କରୁଥିବା ଦୈନିକ ଟ୍ରେନ୍‌କୁ ସପ୍ତାହକୁ ତିନିଥର ଚଲାଇବା ପାଇଁ ନିଷ୍ପତ୍ତି ହୋଇଛି । ବାତିଲ ହେବାକୁ ଥିବା ଟ୍ରେନ୍‌ର ତାଲିକା ନିମ୍ନରେ ପ୍ରଦାନ କରାଯାଇଛି ।

1.ମାର୍ଚ୍ଚ 13,20 ଓ 27 ତାରିଖରେ ବାତିଲ ହେବାକୁ ଥିବା ଟ୍ରେନ :
ବିଶାଖାପାଟଣା ଠାରୁ ଯାଉଥିବା 58530 ବିଶାଖାପାଟଣା-ଦୁର୍ଗ ପାସେଞ୍ଜର

2. ମାର୍ଚ୍ଚ 14,21 ଓ 28 ତାରିଖରେ ବାତିଲ ହେବାକୁ ଥିବା ଟ୍ରେନ :
58131/58132 ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଉଭୟ ପାର୍ଶ୍ୱରୁ
ଦୁର୍ଗରୁ ଯାଉଥିବା 58529 ଦୁର୍ଗ-ବିଶାଖାପାଟଣା ପାସେଞ୍ଜର
ଭୁବନେଶ୍ୱରରୁ ଯାଉଥିବା 18423 ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ

3.ମାର୍ଚ୍ଚ ମାସ 15,22 ଓ 29 ତାରିଖରେ ବାତିଲ ହେବାକୁ ଥିବା ଟ୍ରେନ :
58525/58526 ବ୍ରହ୍ମପୁର-ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଉଭୟ ପାର୍ଶ୍ୱରୁ
58417/58418 ପୁରୀ-ଗୁଣୁପୁର-ପୁରୀ ପାସେଞ୍ଜର ଉଭୟ ପାର୍ଶ୍ୱରୁ
58427/58428 ପଲାସା-ଗୁଣୁପୁର-ପଲାସା ପାସେଞ୍ଜର ଉଭୟ ପାର୍ଶ୍ୱରୁ
68411/58412 ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଉଭୟ ପାର୍ଶ୍ୱରୁ
22819/22820 ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ
ନୟାଗଡ଼ ଟାଉନ ଠାରୁ ଯାଉଥିବା 18424 ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ

Related posts