Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗମ୍ଭାରୀମୁଣ୍ଡା ଦନ୍ତା ହାତୀ ଆକ୍ରମଣରେ ଦମ୍ପତି ଗୁରୁତର
ଆଜିର ଖବର

ଗମ୍ଭାରୀମୁଣ୍ଡା ଦନ୍ତା ହାତୀ ଆକ୍ରମଣରେ ଦମ୍ପତି ଗୁରୁତର

March 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ପୁଣି ଦନ୍ତା ଆତଙ୍କ ଦେଖାଯାଇଛି। ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଙ୍କାଳ ଗ୍ରାମରେ ଆଜି ଦନ୍ତା ଆକ୍ରମଣରେ ଦମ୍ପତି ଗୁରୁତର ହୋଇଥିବାର ଖବର ଆସିଛି। ସେହି ଗ୍ରାମର ଦେବେନ୍ଦ୍ର ପ୍ରଧାନ ଓ ବିଶିକା ପ୍ରଧାନ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଉଭୟଙ୍କ ବୟସ ଯଥାକ୍ରମେ 62 ଓ 58 ବର୍ଷ। ମିଳିଥିବା ସୂଚନା ଅନୁସାରେ ଗତକାଲି ମଧ୍ୟରାତ୍ରରେ ସେମାନେ ପୋଖରୀରେ ମାଛ ଖାଦ୍ୟ ପକାଉଥିବାବେଳେ 20ଟି ହାତୀ ଆସି ତାଙ୍କ ଖାଦ୍ୟ ପଦାର୍ଥକୁ ନଷ୍ଟ କରିବା ସହିତ ଉଭୟ ସ୍ବାମୀ ସ୍ତ୍ରୀକୁ ଶୁଣ୍ଢରେ ଧରି କଚାଡି ପକାଇ  ଉଭୟ ହାତୀ ଆକ୍ରମଣରେ ଗୁରୁତର ହୋଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି। ଉଭୟ ସ୍ବାମୀ ସ୍ତ୍ରୀ ମତ୍ସ୍ୟଚାଷ ପାଳନରେ ସହାୟତା କରି ଜୀବିକା ନିର୍ବାହ କରୁଥିବାବେଳେ ଦନ୍ତା ଆକ୍ରମଣରେ ଗଭୀର ଗୁରୁତର ହୋଇଛନ୍ତି । ଗରିବ ପରିବାରର ଏହି ସ୍ବାମୀ ସ୍ତ୍ରୀଙ୍କୁ ସରକାରୀ ସହାୟତା ମିଳିବା ନେଇ ସାଧାରଣରେ ଦାବି ହେଉଛି।

ସମ୍ପ୍ରତି କୃଷି ବିଭାଗ ତରଫରୁ ଚାଷୀଙ୍କୁ ବିଭିନ୍ନ ପ୍ରକାର ସୁବିଧା ଦିଆଯାଉଥିବାବେଳେ ମତ୍ସ୍ୟଚାଷ ପାଇଁ ସରକାରଙ୍କୁ ତରଫରୁ ସୋଲାର ଲାଇଟ୍‌ ମିଳିପାରିଲେ ବନ୍ୟଜନ୍ତୁ ଆକ୍ରମଣରୁ ବର୍ତ୍ତିପାରିବା ସହିତ ଧନ ଓ ଜୀବନ ସୁରକ୍ଷିତ ରହିପାରନ୍ତା ।

ଗତ କିଛି ଦିନ ଧରି ରାଜ୍ୟରେ ଦନ୍ତା ଆତଙ୍କ ବଢିବାରେ ଲାଗିଛି। ଜଙ୍ଗଲ ନଷ୍ଟ ଯୋଗୁଁ ହାତୀ ଜନବସତି ମୁହାଁ ହେଉଛନ୍ତି। ଏହା ଫଳରେ ବହୁ ଧନ ଜୀବନ ନଷ୍ଟ ହେଉଛି। ବନବିଭାଗର ଅବହେଳା ଯୋଗୁଁ ହାତୀମାନେ ଜଙ୍ଗଲ ଛାଡି ଜନବସତି ଆଡକୁ ଆସି ଏପରି ଧନ ଜୀବନ ବିପର୍ଯ୍ୟସ୍ତ କରୁଥିବାରୁ ଏହାକୁ ନେଇ ସାଧାରଣରେ ବେଶ୍‌ ଅସନ୍ତୋଷ ଦେଖାଦେଇଛି ।

ବାଣପୁର ହାତୀ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026
Latest News

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026

ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.