Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଭୟ: ପୁରୀ ନଆସିବାକୁ ଅପିଲ କଲେ ଜିଲ୍ଲାପାଳ
ଆଜିର ଖବର

କରୋନା ଭୟ: ପୁରୀ ନଆସିବାକୁ ଅପିଲ କଲେ ଜିଲ୍ଲାପାଳ

March 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷାବ୍ୟୁରୋ

ପୁରୀ: ଆଜି ପୁରୀ ପ୍ରଶାସନ ପକ୍ଷରୁ କରୋନା କାରଣରୁ କଟକଣା ଜାରି କରାଯାଇଛି। ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବସିଥିବା ଏକ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ଏପ୍ରିଲ ୧ତାରିଖ ଯାଏଁ ପୁରୀ ନ ଆସିବା ପାଇଁ ଅପିଲ କରାଯାଇଛି।

ଏହି ବୈଠକରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ନିର୍ଦ୍ଧିଷ୍ଠ ନିୟମ କରାଯାଇଛି। ଦର୍ଶନ ପାଇଁ ସେମାନଙ୍କୁ ଫର୍ମ ପୂରଣ କରିବାକୁ ପଡିବ। ଉକ୍ତ ଫର୍ମରେ ନିଜର ତଥ୍ୟ ପ୍ରଦାନ କରିବା ବାଧ୍ୟତାମୂଳକ। ଦର୍ଶନାର୍ଥୀ ଏହି ଫର୍ମକୁ ଶ୍ରୀମନ୍ଦିର ବାହାରେ ଥିବା ହେଲ୍ପ ଡେସ୍କରୁ ଗ୍ରହଣ କରିପାରିବେ। ପରିବାରର କୌଣସି ସଦସ୍ୟ ଯଦି ବିଦେଶରୁ ଆସିଥାନ୍ତି ତେବେ ଏହି ଫର୍ମରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଅରୁଣସ୍ତମ୍ଭ, ଗରୁଡସ୍ତମ୍ଭ, ଦେବାଦେବୀଙ୍କୁ ସ୍ପର୍ଶ ନକରିବା ସହ ସଙ୍କୀର୍ତ୍ତନ ମାଧ୍ୟମରେ ପୂଜାପାଠ କରିବା ବାରଣ କରାଯାଇଛି। ଭକ୍ତଙ୍କ ପାଇଁ ହ୍ୟାଣ୍ଡ ୱାସ ର ବ୍ୟବସ୍ଥା କରାଯିବ। ଭକ୍ତଙ୍କ ଦର୍ଶନ ସମୟରେ ଯେଉଁ ଧାଡିର ବ୍ୟବସ୍ଥା ରହିଛି, ସେହି ଧାଡିରେ ଭକ୍ତଙ୍କ ଭିତରେ ଦୁଇ ମିଟର ପର୍ଯ୍ୟନ୍ତ ଦୂରତା ରହିବା ନେଇ ଉକ୍ତ ବୈଠକରେ ନିଷ୍ପତି ନିଆଯାଇଛି। ଶ୍ରୀମନ୍ଦିରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ମାସ୍କ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ସେବାୟତଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ।

ସେହିପରି ପୁରୀ ସମୁଦ୍ରକୂଳ ବୁଲିବା କିମ୍ବା ଗାଧୋଇବା ଉପରେ କଟକଣା ଲଗାଯାଇଛି। ଏତଦବ୍ୟତୀତ ଆସନ୍ତାକାଲି କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ବନ୍ଦ ରଖିବା ନେଇ ଘୋଷଣା କରାଯାଇଛି।

ସାରା ବିଶ୍ଵ ଏବେ କରୋନା କବଳରେ। ଏନେଇ ଡବ୍ଲୁ ଏଚ ଓ ତରଫରୁ ଏହାକୁ ବିଶ୍ଵ ମହାମାରୀ ରୂପେ ଘୋଷଣା କରିସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୧୦୭ ଜଣ କାରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଉଭୟ ଭାରତ ସରକାର ଏବଂ ଓଡିଶା ସରକାର ମଧ୍ୟ ଏନେଇ ବହୁ କଟକଣା ଲଗାଇବା ସହ କରୋନା ଭୂତାଣୁରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି। ସମସ୍ତ ସଭାସମିତି, ଧାର୍ମିକ କାର୍ଯ୍ଯକ୍ରମ, ରାଜନୈତିକ ରାଲି, ଶିକ୍ଷାନୁଷ୍ଠାନକୁ ବନ୍ଦ ପାଇଁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ରହିଛି।

jagannath temple Puri
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରୁ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

June 3, 2026

୬୧ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିବେ ଆମିର ଖାନ: ଜାଣନ୍ତୁ କେବେ ଆଉ କାହାକୁ?

June 3, 2026

ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍ ଖେଳିବେ ଭାରତୀୟ ବଂଶୋଦ୍ଭବ ଖେଳାଳି: ଜାଣନ୍ତୁ କେଉଁ ଦେଶ

June 3, 2026

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର

June 3, 2026
Latest News

ବାଲୁଗାଁରୁ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

June 3, 2026

ମମତା ବାନାର୍ଜୀଙ୍କ ଦଳରେ ବଡ଼ ବିଭାଜନ: ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି

June 3, 2026

୬୧ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିବେ ଆମିର ଖାନ: ଜାଣନ୍ତୁ କେବେ ଆଉ କାହାକୁ?

June 3, 2026

ନ୍ୟୁଜିଲାଣ୍ଡ ଗସ୍ତରେ ତିନୋଟି ଫର୍ମାଟ୍ ଖେଳିବ ଟିମ୍ ଇଣ୍ଡିଆ: କାର୍ଯ୍ୟସୂଚୀ ଚୂଡ଼ାନ୍ତ କଲା BCCI 

June 3, 2026

ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍ ଖେଳିବେ ଭାରତୀୟ ବଂଶୋଦ୍ଭବ ଖେଳାଳି: ଜାଣନ୍ତୁ କେଉଁ ଦେଶ

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.