
ଭାରତୀୟ ବାୟୁ ସେନା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ କରିଥିବା ସର୍ଜିକାଲ୍ ଷ୍ଟ୍ରାଇକ୍କୁ ସାରା ଦେଶ ପ୍ରଶଂସା କରୁଛି । ବାୟୁ ସେନାର ଏପରି ସାହସିକତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାୟୁସେନାକୁ ସାଲ୍ୟୁଟ୍ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ନିଜ ଟୁଇଟର୍ ଆକାଉଣ୍ଟ୍ରେ ବାୟୁସନୋକୁ ସାଲ୍ୟୁଟ୍ ଜଣାଇ ଲେଖିଛନ୍ତି ‘ଆମ ରାଷ୍ଟ୍ରର ପ୍ରତିରକ୍ଷା ଲାଗି ଆଜି ଭୋରରୁ ଆତଙ୍କବାଦୀଙ୍କ ଶିବିର ଉପରେ ଆକ୍ରମଣ କରିଥିବାରୁ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍।’ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ମଧ୍ୟ ବାୟୁସେନାକୁ ସାଲ୍ୟୁଟ୍ କରି ଟ୍ବିଟ୍ କରିଥିଲେ । ସେହିପରି ଆମ୍ଆଦ୍ମୀ ପାର୍ଟିର ଅଧ୍ୟକ୍ଷ ଅରବିନ୍ଦ କେଜ୍ରୀଓ୍ବାଲ୍ ମଧ୍ୟ