Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ରାତି ଅଧିଆ ଏୟାର ଷ୍ଟ୍ରାଇକ, ସତର ଜଣ ସନ୍ତ୍ରାସବାଦୀ ନିହତ ସୂଚନା

ୱାସିଂଟନ, ସିରିୟା ଉପରେ ରାତି ଅଧିଆ ଏୟାର ଷ୍ଟ୍ରାଇକ କରିଛି ଆମେରିକ। ଇରାକ ସୀମବର୍ତ୍ତି ଅଞ୍ଚଳରେ ଏହି ଷ୍ଟ୍ରାଇକ କରାଯାଇଛି। ସିରିଆର ଏହି ସ୍ଥାନରେ ବଙ୍କର କରି ସନ୍ତ୍ରାସବାଦୀମାନେ ଅପରେସନ କରୁଥିଲେ। ଗତ ଫେବୃୟାରୀ 18 ତାରିଖରେ ଇରାକ ଉପରେ ହୋଇଥିବା ରକେଟ ମାଡର ଏହା ଆମେରିକାର ଜବାବ। ସେହି ଘଟଣାରେ ଜଣେ କଂଣ୍ଟ୍ରାକ୍ଟରର ସହିତ ଜଣେ ଆମେରିକୀୟଙ୍କର ମୃତ୍ୟୁ ହୋଇଥିଲା। ତେବେ ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ସାମରିକ କାର୍ଯ୍ୟାନୁଷ୍ଠାନ। ତେବେ ଏହି ଘଟଣାରେ 17 ଜଣ ସନ୍ତ୍ରାସବାଦୀ ନିହତ ବୋଲି ଜଣାପଡିଛି।

Categories
ଆଜିର ଖବର

ଆଫଗାନିସ୍ତାନରେ ବିମାନ ଆକ୍ରମଣ : ଶିଶୁ ସମେତ 8 ମୃତ

କାବୁଲ :1/12 : ଆଫଗାନିସ୍ତିାନରେ ଏକ ବିମାନ ଆକ୍ରମଣରେ ଜଣେ ନବଜାତ ଶିଶୁ ସମେତ 8 ଜଣଙ୍କ ପ୍ରାଣହାନି ଘଟିଛି । ଆଫଗାନିସ୍ତାନର ଖୋସ୍ତ ଅଞ୍ଚଳରେ ଏହି ଆକ୍ରମଣ ଘଟିଛି । ଆମେରିକୀୟ ସେନା ପକ୍ଷରୁ କରାଯାଇଥିବା ଏହି ଆକ୍ରମଣରେ ଶୁକ୍ରବାର ଜନ୍ମ ନେଇଥିବା ଜଣେ ନବଜାତ ଶିଶୁ ପ୍ରାଣ ହରାଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ଦୁଇ ଜଣ ମହିଳା, ଦୁଇ ଜଣ ଶିଶୁ ଏବଂ ଜଣେ ପୁରୁଷ ପ୍ରାଣ ହରାଇଥିଲେ । ପରିବାରର ପାଞ୍ଚ ଜଣଙ୍କ ବ୍ୟତିତ ଅନ୍ୟ ତିନି ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିବା ନେଇ ଖୋସ୍ତ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦେଇଛନ୍ତି ତାଲେବ ମଙ୍ଗଲ । (ଏଜେନ୍ସୀ)

Categories
ଆଜିର ଖବର

ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ନ ହେଉ : ସଲମନ୍‌ ଖୁର୍ଶିଦ୍‌

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମନ୍‌ ଖୁର୍ଶିଦ୍‌ ଭାରତର ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ନ କରିବାକୁ ପରାମର୍ଶ ଦେଇଛନ୍ତି । ଭାରତୀୟ ବାୟୁସେନା ଦ୍ବାରା କରାଯାଇଥିବା ଆତଙ୍କବାଦୀ ବିରୁଦ୍ଧରେ ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି କରିବା ଦ୍ବାରା ସାରା ବିଶ୍ବରେ ଭାରତର ଏକ ନାକାରାତ୍ମକ ଛବି ଦୃଶ୍ୟ ହେଉଛି  । ଏହାଦ୍ବାରା ଆମର ଶତ୍ରୁମାନେ ଆମ ଭିତରେ ଏକତା ନଥିବାର ପ୍ରମାଣ ପାଉଛନ୍ତି ।  ତେବେ ସରକାର ଲୋକ ତଥା ବିରୋଧୀଙ୍କର ପ୍ରଶ୍ନର ସ୍ପଷ୍ଟୀକରଣ ଦେବା ଦରକାର । ଲୋକତନ୍ତ୍ରରେ ସରକାର ଲୋକଙ୍କୁ ଜବାବ ଦେବା ଏବଂ ସନ୍ଦେହ ମୁକ୍ତ କରିବା ଉଚିତ୍‌ ।  କିନ୍ତୁ ସରକାର ଏହି ବିବାଦର ସ୍ପଷ୍ଟୀକରଣ ନ ଦେଇ ରାଜନୀତିକ କରିବା ବେଶ୍‌ ଦୁର୍ଭାଗ୍ୟଜନକ । ସେ କହିଛନ୍ତି ଯେ, କଂଗ୍ରେସ ସଦାସର୍ବଦା ରାଷ୍ଟ୍ର ହିତ ପାଇଁ ବଳିଦାନ ଦେଇଛି । ଦେଶ ପାଇଁ ଏହା ସବୁବେଳେ ଭଲ ହିଁ କରିବ ।

Categories
ଆଜିର ଖବର

ବାଲାକୋଟରେ ୩ଶହ ମଣିଷ ନା ଗଛ ମରିଛନ୍ତି: ସିଦ୍ଧୁ

ପାକିସ୍ତାନ ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ଦିନକୁ ଦିନ ବିବାଦୀୟ ବୟାନ ସାମନାକୁ ଆସିଛି। ପୂର୍ବରୁ ବିରୋଧୀ ନେତା ମଧ୍ୟ ଏୟାର ଷ୍ଟ୍ରାଇକର ପ୍ରମାଣ ମାଗିଥିବା ବେଳେ ଏହାକୁ ନେଇ ରାଜେନୖତିକ ପାଣିପାଗ ଏବେ ବେଶ୍‌ ଉଷ୍ମ ରହିଛି । ସବୁବେବେଳ ବିବାଦୀୟ ବୟାନ ଦେଉଥିବା ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସିଦ୍ଧୁ ଏୟାର୍‌ଷ୍ଟ୍ରାଇକ୍‌କୁ ନେଇ ଏକ ଟୁଇଟ କରି ଲେଖିଛନ୍ତି, ଆତଙ୍କବାଦୀ ଦମନ କରିବାକୁ ଯାଇଥିଲ ନା ଗଛ ଉପାଡିବାକୁ, ନା ଏହା କେବଳ ରାଜନୈତିକ ନାଟକ ଥିଲା।  ସେନାଙ୍କୁ ନେଇ ରାଜନୀତି ନ କରାଯାଉ। ଦେଶ ଯେଭଳି ପବିତ୍ର ସେନା ମଧ୍ୟ ସେହିଭଳି ପବିତ୍ର ବୋଲି କହିଛନ୍ତି ସିଦ୍ଧୁ। ପୂର୍ବରୁ ମଧ୍ୟ ପୁଲଓ୍ବାମା ଆତଙ୍କୀ ଆକ୍ରମଣକୁ ନେଇ ସିଦ୍ଧୁ ଦେଇଥିବା ବିବଦୀୟ ବୟାନ ଯୋଗୁ ତାଙ୍କୁ କପିଲ ଶର୍ମା ଶୋ’ରୁ ବାହାର କରି ଦିଆଯାଇଥିଲା। ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ମଧ୍ୟ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

Categories
ଆଜିର ଖବର

ଭାରତର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଜଣେ ପାଇଲଟ୍ ନିଖୋଜ ଅଛନ୍ତି: ବୈଦେଶିକ ମନ୍ତ୍ରଣାଳୟ

ଭାରତୀୟ ବିଦେଶ ମନ୍ତ୍ରାଳୟ ଏବଂ ବାୟୁସେନା ପକ୍ଷରୁ ଏନେଇ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ବିମାନକୁ ମାରି ଖସାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି । ବିଦେଶ ସଚିବ କହିଛନ୍ତି, ନିୟନ୍ତ୍ରଣ ସୀମା ରେଖା ଅତିକ୍ରମ କରି ଆଜି ପାକିସ୍ତାନର ଏକ ଯୁଦ୍ଧ ବିମାନ ଭାରତୀୟ ଆକାଶ ସୀମା ଭିତରକୁ ଚାଲିଆସିଥିଲା । ଜମ୍ମୁକଶ୍ମୀର ରଜୌରୀ ଜିଲ୍ଳାର ନୌସେରା ସେକ୍ଟର ଭିତରକୁ ପାକିସ୍ତାନ ଯୁଦ୍ଧ ବିମାନ ପଶି ଆସିଥିଲା । ତେବେ ଭାରତୀୟ ବାୟୁସେନାର କଡା ଜବାବରେ ପାକର ଯୁଦ୍ଧ ବିମାନଟି ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇ ତଳେ ପଡିଯାଇଥିଲା । ତେବେ ଏହି ଅପରେସନ ବେଳେ ଭାରତର ମଧ୍ୟ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଜଣେ ପାଇଲଟ ଏବେ ନିଖୋଜ ଅଛନ୍ତି ବୋଲି ବିଦେଶ ମନ୍ତ୍ରାଳୟ କହିଛି । ଜଣେ ଭାରତୀୟ ପାଇଲଟ୍‌କୁ କବ୍‌ଜାରେ ରଖିଥିବାର ପାକିସ୍ତାନ ଦାବି କରୁଛି ।  ତେବେ ପାକିସ୍ତାନର ଦାବି କେତେ ଦୂର ସତ , ତାହା ନେଇ ଏବେ ଯାଂଚ କରାଯାଉଛି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ପାକିସ୍ତାନ ଟୁଇଟ୍ କରି ପ୍ରକାଶ କରିଛି ଯେ ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍ କମାଣ୍ଡରଙ୍କୁ ଏବେ ପାକିସ୍ତାନ ସେନା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର

ବାଲାକୋଟ ବାୟୁସେନା ଆକ୍ରମଣ ଏକ ସଂପୂର୍ଣ୍ଣ ନୂତନ ରଣନୀତି : ଓମାର ଅବଦୁଲ୍ଲା

ଭାରତୀୟ ବାୟୁସେନା ଦ୍ଵାରା ଆକ୍ରମଣ ପାକିସ୍ତାନରେ ଘୋର ଅଶାନ୍ତି ସୃଷ୍ଟି କରିଛି ଯାହା ପଡୋଶୀ ଦେଶର ଗଭୀରତାକୁ ସ୍ପର୍ଶ କରିଛି ବୋଲି ଦୃଢୋକ୍ତି ପ୍ରକାଶ ପାଇଛି । ଜୈସ-ଏ-ମହମ୍ମଦର ଆକ୍ରମଣକୁ ପ୍ରତିହତ କରିବାକୁ ଏହା ଏକ ନୂତନ ରଣ କୌଶଳ ବୋଲି ଜାମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା କହିଛନ୍ତି  । ଏହି ଆକ୍ରମଣ ପାକିସ୍ତାନକୁ  ଦୋହଲାଇ ଦେଇଛି । ସେ କହିଛନ୍ତି ଯେ ବାଲାକୋଟ ବାୟୁ ଆକ୍ରମଣ ପରେ ଭାରତ ଏକ ନୂତନ ଦିଗନ୍ତକୁ ପ୍ରବେଶ କରିଛି । ଉରି ଆକ୍ରମଣ ପରେ ଆମେ ଆମ ଏହାର ଭରଣା କରିଥିଲୁ କିନ୍ତୁ ବାଲାକୋଟ ଜୈଶ୍‌ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏକ ଆଗୁଆ ପଦକ୍ଷେପ ବୋଲି ସେ କହିଛନ୍ତି । ଏହା ଏକ ସଂପୂର୍ଣ୍ଣ ନୂତନ ରଣ କୌଶଳ  । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ପରେ ଲାଇନ ଅଫ କଣ୍ଟ୍ରୋଲ ପାଖରେ ରହୁଥିବା ଲୋକେ ଯେପରି ସୁରକ୍ଷିତ ରହନ୍ତି ସେଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ସହିତ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର ଲାଗି ପ୍ରସ୍ତୁତ ରହିବା ଉଚିତ।  ଅବଦୁଲ୍ଲା କହିଛନ୍ତି ଯେ ସେ ଓ ତାଙ୍କ ପାର୍ଟିର କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ପ୍ରଶାସନ ଏବଂ ଜନତାଙ୍କୁ ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ  ଅଛନ୍ତି ।

Categories
ଆଜିର ଖବର

ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛି ପାକିସ୍ତାନ : ଇମ୍ରାନ୍‌ ଖାନ୍‌

ଭାରତର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା ପରିଷଦ ବୈଠକ ବସିଥିଲା। ଏଥିରେ ଇମ୍ରାନ୍‌ ଖାନ୍‌ ଦେଶର ସମସ୍ତ ସୁରକ୍ଷାକର୍ମୀ ଏବଂ ସାଧାରଣ ଲୋକଙ୍କୁ ସବୁ ପ୍ରକାରର ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ ଭାରତ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ର ଉଲ୍ଲଂଘନ କରିଥିବା ବିଷୟକୁ ସଂଯୁକ୍ତ ରାଷ୍ଟ୍ର ଓ ଅନ୍ତରାଷ୍ଟ୍ରୀୟ ଫୋରମ୍‌ରେ ଉଠାଇବ । ଏହି ବୈଠକରେ ସେନାର ଶୀର୍ଷସ୍ତରୀୟ ନେତା ତଥା ସେନା ପ୍ରମୁଖ ଜେନେରଲ୍‌ କମର୍‌ ଜାଭେଦ ବାଜ୍‌ଓ୍ବା ପ୍ରମୁଖ ସାମିଲ୍‌ ରହିଥିଲେ । ଭାରତ ଦ୍ବାରା ଏଲ୍‌ଓସିର ଉଲ୍ଲଂଘନ ବିଷୟକୁ ଯଥାଶୀଘ୍ର ଇସଲାମିକ୍‌ ସହଯୋଗ ସଂଗଠନ, ସଂଯୁକ୍ତ ରାଷ୍ଟ୍ର ଓ ମିତ୍ର ରାଷ୍ଟ୍ରଙ୍କ ସମ୍ମୁଖରେ ଉପସ୍ଥାପନ କରିବ । ଭାରତ ସରକାର କେବଳ ନିଜର ବ୍ୟକ୍ତିଗତ ଫାଇଦା ଓ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଆକ୍ରମଣାତ୍ମକ ରୂପ ଦେଖାଇଛନ୍ତି ବୋଲି ଇମ୍ରାନ୍‌ କହିଛନ୍ତି । ଏହି ବୈଠକ ପରେ ପାକ୍ ବୈଦେଶିକ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆତ୍ମରକ୍ଷା ପାଇଁ ତଥା ଭାରତର ଆକ୍ରମଣ ଜବାବ ଦେବାର ପାକିସ୍ତାନର ଅଧିକାର ରହିଛି ।

Categories
ଆଜିର ଖବର

ଭାରତୀୟ ବାୟୁସେନାର ପ୍ରଶଂସା କଲେ ସିଦ୍ଧୁ

ଫୁଲଓ୍ବାମା ଆକ୍ରମଣ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦରେ ଫଶିଥିବା କଂଗ୍ରେସ ନେତା ତଥା କ୍ରିକେଟ୍‌ର ନବଜୋତ ସିଂ ସିଦ୍ଧୁ ଆଜି ପିଓକେର ହୋଇଥିବା ଆକ୍ରମଣକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି । ଭାରତୀୟ ବାୟୁସେନାକୁ ପ୍ରଶଂସା କରିବା ସେ ଏକ ଟ୍ବିଟ୍‌ କରିଛନ୍ତି । ସେ ଏହି ଟ୍ବିଟ୍‌ରେ ଲେଖିଛନ୍ତି  – ‘ଲୁହା ଲୁହାକୁ କାଟିଥାଏ, ନିଆଁ ନିଆଁକୁ କାଟିଥାଏ, ସାପ ବିଷରୁ ବଞ୍ଚିବାର ଔଷଧ ମଧ୍ୟ ବିଷରୁ ହିଁ ତିଆରି ହୁଏ, ଆତଙ୍କବାଦୀଙ୍କ ବିନାଶ ଅନିବାର୍ଯ୍ୟ । ଭାରତୀୟ ବାୟୁସେନାର ଜୟ ହେଉ । ଜୟ ହିନ୍ଦ୍‌, ଜୟ ହିନ୍ଦ୍‌ କି ସେନା ।’ ଆଉ ଏକ ଟ୍ବିଟ୍‌ରେ ସିଦ୍ଧୁ ଲେଖିଛନ୍ତି ଯେ – ଭୁଲ ଠିକ୍‌ର ଯୁଦ୍ଧରେ ନିରପେକ୍ଷ ରହିହେବ ନାହିଁ। ଆତଙ୍କବାଦୀଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସାବାସ୍‌ ଭାରତୀୟ ବାୟୁସେନା । ଜୟ ହିନ୍ଦ । ଗତ ଫେବୃଆରୀ ୧୪  ତାରିଖ ଫୁଲ୍‌ଓ୍ବାମା ଆକ୍ରମଣରେ ୪୦ ଯବାନ୍‌ ଶହୀଦ୍‌ ହେବା ପରେ ସିଦ୍ଧୁ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିବା ଉଚିତ୍‌ ନୁହେଁ ବୋଲି କହିବା ସହିତ କିଛି ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଦେଶ ଉପରେ ଦୋଷ ଦେବା ଠିକ୍‌ ନୁହେଁ ବୋଲି ମନ୍ତବ୍ୟ ରଖିଥିଲେ । ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ପାକିସ୍ତାନକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା ଏବଂ ଏହି କାରଣରୁ ତାଙ୍କୁ ‘ଦ କପିଲ୍‌ ଶର୍ମା ଶୋ’ରୁ ମଧ୍ୟ ବାଦ୍‌ ଦିଆଯାଇଛି ।

Categories
ଆଜିର ଖବର

ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍‌ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭାରତୀୟ ବାୟୁ ସେନା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ କରିଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ସାରା ଦେଶ ପ୍ରଶଂସା କରୁଛି । ବାୟୁ ସେନାର ଏପରି ସାହସିକତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାୟୁସେନାକୁ ସାଲ୍ୟୁଟ୍‌ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ବାୟୁସନୋକୁ ସାଲ୍ୟୁଟ୍‌ ଜଣାଇ ଲେଖିଛନ୍ତି ‘ଆମ ରାଷ୍ଟ୍ରର ପ୍ରତିରକ୍ଷା ଲାଗି ଆଜି ଭୋରରୁ  ଆତଙ୍କବାଦୀଙ୍କ ଶିବିର ଉପରେ ଆକ୍ରମଣ କରିଥିବାରୁ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍‌।’ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ମଧ୍ୟ ବାୟୁସେନାକୁ ସାଲ୍ୟୁଟ୍‌ କରି ଟ୍ବିଟ୍‌ କରିଥିଲେ । ସେହିପରି ଆମ୍‌ଆଦ୍‌ମୀ ପାର୍ଟିର ଅଧ୍ୟକ୍ଷ ଅରବିନ୍ଦ  କେଜ୍‌ରୀଓ୍ବାଲ୍‌ ମଧ୍ୟ

Categories
ଆଜିର ଖବର

ଭାରତର ଆକ୍ରମଣକୁ ବଲିଉଡ୍‌ର ପ୍ରଶଂସା

ପୁଲୱାମା ଆକ୍ରମଣର ୧୨ ଦିନ ପରେ ପ୍ରତିଶୋଧ ନେଇଛି ଭାରତ। ମଙ୍ଗଳବାର ଭୋରରୁ ଭାରତୀୟ ବାୟୁସେନା ପକ୍ଷରୁ ଶତ୍ରୁ ଶିବିରକୁ ଟାର୍ଗେଟ କରାଯାଇ ‘ଜୈଶ ର ବହୁ ଶିବିର ଧ୍ୱଂସ କରାଯାଇଛି। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି। ଭାରତୀୟ ସେନା ବିରାଟ ସଫଳତା ପାଇବା ପରେ ବଲିଉଡରେ ଆନନ୍ଦର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଖୁସି ଜାହିର୍‌ କରି ଟ୍ବିଟ୍‌ କରିଛନ୍ତି ଯେ, ଅନ୍ଦର ଘୁସ୍‌ କେ ମାରୋ । ବଲିଉଡ କମେଡିଆନ୍‌ ତଥା ବିଜେପି ସାଂସଦ ପରେଶ୍‌ ରାଓ୍ବଲ କହିଛନ୍ତି, ‘ଭାରତୀୟ ସେନା ଓ ନରେନ୍ଦ୍ର ମୋଦି ସାର୍‌ଙ୍କୁ ଧନ୍ୟବାଦ୍‌, ଜୟ ହୋ’। ସେହିପରି ଅଭିନେତା ଅନୁପମ ଖେର ‘ଭାରତ ମାତା କି ଜୟ୍‌’ ବୋଲି ଟ୍ବିଟ୍‌ କରିଛନ୍ତି । ଅଭିନେତା ଅଜୟ ଦେବଗନ ଭାରତୀୟ ସେନାଙ୍କୁ ସଲାମ କରିଛନ୍ତି। ଅଭିନେତ୍ରୀ ରବିନା ଟଣ୍ଡନ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍‌ କରିବା ସହିତ ଫୁଲ୍‌ଓ୍ବାମା ଶହୀଦ୍‌ଙ୍କ ପ୍ରତି ନ୍ୟାୟ ହୋଇଛି ବୋଲି କହିଛନ୍ତି । ଅଭିନେତ୍ରୀ ମୁଗ୍ଧା ଗଡସେ ’ଏ ହେଉଛି ନୂଆ ଭାରତ, ଜୟ ହିନ୍ଦ୍‌’ ଲେଖିଛନ୍ତି। ସେହିପରି ଅଭିନେତା ସଲମନ୍‌ଖାନ୍‌, ଅଭିଷେକ ବଚ୍ଚନ, ତୁଷାର କପୁର, ଅଶୋକ ପଣ୍ଡିତ ପ୍ରମୁଖ ଭାରତୀୟ ସେନାଙ୍କୁ ସାଲ୍ୟୁଟ କରିଛନ୍ତି। ସୂଚନାଯୋଗ୍ୟ, ମାତ୍ର ୧୩ ମିନିଟ ଭିତରେ ଭାରତୀୟ ସେନା ପକ୍ଷରୁ ୩ଟି ସ୍ଥାନକୁ ଟାର୍ଗେଟ କରାଯାଇ ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରାଯାଇଥିଲା।