ଭାରତର ଆକ୍ରମଣକୁ ବଲିଉଡ୍‌ର ପ୍ରଶଂସା

Published: Feb 26, 2019, 1:22 pm IST
BollywoodPraiseIAForceafterairstrike

ପୁଲୱାମା ଆକ୍ରମଣର ୧୨ ଦିନ ପରେ ପ୍ରତିଶୋଧ ନେଇଛି ଭାରତ। ମଙ୍ଗଳବାର ଭୋରରୁ ଭାରତୀୟ ବାୟୁସେନା ପକ୍ଷରୁ ଶତ୍ରୁ ଶିବିରକୁ ଟାର୍ଗେଟ କରାଯାଇ ‘ଜୈଶ ର ବହୁ ଶିବିର ଧ୍ୱଂସ କରାଯାଇଛି। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି। ଭାରତୀୟ ସେନା ବିରାଟ ସଫଳତା ପାଇବା ପରେ ବଲିଉଡରେ ଆନନ୍ଦର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଖୁସି ଜାହିର୍‌ କରି ଟ୍ବିଟ୍‌ କରିଛନ୍ତି ଯେ, ଅନ୍ଦର ଘୁସ୍‌ କେ ମାରୋ । ବଲିଉଡ କମେଡିଆନ୍‌ ତଥା ବିଜେପି ସାଂସଦ ପରେଶ୍‌ ରାଓ୍ବଲ କହିଛନ୍ତି, ‘ଭାରତୀୟ ସେନା ଓ ନରେନ୍ଦ୍ର ମୋଦି ସାର୍‌ଙ୍କୁ ଧନ୍ୟବାଦ୍‌, ଜୟ ହୋ’। ସେହିପରି ଅଭିନେତା ଅନୁପମ ଖେର ‘ଭାରତ ମାତା କି ଜୟ୍‌’ ବୋଲି ଟ୍ବିଟ୍‌ କରିଛନ୍ତି । ଅଭିନେତା ଅଜୟ ଦେବଗନ ଭାରତୀୟ ସେନାଙ୍କୁ ସଲାମ କରିଛନ୍ତି। ଅଭିନେତ୍ରୀ ରବିନା ଟଣ୍ଡନ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍‌ କରିବା ସହିତ ଫୁଲ୍‌ଓ୍ବାମା ଶହୀଦ୍‌ଙ୍କ ପ୍ରତି ନ୍ୟାୟ ହୋଇଛି ବୋଲି କହିଛନ୍ତି । ଅଭିନେତ୍ରୀ ମୁଗ୍ଧା ଗଡସେ ’ଏ ହେଉଛି ନୂଆ ଭାରତ, ଜୟ ହିନ୍ଦ୍‌’ ଲେଖିଛନ୍ତି। ସେହିପରି ଅଭିନେତା ସଲମନ୍‌ଖାନ୍‌, ଅଭିଷେକ ବଚ୍ଚନ, ତୁଷାର କପୁର, ଅଶୋକ ପଣ୍ଡିତ ପ୍ରମୁଖ ଭାରତୀୟ ସେନାଙ୍କୁ ସାଲ୍ୟୁଟ କରିଛନ୍ତି। ସୂଚନାଯୋଗ୍ୟ, ମାତ୍ର ୧୩ ମିନିଟ ଭିତରେ ଭାରତୀୟ ସେନା ପକ୍ଷରୁ ୩ଟି ସ୍ଥାନକୁ ଟାର୍ଗେଟ କରାଯାଇ ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରାଯାଇଥିଲା।

Related posts