Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବେଲୁଚିସ୍ତାନରେ ପାକିସ୍ତାନୀ ସେନାର ନରସଂହାର: ୯ ଶିଶୁ ଓ ୭ ମହିଳାଙ୍କ ସମେତ ୨୮ ମୃତ
ଅନ୍ତରାଷ୍ଟ୍ରୀୟ

ବେଲୁଚିସ୍ତାନରେ ପାକିସ୍ତାନୀ ସେନାର ନରସଂହାର: ୯ ଶିଶୁ ଓ ୭ ମହିଳାଙ୍କ ସମେତ ୨୮ ମୃତ

August 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବେଲୁଚିସ୍ତାନ: ବେଲୁଚିସ୍ତାନର ସୁରବ ଅଞ୍ଚଳରେ ପାକିସ୍ତାନୀ ବାୟୁସେନାର ବିମାନ ଆକ୍ରମଣରେ ବଡ଼ ଧରଣର ଜନହାନି ହୋଇଥିବା ଦାବି କରାଯାଇଛି। ଆକ୍ରମଣରେ ୯ ଶିଶୁ, ୭ ମହିଳା ଓ ୧୨ ପୁରୁଷଙ୍କ ସମେତ ମୋଟ ୨୮ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ଓ ବୁଧବାର ମଧ୍ୟରାତ୍ରିରେ ସୁରବ ସହରର ଗୋନ୍ଧନ ଗାଁରେ ଏୟାର ଷ୍ଟ୍ରାଇକ ହୋଇଥିଲା। ବେଲୁଚ୍‌ ଲଢ଼ୁଆଙ୍କୁ ଲକ୍ଷ୍ୟ କରି ଅଭିଯାନ ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଘର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଆକ୍ରମଣ ପରେ ଧ୍ୱଂସାବଶେଷ ତଳୁ ମୃତଦେହ ଉଦ୍ଧାର କରାଯାଇଥିବା ଦାବି କରାଯାଇଛି। ମୃତକଙ୍କ ମଧ୍ୟରେ ଛୋଟ ଛୋଟ ଶିଶୁ ଓ ମହିଳା ଥିବାରୁ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆହତ ୧୭ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ବେଲୁଚିସ୍ତାନରେ ସାମରିକ ଅଭିଯାନକୁ ନେଇ ପୂର୍ବରୁ ମଧ୍ୟ ପାକିସ୍ତାନ ସରକାର ଓ ବେଲୁଚ୍‌ ଗୋଷ୍ଠୀଗୁଡ଼ିକ ମଧ୍ୟରେ ତୀବ୍ର ବିବାଦ ରହିଛି। ତେବେ ଏହି ଆକ୍ରମଣ ସମ୍ପର୍କରେ ପାକିସ୍ତାନୀ ସେନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।

ପୂର୍ବରୁ ମଧ୍ୟ ପାକିସ୍ତାନୀ ସେନାର ବିମାନ ଆକ୍ରମଣରେ ସାଧାରଣ ନାଗରିକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଥିଲା। ୨୦୨୫ ସେପ୍ଟେମ୍ବରରେ ଖାଇବର ପଖତୁନଖ୍ୱାର ତିରାହ ଉପତ୍ୟକାରେ ହୋଇଥିବା ଏକ ବିମାନ ଆକ୍ରମଣରେ ୩୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ଦାବି କରାଯାଇଥିଲା। ପାକିସ୍ତାନୀ ସେନା ବେଲୁଚିସ୍ତାନରେ ଏକ ବିମାନ ଆକ୍ରମଣରେ 28 ଜଣଙ୍କ ହତ୍ୟାକାଣ୍ଡ ଉପରେ ସମ୍ପୂର୍ଣ୍ଣ ନୀରବ ରହିଛି ଏବଂ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ।

airstrike ବେଲୁଚିସ୍ତାନ
Share. Facebook Twitter LinkedIn Email WhatsApp Copy Link

Related Posts

ପତନ ଦ୍ୱାରରେ ଆମେରିକୀୟ ଡଲାରର ପ୍ରାଧାନ୍ୟ!: କ’ଣ ଭାରତକୁ ମିଳିବ ଲାଭ?

August 12, 2026

ବାଂଲାଦେଶ ଗସ୍ତ ବାତିଲ?: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ସୂଚୀ ଘୋଷଣା କଲା ବିସିସିଆଇ

August 12, 2026

ଜାପାନ ଭ୍ରମଣର ସୁଯୋଗ: ଏକ ସ୍ୱତନ୍ତ୍ର ୧୦ ଦିନିଆ ପ୍ୟାକେଜ୍ ଆରମ୍ଭ କଲା IRCTC

August 12, 2026

ପୂର୍ବତନ ସିରିଆ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କୁ ମୃତ୍ୟୁଦଣ୍ଡ: ଜାଣନ୍ତୁ କାରଣ

August 11, 2026
Latest News

ବେଲୁଚିସ୍ତାନରେ ପାକିସ୍ତାନୀ ସେନାର ନରସଂହାର: ୯ ଶିଶୁ ଓ ୭ ମହିଳାଙ୍କ ସମେତ ୨୮ ମୃତ

August 12, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୬ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ, ପେପରଲେସ୍‌ ହେବ ସରକାରୀ କାର୍ଯ୍ୟାଳୟ

August 12, 2026

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO

August 12, 2026

Urdu Poets’ Conference: ଭୁବନେଶ୍ବରରେ ଆୟୋଜିତ ହେଲା ଉର୍ଦ୍ଦୁ କବି ସମ୍ମିଳନୀ

August 12, 2026

World Elephant Day: ବନତାରା ତରଫରୁ ରାଜସ୍ଥାନର ହାତୀ ଗାଁ ରେ ବୟସ୍କ ହାତୀଙ୍କ ଚିକିତ୍ସା

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.