ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛି ପାକିସ୍ତାନ : ଇମ୍ରାନ୍‌ ଖାନ୍‌

Published: Feb 26, 2019, 5:27 pm IST
Pakistan is all set to counter: Imran Khan

ଭାରତର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା ପରିଷଦ ବୈଠକ ବସିଥିଲା। ଏଥିରେ ଇମ୍ରାନ୍‌ ଖାନ୍‌ ଦେଶର ସମସ୍ତ ସୁରକ୍ଷାକର୍ମୀ ଏବଂ ସାଧାରଣ ଲୋକଙ୍କୁ ସବୁ ପ୍ରକାରର ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ ଭାରତ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ର ଉଲ୍ଲଂଘନ କରିଥିବା ବିଷୟକୁ ସଂଯୁକ୍ତ ରାଷ୍ଟ୍ର ଓ ଅନ୍ତରାଷ୍ଟ୍ରୀୟ ଫୋରମ୍‌ରେ ଉଠାଇବ । ଏହି ବୈଠକରେ ସେନାର ଶୀର୍ଷସ୍ତରୀୟ ନେତା ତଥା ସେନା ପ୍ରମୁଖ ଜେନେରଲ୍‌ କମର୍‌ ଜାଭେଦ ବାଜ୍‌ଓ୍ବା ପ୍ରମୁଖ ସାମିଲ୍‌ ରହିଥିଲେ । ଭାରତ ଦ୍ବାରା ଏଲ୍‌ଓସିର ଉଲ୍ଲଂଘନ ବିଷୟକୁ ଯଥାଶୀଘ୍ର ଇସଲାମିକ୍‌ ସହଯୋଗ ସଂଗଠନ, ସଂଯୁକ୍ତ ରାଷ୍ଟ୍ର ଓ ମିତ୍ର ରାଷ୍ଟ୍ରଙ୍କ ସମ୍ମୁଖରେ ଉପସ୍ଥାପନ କରିବ । ଭାରତ ସରକାର କେବଳ ନିଜର ବ୍ୟକ୍ତିଗତ ଫାଇଦା ଓ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଆକ୍ରମଣାତ୍ମକ ରୂପ ଦେଖାଇଛନ୍ତି ବୋଲି ଇମ୍ରାନ୍‌ କହିଛନ୍ତି । ଏହି ବୈଠକ ପରେ ପାକ୍ ବୈଦେଶିକ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆତ୍ମରକ୍ଷା ପାଇଁ ତଥା ଭାରତର ଆକ୍ରମଣ ଜବାବ ଦେବାର ପାକିସ୍ତାନର ଅଧିକାର ରହିଛି ।

Related posts