
ଭାରତୀୟ ବାୟୁସେନା ଦ୍ଵାରା ଆକ୍ରମଣ ପାକିସ୍ତାନରେ ଘୋର ଅଶାନ୍ତି ସୃଷ୍ଟି କରିଛି ଯାହା ପଡୋଶୀ ଦେଶର ଗଭୀରତାକୁ ସ୍ପର୍ଶ କରିଛି ବୋଲି ଦୃଢୋକ୍ତି ପ୍ରକାଶ ପାଇଛି । ଜୈସ-ଏ-ମହମ୍ମଦର ଆକ୍ରମଣକୁ ପ୍ରତିହତ କରିବାକୁ ଏହା ଏକ ନୂତନ ରଣ କୌଶଳ ବୋଲି ଜାମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା କହିଛନ୍ତି । ଏହି ଆକ୍ରମଣ ପାକିସ୍ତାନକୁ ଦୋହଲାଇ ଦେଇଛି । ସେ କହିଛନ୍ତି ଯେ ବାଲାକୋଟ ବାୟୁ ଆକ୍ରମଣ ପରେ ଭାରତ ଏକ ନୂତନ ଦିଗନ୍ତକୁ ପ୍ରବେଶ କରିଛି । ଉରି ଆକ୍ରମଣ ପରେ ଆମେ ଆମ ଏହାର ଭରଣା କରିଥିଲୁ କିନ୍ତୁ ବାଲାକୋଟ ଜୈଶ୍ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏକ ଆଗୁଆ ପଦକ୍ଷେପ ବୋଲି ସେ କହିଛନ୍ତି । ଏହା ଏକ ସଂପୂର୍ଣ୍ଣ ନୂତନ ରଣ କୌଶଳ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ପରେ ଲାଇନ ଅଫ କଣ୍ଟ୍ରୋଲ ପାଖରେ ରହୁଥିବା ଲୋକେ ଯେପରି ସୁରକ୍ଷିତ ରହନ୍ତି ସେଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ସହିତ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର ଲାଗି ପ୍ରସ୍ତୁତ ରହିବା ଉଚିତ। ଅବଦୁଲ୍ଲା କହିଛନ୍ତି ଯେ ସେ ଓ ତାଙ୍କ ପାର୍ଟିର କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ପ୍ରଶାସନ ଏବଂ ଜନତାଙ୍କୁ ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ଅଛନ୍ତି ।