କରୋନାର କାୟା ମଧ୍ୟରେ ତୁଳସୀ ଓ ନିମ୍ବ ପତ୍ରର ଡିମାଣ୍ଡ ବଢୁଛି

Published: Mar 18, 2020, 1:59 pm IST

ମୁମ୍ବାଇ: ମହାମାରୀ କରୋନା ଭାରତରେ ଦ୍ରୁତ ଗତିରେ କାୟା ବିସ୍ତାର କରୁଛି। ଏପର୍ଯ୍ୟନ୍ତ ଦେଶରେ 147ଟି ମାମଲା ଦେଖିବାକୁ ମିଳିଛି। କରୋନା ଭାଇରସ ଯୋଗୁଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡୁଛି । ଭାରତରେ ଆୟୁର୍ବେଦିକ ପରମ୍ପରା ଅନ୍ତର୍ଗତ ତୁଲସୀ ଓ ନିମ୍ବ ପତ୍ରର ବ୍ୟବହାର ସର୍ବଦା ରୋଗ ପାଇଁ କରାଯାଇଥାଏ।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚାଲିଥିବାବେଳେ ଏବେ ମୁମ୍ବାଇଠାରେ ନିମ୍ବ ଓ ତୁଳସୀ ପତ୍ରର ବ୍ୟବହାର ବେଶ୍‌ ବଢିଯାଇଛି । ଏଥିପାଇଁ ନିମ୍ବ ଓ ତୁଳସୀ ପତ୍ରର ଦାମ ମଧ୍ୟ ଅହେତୁକ ଭାବରେ ବୃଦ୍ଧି ହୋଇଛି । ଲୋକେ ଏହି ପତ୍ରକୁ ଚ’ ତଥା କାଢା ପ୍ରସ୍ତୁତିରେ ବ୍ୟବହାର କରୁଛନ୍ତି।

ମୁମ୍ବାଇର ଦାଦର ନିକଟସ୍ଥ ଏକ ଫୁଲ ବଜାରରେ ତୁଳସୀ ପତ୍ର 15ରୁ 20 ଟଙ୍କାରେ ମିଳୁଥିବାବେଳେ ଏବେ ଏହା 40ଟଙ୍କାରେ ପହଞ୍ଚିଛି।  ଲୋକେ କରୋନାକୁ ଡରି ଏହି ପତ୍ରଗୁଡିକୁ କିଣୁଥିବାର ଦୋକାନୀ କହିଛନ୍ତି। ଅପରପକ୍ଷେ କରୋନା ସତର୍କ ପାଇଁ ଯାତାୟତ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ଏପରି ସ୍ଥିତିରେ ତୁଳସୀ ପତ୍ର ଓ ନିମ୍ବ ପତ୍ରର ଦାମ ବୃଦ୍ଧି ହେଉଥିବାର କହୁଛନ୍ତି ଦୋକାନୀ।

ଲୋକେ ନିମ୍ବ ପତ୍ରକୁ ପାଣିରେ ଫୁଟାଇ ଏହି ପାଣିକୁ ଗାଧୋଇବା ସହିତ ହାତ ଧୋଇବାରେ ଉପଯୋଗ କରୁଛନ୍ତି। ସେହିପରି ତୁଳସୀ ପତ୍ରରେ ଚା’ ପ୍ରସ୍ତୁତ କରି ପିଉଛନ୍ତି। ଭାଇରସ୍‌ କବଳରୁ ରକ୍ଷା ପାଇବା ପାଇଁ ଏବେ ଲୋକେମାନେ ଆୟୁର୍ବେଦ ଉପରେ ଭରସା କରୁଛନ୍ତି। (ଏଜେନ୍ସି)

 

Related posts