ଦୁର୍ଘଟଣାରେ ଓଏସ୍‌ଏପିର ଜଣେ ମୃତ, ତିନି ଗୁରୁତର

Published: Mar 19, 2020, 9:39 am IST

 

ସମୀକ୍ଷା ବ୍ୟୁରୋ

ଢେଙ୍କାନାଳ: ସଡକ ଦୁର୍ଘଟଣାରେ ଓଏସ୍‌ଏପିର ଜଣେ ମୃତ। ଓଏସ୍‌ଏପି ଫାଷ୍ଟ ବାଟାଲିଅନ୍‌ର ଜଣେ ଡେପୁଟି ସୁବେଦାର ମୃତ । ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ 55 ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ୍‌ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପୁଲିସ୍‌ ଜିପ୍‌ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି।

Related posts