ରଞ୍ଜିତ୍ ପଣ୍ଡା
କୁଜଙ୍ଗ: କୁଜଙ୍ଗବ୍ଳକ ପାଟପୁର ପଂଚାୟତର ଜନୈକା ଡ଼ିଲର ବାଲିପାରୀ ଗ୍ରାମର ୧୪୦ ଜଣ ହିତାଧିକାରୀଙ୍କୁ ରାଜ୍ୟ ଏବଂ କେନ୍ଦ୍ରସରକାରଙ୍କ ଖାଦ୍ୟ ନିରାପତ୍ତା ଆଇନ ଜରିଆରେ ପ୍ରଦାନ କରାଯାଉଥିବା ଚାଉଳ, ଗହମ ପ୍ରଦାନ କରାଯାଉ ନଥିବା ଅଭିଯୋଗ ହୋଇଛି। ବ୍ରଜବାଳା କାଣ୍ଡିଙ୍କ ନାମରେ ଡ଼ିଲରସିପ ରହିଥିବାବେଳେ ଅନ୍ୟଜଣେ ବ୍ୟକ୍ତି ଏହାକୁ ପରିଚାଳନା କରୁଛନ୍ତି। ମାତ୍ର ବିଭିନ୍ନ ସମୟରେ ସାମଗ୍ରୀ ପ୍ରଦାନରେ ଅନିୟମିତତା କାରଣରୁ ଅନେକ ହିତାଧିକାରୀଙ୍କର ଦୁଇମାସରୁ ଅଧିକ ଚାଉଳ ଏବଂ ଗହମ ବକେୟା ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ବକେୟା ପ୍ରଦାନ କରାଯିବା ସହିତ ସମ୍ପୃକ୍ତ ଡ଼ିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ଘଟଣା ସମ୍ପର୍କରେ ଯୋଗାଣ ଅଧିକାରୀ ବିବେକାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ତଦ୍ଦନ୍ତ ହେବାପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।
Tags: