ନିର୍ଭୟା ମାମଲା : ପଓ୍ବନର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ

Published: Mar 19, 2020, 11:53 am IST

ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ପଓ୍ବନ ଗୁପ୍ତାର କ୍ୟୁରେଟିଭ ପିଟିସନ୍‌ ଖାରଜ । ପଓ୍ବନର କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମ୍‌କୋର୍ଟ । ସୂଚନାଯୋଗ୍ୟଯେ, ସୁପ୍ରିମକୋର୍ଟରେ ପଓ୍ବନ ଆବେଦନ ଏକ ରିଭ୍ୟୁ ପିଟିସନ ଦାଖଲ କରି ଅପରାଧ ସମୟରେ ସେ ନାବାଳକ ଥିଲା ବୋଲି ଦର୍ଶାଇଥିଲା। କୋର୍ଟ ଏହାକୁ ଖାରଜ କରିଛନ୍ତି। ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ଦଣ୍ଡ ଦେବାର ରହିଛି। ତେବେ ସମସ୍ତ ଦୋଷୀଙ୍କ ପାଖରେ ରହିଥିବା ସବୁ ବିକଳ୍ପ ଶେଷ ହୋଇଥିବାବେଳେ ଆସନ୍ତାକାଲି ଦୋଷୀମାନଙ୍କର ଫାଶୀ ହେଉଛି ନା ସେମାନେ ପୁଣି ଥରେ ଆଇନର ଗଳାବାଟ ଦେଇ ବଞ୍ଚୁଛନ୍ତି, ତାହା ଦେଖିବାକୁ ବାକି ରହିଲା। ଗତ ସାତ ବର୍ଷ ଧରି ଏହି ମାମଲାର ବିଚାର ଚାଲିଥିବାବେଳେ ଫାଶୀ ଦଣ୍ଡାଦେଶ ନେଇ ଦୁଇ ଦୁଇଟି ତାରିଖକୁ ଅପରାଧୀମାନେ ବେଶ୍‌ ଚତୁରତାର ସହିତ ଏଡାଇ ଆସିଛନ୍ତି।  (ଏଜେନ୍ସି)

Related posts