Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସଭାର ସଦସ୍ୟ ରୂପେ ଶପଥ ନେଲେ ପୂର୍ବତନ ବିଚାରପତି ରଞ୍ଜନ ଗୋଗେଇ
ଆଜିର ଖବର

ରାଜ୍ୟସଭାର ସଦସ୍ୟ ରୂପେ ଶପଥ ନେଲେ ପୂର୍ବତନ ବିଚାରପତି ରଞ୍ଜନ ଗୋଗେଇ

March 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବିବାଦ ମଧ୍ୟରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଗୋଗେଇ ଆଜି ରାଜ୍ୟସଭାରେ ସଦସ୍ୟ ରୂପେ ଶପଥ ନେଇଛନ୍ତି । ରଞ୍ଜନ ଗୋଗେଇ ଶପଥ ନେବା ସମୟରେ କଂଗ୍ରେସ ନେତୃତ୍ବରେ ବିରୋଧୀର କିଛି ସାଂସଦ ଆଜି ହଙ୍ଗାମା କରିଛନ୍ତି । ନାରା ଲଗାଇବା ସହିତ ଗୃହତ୍ୟାଗ କରିଥିଲେ ବିରୋଧୀ ।

କଂଗ୍ରେସ ଓ ବିଏସପିର ସାଂସଦମାନେ ପ୍ରଥମେ ଗୃହ ମଧ୍ୟରେ ଜଷ୍ଟିସ୍‌ ଗୋଗୋଇଙ୍କ ଶପଥ ପାଠକୁ ବିରୋଧ କରିଥିଲେ। ଏହାପରେ ସିପିଆଇ, ଡିଏମକେ ଓ ଏମଡିଏମକେ ସାଂସଦମାନେ ଏହାକୁ ସମର୍ଥନ କରିଥିଲେ। ଏହି ହୋହାଲ୍ଲା ମଧ୍ୟରେ ଜଷ୍ଟିସ ଗୋଗୋଇ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ତେବେ ଏହାକୁ ବିରୋଧୀ କରି ବିରୋଧୀ ଦଳର ସାଂସଦମାନେ କକ୍ଷତ୍ୟାଗ କରିଥିଲେ।

ଜଷ୍ଟିସ ଗୋଗୋଇ ୨୦୧୯ ନଭେମ୍ବର ମାସରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ। ଏହାର ୪ ମାସ ପରେ ଅର୍ଥାତ ମାର୍ଚ୍ଚ ୧୬ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ। ତେବେ ଜଣେ ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯିବା ଓ ଏହାକୁ ସେ ସହ ଗ୍ରହଣ କରିବାକୁ ଅନେକ ନାପସନ୍ଦ କରିଥିଲେ।

ରଞ୍ଜନ ଗୋଗେଇ ରାଜ୍ୟସଭା ସଦସ୍ୟ ପାଇଁ ମନୋନୀତ ହେବା ପରେ ବିରୋଧୀ ଦଳ ବିରୋଧ କରିଥିଲେ । କଂଗ୍ରେସ ସାଂସଦ କପିଲ୍‌ ଶିବଲ୍‌ ରଞ୍ଜନ ଗୋଗେଇଙ୍କୁ ପାଞ୍ଚଟି ପ୍ରଶ୍ନ ପଚାରିଥିବାବେଳେ ଏଆଇଏମ୍‌ଆଇଏମ୍ ପ୍ରମୁଖ ଓଓ୍ବେସୀ ଗୋଗେଇଙ୍କୁ ଏହା କ’ଣ ପୁରସ୍କାର ମିଳିଛି ବୋଲି କହି କଟାକ୍ଷ କରିଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ, ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସମାପ୍ତି ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

January 21, 2026

ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନକୁ ନେଇ ଯାତ୍ରୀଙ୍କ ପ୍ରବଳ ଉତ୍ସାହ: ପ୍ରଥମ ଦିନ ଯାତ୍ରାର ସବୁ ଟିକେଟ୍‌ ବୁକିଂ ଶେଷ

January 21, 2026

ଭାରତ ସହିତ FTA କୁ ନେଇ ଇୟୁ ମୁଖ୍ୟଙ୍କ ବଡ ବୟାନ: ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା

January 21, 2026

ଶିଶିର ସରସ ମେଳା ଉଦଯାପିତ: ୧୧ ଦିନରେ ୩୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ

January 21, 2026
Latest News

ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ, ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସମାପ୍ତି ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

January 21, 2026

ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନକୁ ନେଇ ଯାତ୍ରୀଙ୍କ ପ୍ରବଳ ଉତ୍ସାହ: ପ୍ରଥମ ଦିନ ଯାତ୍ରାର ସବୁ ଟିକେଟ୍‌ ବୁକିଂ ଶେଷ

January 21, 2026

ଭାରତ ସହିତ FTA କୁ ନେଇ ଇୟୁ ମୁଖ୍ୟଙ୍କ ବଡ ବୟାନ: ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା

January 21, 2026

ଶିଶିର ସରସ ମେଳା ଉଦଯାପିତ: ୧୧ ଦିନରେ ୩୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ

January 21, 2026

ବିଧାନସଭା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଗୁଣାତ୍ମକ ମାନଦଣ୍ଡ ଆବଶ୍ୟକ ଉପରେ ମାନସ ମନ୍ଥନ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.