ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ସରକାର ଏନେଇ ବେଶ୍ ସତର୍କ ରହିଛନ୍ତି । ଏହି କ୍ରମରେ କରୋନାକୁ ଦୃଷ୍ଟିରେ ରଖି ୟୁଜିସି ଆଜି ନୂଆ ନିର୍ଦ୍ଦେଶନାମା ଜାରି କରିଛି। ୟୁଜିସି ଅଧୀନରେ ଥିବା ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକୁ ମାର୍ଚ୍ଚ 31 ଯାଏଁ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ସେହିପରି ମାର୍ଚ୍ଚ 31 ପର୍ଯ୍ୟନ୍ତ କୌଣସି ପ୍ରକାରର ଖାତା ଦେଖା କାର୍ଯ୍ୟ ମଧ୍ୟ ଚାଲିପାରିବ ନାହିଁ। ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନୂଆ ପରୀକ୍ଷା ତାରିଖ ଓ ଖାତା ଦେଖା ଉପରେ ନିଷ୍ପତ୍ତି ନିଆଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି। (ଏଜେନ୍ସି)
Tags: