Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିହାର୍‌ ଜେଲ ଇତିହାସରେ ପ୍ରଥମ ଥର ପାଇଁ ଏକାସାଙ୍ଗରେ ଦିଆଗଲା ଚାରି ଦୋଷୀଙ୍କୁ ଫାଶୀ: ଜାଣନ୍ତୁ କେମିତି ଥିଲା ପ୍ରସ୍ତୁତି
ଆଜିର ଖବର

ତିହାର୍‌ ଜେଲ ଇତିହାସରେ ପ୍ରଥମ ଥର ପାଇଁ ଏକାସାଙ୍ଗରେ ଦିଆଗଲା ଚାରି ଦୋଷୀଙ୍କୁ ଫାଶୀ: ଜାଣନ୍ତୁ କେମିତି ଥିଲା ପ୍ରସ୍ତୁତି

March 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଫାଶୀ ଫନ୍ଦରୁ ବଞ୍ଚାଇବା ପାଇଁ ତାଙ୍କ ଓକିଲ ଏପି ସିଂହ ବହୁ ପ୍ରଚେଷ୍ଟା କରିଥିଲେ। ଚାରି ଦୋଷୀଙ୍କୁ ଫାଶୀରୁ ବଞ୍ଚାଇବା ପାଇଁ ଏପି ସିଂହ ଦିଲ୍ଲୀ ହାଇକୋର୍ଟରୁ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯାଇ ଆଇନର ବିଭିନ୍ନ ଗଳା ବାଟକୁ ଉପଯୋଗ କରିଥିଲେ। କିନ୍ତୁ ତାଙ୍କର ସବୁ ଚାଲ୍‌ ଫେଲ୍‌ ମାରିଲା। ତିହାର ଜେଲ୍‌ର ଇତିହାସରେ ପ୍ରଥମ ଥର ପାଇଁ ଚାରି ଦୋଷୀଙ୍କୁ ଏକା ସାଙ୍ଗରେ ଦିଆଗଲା ଫାଶୀ। ଏହା ପୂର୍ବରୁ 1982ରେ ରଙ୍ଗା –ବିଲ୍ଲାଙ୍କୁ ଏକାସାଙ୍ଗରେ ଫାଶୀ ଦିଆଯାଇଥିଲା।

ନିର୍ଭୟାର ଚାରୀ ଦୋଷୀ ବିନୟ, ମୁକେଶ, ପଓ୍ବନ ଓ ଅକ୍ଷୟଙ୍କୁ ଫାଶୀ ଦେବା ପାଇଁ ତିହାଡର ଫାଶୀ ଘରର କୂଅକୁ ଚଉଡା କରାଯାଇଥିଲା। ଯେଉଁ ଜେଲ୍‌ରେ ଏହି ଚାରି ଦୋଷୀ ରହିଥିଲେ, ସେଠାରୁ 200 ପାଦ ଦୂରରେ ଫାଶୀ ଘର ପ୍ରସ୍ତୁତ କରାଯାଇଥିଲା। ଯେଉଁଠାରେ ଫାଶୀ ଦିଆଯାଇଛି। ସେଠାରେ 500 ଗଜ ଏରିଆରେ ଏକ କୂଅ ନିର୍ମାଣ କରାଯାଇଥିଲା। ଯାହାର ଉଚ୍ଚତା 12 ଫୁଟ। ଫାଶୀ ଦିଆଯାଉଥିବା ସମୟରେ ଜେଲ୍‌ର ସୁପରିଟେଣ୍ଡେଡ୍‌, ଆସିଷ୍ଟାଣ୍ଡ୍‌ ଜେଲ୍‌ ସୁପରିଟେଣ୍ଡେଡ୍‌, ତାମିଲନାଡୁ ପୋଲିସ୍‌ କର୍ମୀ ଉପସ୍ଥିତ ରହିଥିଲେ। ଏତଦ୍‌ବ୍ୟତୀତ ମେଡ଼ିକାଲ୍‌ ଅଫିସର୍‌, ଡିଏମ୍‌ଏ, ଏଡିଏମ୍‌ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ସମସ୍ତଙ୍କ ଉପସ୍ଥିତିରେ ଦୋଷୀଙ୍କୁ ଫାଶୀ ଦିଆଯାଇଥିଲା।

ଏହି ଚାରିଙ୍କ ପୂର୍ବରୁ ତିହାର୍‌ ଜେଲ୍‌ରେ 1982 ମସିହାରେ ରଙ୍ଗା ବିଲ୍ଲାଙ୍କୁ ଫାଶୀ ଦିଆଯାଇଥିଲା। 1983ରେ ମୋହମ୍ମଦ ମକବୁଲ୍‌ ଭଟ୍ଟ, 1985ରେ କରତାର ସିଂହ-ଉଜାଗର ସିଂହ, 1989 ସତଓ୍ବନ୍ତ ସିଂହ-କେହର ସିଂହ ଓ 2013ରେ ଅଫଜଲ୍‌ ଗୁରୁକୁ ଫାଶୀ ଦିଆଯାଇଥିଲା। (ଏଜେନ୍ସି)

convicts hanged tiharjail
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ବିଦ୍ରୋହ!: ୫୯ ବିଧାୟକଙ୍କ ସମର୍ଥନ ଦାବି କଲେ ରୀତବ୍ରତ ବାନାର୍ଜୀ

June 3, 2026

କମ୍ପାନୀଗୁଡ଼ିକର ଲମ୍ବା ଧାଡ଼ି: ଆକାଶଛୁଆଁ ହେଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ରାଣ୍ଡ ମୂଲ୍ୟ

June 3, 2026

ଜୀ ସାର୍ଥକର ତରଫରୁ ‘କିଛି ସତ କିଛି ମିଛ’ ର ଆଲୋକ ଓ ଛବିର ବିବାହ ଉତ୍ସବ ପାଇଁ ନିମନ୍ତ୍ରଣ

June 3, 2026

ଗଞ୍ଜାମ ହାଜତ ମୃତ୍ୟୁ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 3, 2026
Latest News

ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ବିଦ୍ରୋହ!: ୫୯ ବିଧାୟକଙ୍କ ସମର୍ଥନ ଦାବି କଲେ ରୀତବ୍ରତ ବାନାର୍ଜୀ

June 3, 2026

କମ୍ପାନୀଗୁଡ଼ିକର ଲମ୍ବା ଧାଡ଼ି: ଆକାଶଛୁଆଁ ହେଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ରାଣ୍ଡ ମୂଲ୍ୟ

June 3, 2026

ଜୀ ସାର୍ଥକର ତରଫରୁ ‘କିଛି ସତ କିଛି ମିଛ’ ର ଆଲୋକ ଓ ଛବିର ବିବାହ ଉତ୍ସବ ପାଇଁ ନିମନ୍ତ୍ରଣ

June 3, 2026

ଗଞ୍ଜାମ ହାଜତ ମୃତ୍ୟୁ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 3, 2026

ଜନ୍ମ ମାଟିରେ ବାଣପୁର ମୁକ୍ତି ସଂଗ୍ରାମର ମହାନାୟକ ବିପ୍ଲବୀ କୃତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.