
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜ୍ୟରେ କରୋନା ସଙ୍କଟ ଭୟଙ୍କର ରୂପ ନେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ 14ଟି ଜିଲ୍ଲାରେ ଲକ୍ଡାଉନ୍ ଜାରି କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତିନି ମାସର ବେତନ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ମୁଖ୍ୟମନ୍ତ୍ରୀ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି । କୋଭିଡ୍-19 ପାଇଁ ଗଠିତ ଫଣ୍ଡକୁ ଏହି ଅର୍ଥରାଶି ପ୍ରଦାନ କରାଯାଇଛି । ଏହା ସହିତ ଅନ୍ୟମାନେ ସ୍ବତଃପ୍ରୋତ ଭାବରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ପ୍ରଦାନ କରିବା ପାଇଁ ନବୀନ ଅନୁରୋଧ କରିଛନ୍ତି ।