Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକ ସପ୍ତାହ ମଧ୍ୟରେ ବାହାର ରାଜ୍ୟରୁ ଓଡିଶାକୁ ଆସିଛନ୍ତି ୭୮ ହଜାର ଲୋକ, ସମସ୍ତଙ୍କୁ ୧୪ ଦିନ ପାଇଁ ଏକାନ୍ତବାସରେ ରହିବାକୁ ପରାମର୍ଶ
ଆଜିର ଖବର

ଏକ ସପ୍ତାହ ମଧ୍ୟରେ ବାହାର ରାଜ୍ୟରୁ ଓଡିଶାକୁ ଆସିଛନ୍ତି ୭୮ ହଜାର ଲୋକ, ସମସ୍ତଙ୍କୁ ୧୪ ଦିନ ପାଇଁ ଏକାନ୍ତବାସରେ ରହିବାକୁ ପରାମର୍ଶ

March 25, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link
Subroto Bagchi
Subroto Bagchi

ଭୁବନେଶ୍ବର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଭିନ୍ନ କମ୍ପାନୀ ପକ୍ଷରୁ ମିଳିଥିବା ସହାୟତା ରାଶି ସମ୍ପର୍କରେ ଜଣାଇବା ସହିତ କରୋନା ମୁକାବିଲାର ଅନ୍ୟାନ୍ୟ ଦିଗ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହା ସହିତ ବିଭିନ୍ନ ରାଜ୍ୟରୁ ଓଡିଶାକୁ ପ୍ରତ୍ୟାବର୍ତ୍ତନ କରିଥିବା ବିଭିନ୍ନ ଲୋକଙ୍କ ସମ୍ପର୍କରେ ସୂଚନା ଦେଇଥିଲେ ବାଗ୍‌ଚୀ। ଏକ ସପ୍ତାହ ମଧ୍ୟରେ ଓଡ଼ିଶାକୁ ୭୮,୨୩୩ ଜଣ ଲୋକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ସମସ୍ତ ଲୋକଙ୍କୁ ଘରେ କ୍ବାରାଣ୍ଟାଇନ୍‌ରେ ରହିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା :
୧. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍‌-୧୯ ଜଟିଳ ପରିସ୍ଥିତିରେ ଡାକ୍ତର, ପାରାମେଡିକ୍ସ ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ତ୍ୟାଗ, ନିଷ୍ଠା ଓ ସେବା ମନୋବୃତ୍ତିର ପରିଚୟ ଦେଇ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଏପରି ଅସାଧାରଣ ପରିସ୍ଥିତିରେ ସେମାନଙ୍କ ଉତ୍ସାହକୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ସେବାକାର୍ଯ୍ୟ ନିମନ୍ତେ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟସେବାସଂପୃକ୍ତ କର୍ମଚାରୀଙ୍କୁ ଅପ୍ରେଲ, ମଇ, ଜୁନ୍‌ ଓ ଜୁଲାଇ ମାସର ବେତନ ଅଗ୍ରୀମ ଆକାରରେ ଆସନ୍ତା ଅପ୍ରେଲ୍‌ ମାସରେ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟସେବାରେ ସଂପୃକ୍ତ କର୍ମଚାରୀମାନଙ୍କୁ ଅସହଯୋଗ କିମ୍ବା ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।
କୋଭିଡ୍‌-୧୯ ସମଗ୍ର ବିଶ୍ୱରେ ଅସାଧାରଣ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ନିୟନ୍ତ୍ରଣ କରିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତିକାରାତ୍ମକ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମାଜର ପ୍ରତ୍ୟେକ ବର୍ଗଙ୍କଠାରୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି।

୨. ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସୁରୁଖୁରୁରେ ବିନା ପ୍ରତିବନ୍ଧକରେ ଅବ୍ୟାହତ ରହିବ। ଏଥି ପ୍ରତି ଜନସାଧାରଣ ବିଚଳିତ ବା ଆତଙ୍କିତ ନହେବାକୁ ରାଜ୍ୟ ସରକାର ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

୩.କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିରୋଧ କରିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର କରିଥିବା ଉଦ୍ୟମକୁ ସମର୍ଥନ କରି ଏକ ଦାୟିତ୍ୱସଂପନ୍ନ ସରକାରୀ ଉଦ୍ୟୋଗ ଭାବେ ଓଡ଼ିଶା ଖଣି ନିଗମ ୫୦୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ପ୍ରକାଶ ଥାଉ କି, ଗତ ଫେବୃଆରୀ ୨୦୨୦ରେ ଓଏମ୍‌ସି ତରଫରୁ ୧୦୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରାଯାଇଥିଲା।

୪. ରାଜ୍ୟରେ କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ସ୍ୱରୂପ ରାଜ୍ୟ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୩୦ ଜିଲ୍ଲା ପାଇଁ ୪୪.୫୦ କୋଟି ଟଙ୍କା ପ୍ରତ୍ୟେକ ଜିଲ୍ଲା ରେଡ୍‌କ୍ରସ୍‌ ପାଣ୍ଠିକୁ ପ୍ରଦାନ କରାଯାଇଛି । ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାକୁ ୩ କୋଟି ଟଙ୍କା ଲେଖାଏଁ, ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ ସମ୍ବଲପୁର ଜିଲ୍ଲାକୁ ୨ କୋଟି ଟଙ୍କା ଲେଖାଏଁ, ଅନୁଗୋଳ, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରତ୍ୟେକ ୧ କୋଟି ଟଙ୍କା ଏବଂ ଦେବଗଡ଼ ଜିଲ୍ଲାକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

୫. ଓଡ଼ିଶା ରାଜ୍ୟ ଔଷଧ ନିଗମ ଶୀଘ୍ର ଔଷଧ ଓ ମେଡ଼ିକାଲ୍‌ ଉପକରଣ ଯୋଗାଉଥିବା ସଂସ୍ଥାଗୁଡିକ ପାଇଁ ଆଗୁଆ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ସପ୍ତାହକ ମଧ୍ୟରେ ଯୋଗାଣ ପାଇଁ ୫୦ ପ୍ରତିଶତ, ୧୫ ଦିନ ମଧ୍ୟରେ ଯୋଗାଣ ପାଇଁ ୨୫ ପ୍ରତିଶତ ଓ ମାସକ ମଧ୍ୟରେ ଯୋଗାଣ ପାଇଁ ୧୦ ପ୍ରତିଶତ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଅନୁରୂପ ଭାବରେ ଉପକରଣ ପରିବହନ ବାବଦରେ ସମସ୍ତ ଖର୍ଚ୍ଚ ସମେତ ସମସ୍ତ ପ୍ରାପ୍ୟ ୨୪ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ ବୋଲି ସୁନିଶ୍ଚିତ ହୋଇଛି।

୬. ଲକ୍‌ ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ କରୁଥିବା ମାଲବାହୀ ଯାନବାହନଗୁଡ଼ିକର ଚଳାଚଳ ଅବ୍ୟାହତ ରହିବ।

୭. ଓଡ଼ିଶାର ଶିଳ୍ପୋଦ୍ୟୋଗଗୁଡ଼ିକୁ ଆବଶ୍ୟକ ମେଡିକାଲ୍‌ ଉପକରଣ ଯଥା-ପୋର୍ଟେବୁଲ୍‌ ଭେଣ୍ଟିଲେଟର, ମାସ୍କ ଏବଂ ସାନିଟାଇଜର ଇତ୍ୟାଦି ପ୍ରଦାନ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ୍‌ ଫାର୍ମର୍ସ ଫଟିଲାଇଜର କୋପରେଟିଭ୍‌ (ଇଫ୍‌କୋ) ଏ ଦିଗରେ ପ୍ରଥମେ ପଦକ୍ଷେପ ନେଇ ଆବଶ୍ୟକୀୟ ମେଡିକାଲ୍‌ ଉପକରଣ ଯୋଗାଇଛନ୍ତି।

8. ରାଜ୍ୟ ବାହାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ସମୁଦାୟ ୭୮,୨୩୩ ଜଣ ବ୍ୟକ୍ତି ଆସିଛନ୍ତି। ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୧୧,୦୮୪ ଜଣ ବ୍ୟକ୍ତି ଆସିଥିବାବେଳେ ବାଲେଶ୍ୱରକୁ ୬୪୪୨ ଜଣ ବ୍ୟକ୍ତି ଆସିଛନ୍ତି। କଳାହାଣ୍ଡି ଓ ଫୁଲବାଣୀ ଜିଲ୍ଲାକୁ ଯଥାକ୍ରମେ ୪୪୪୮ ଓ ୪୩୦୬ ଜଣ ବ୍ୟକ୍ତି ଆସିଛନ୍ତି।

୯. ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସ୍ୱତଃପ୍ରବୃତ୍ତ ଭାବରେ ୧୪ ଦିନ ନିମନ୍ତେ ସଙ୍ଗରୋଧରେ ରହିବାକୁ ବୁଝାଇବା ପାଇଁ ଗ୍ରାମପଞ୍ଚାୟତ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ବାବଦରେ ସମସ୍ତ ପଞ୍ଚାୟତ ସମିତି ଓ ଜିଲ୍ଲା କର୍ତ୍ତୃପକ୍ଷମାନଙ୍କୁ ମଧ୍ୟ ଅନୁରୂପ ନିର୍ଦ୍ଦେଶ ଦିଆଯାଇଛି।

୧୦. ପ୍ରାଣୀସଂପଦ ବିଭାଗୀୟ ସେବାକୁ ଅତ୍ୟାବଶ୍ୟକ ସେବା ଭାବେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଆଜିଠାରୁ ଏହି ସେବା ଲକ୍‌ ଡାଉନ୍‌ ସମୟରେ କଟକଣାମୁକ୍ତ ରହିବ।

୧୧. ଆଜି ଦିନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୩୩ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୧୨୯ଟି ନମୁନାର ରିପୋର୍ଟ ହସ୍ତଗତ ହୋଇଛି। ୪ଟି ନମୁନାର ରିପୋର୍ଟ ହସ୍ତଗତ ହୋଇନାହିଁ। ଏ ପର୍ଯ୍ୟନ୍ତ ୨ଟି ପଜିଟିଭ୍‌ ରହିଥିବାବେଳେ ଆଉ କୌଣସି ନୂଆ ପଜିଟିଭ୍‌ ଚିହ୍ନଟ ହୋଇନାହିଁ।

୧୨. ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଉଭୟ ହସ୍‌ପିଟାଲ୍‌ରେ ଦିଆ ଯାଉଥିବା ଖାଦ୍ୟ ଖାଉଛନ୍ତି।

୧୩. ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୫ ଜଣ ଆସିଥିବା ତଥ୍ୟ ମିଳିଛି। ସେମାନଙ୍କ ମଧ୍ୟରୁ ୫୫ ଜଣଙ୍କ ସହ ଯୋଗାଯୋଗ ହୋଇଛି।

୧୪. ଭୁବନେଶ୍ୱରରେ ୧୦ଟି ମନଟରିଂ ଟିମ୍‌ ସମେତ ସାରା ରାଜ୍ୟରେ ୧୦୦ଟି ମନିଟରିଂ ଟିମ୍‌ ଏଥିପାଇଁ କାର୍ଯ୍ୟ କରୁଛନ୍ତି।

୧୫. ବର୍ତ୍ତମାନ ସୁଦ୍ଧା ୪୦୧୫ ଜଣ ୧୦୪ ହେଲ୍‌ପ ଲାଇନ୍‌ ଏବଂ ପୋର୍ଟାଲ୍‌ ଜରିଆରେ ପଞ୍ଜୀକରଣ କରିଛନ୍ତି।

୧୬. କୋଭିଡ୍‌-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୬ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍‌ରେ ରଖାଯାଇଛି।

covid19
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରାଣୀ ରୋଗ ନିୟନ୍ତ୍ରଣ ପାଇଁ ୫ ବର୍ଷରେ ଓଡ଼ିଶାକୁ ମିଳିଛି ୯୧୪୭.୪୨ କୋଟି

August 20, 2025

ନବସୃଜନକୁ ପ୍ରୋତ୍ସାହିତ କରିବ ଏବଂ ସମାଜକୁ ସୁରକ୍ଷା ଦେବ ଅନଲାଇନ୍‌ ଗେମିଂ ବିଲ୍‌, ୨୦୨୫

August 20, 2025

କୋଦଳା ଉପକାରାଗାରରେ ବିଚାରଧୀନ ବୃଦ୍ଧଙ୍କ ମୃତ୍ୟୁ

August 20, 2025

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025
Latest News

ପ୍ରାଣୀ ରୋଗ ନିୟନ୍ତ୍ରଣ ପାଇଁ ୫ ବର୍ଷରେ ଓଡ଼ିଶାକୁ ମିଳିଛି ୯୧୪୭.୪୨ କୋଟି

August 20, 2025

ନବସୃଜନକୁ ପ୍ରୋତ୍ସାହିତ କରିବ ଏବଂ ସମାଜକୁ ସୁରକ୍ଷା ଦେବ ଅନଲାଇନ୍‌ ଗେମିଂ ବିଲ୍‌, ୨୦୨୫

August 20, 2025

କୋଦଳା ଉପକାରାଗାରରେ ବିଚାରଧୀନ ବୃଦ୍ଧଙ୍କ ମୃତ୍ୟୁ

August 20, 2025

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.