
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଏକ ବଡ ଯୋଜନା ଘୋଷଣା କରାଯାଇଛି। ଦେଶର ୮୦ କୋଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପ୍ରତି ବ୍ୟକ୍ତି ପିଛା ୭ କିଗ୍ରା ରାସନ ପ୍ରଦାନ କରାଯିବ। ଆସନ୍ତା ତିନି ମାସ ପାଇଁ ଅଗ୍ରୀମ ଭାବରେ ରାସନ ପ୍ରଦାନ କରାଯିବ ବୋଲି ଜଣାପଡିଛି। ୨୭ ଟଙ୍କାରେ ମିଳୁଥିବା ଗହମକୁ ୨ ଟଙ୍କାରେ ଏବଂ ୩୭ ଟଙ୍କାରେ ମିଳୁଥିବା ଚାଉଳକୁ ୩ ଟଙ୍କାରେ ପ୍ରଦାନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। କୌଣସି ପ୍ରକାରର ଗୁଜବକୁ ଧ୍ୟାନ ନଦେବା ପାଇଁ ଜାଭଡେକର ମତ ଦେଇଛନ୍ତି। ସମସ୍ତ ରାଜ୍ୟକୁ ଆବଶ୍ୟକୀୟ ରାସନ୍ ସାମଗ୍ରୀ ଆଗୁଆ ପଠାଯାଇଛି ବୋଲି ଜାଭଡେକର ସୂଚନା ଦେଇଛନ୍ତି। (ଏଜେନ୍ସି)