Categories
ଅପରାଧ ଆଜିର ଖବର ଜାତୀୟ ଖବର

ହାତୀ ମୃତ୍ୟୁକୁ ନେଇ ମତ ରଖିଲେ ଜାଭାଡେକର୍‌ : ପଶୁ ହତ୍ୟା ଭାରତର ସଂସ୍କୃତି ନୁହେଁ

ଥିରୁଅନନ୍ତପୁରମ୍‌ : କେରଳର ମଲ୍ଲାପୁରମ୍‌ରେ ଘଟିଥିବା ବର୍ବର ହାତୀ ମୃତ୍ୟୁ ମାମଲାକୁ ନେଇ ନିଜୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭାଡେକର୍ । ବାଣ ଖାଇବାକୁ ଦେଇ ପଶୁ ହତ୍ୟା କରିବା ଭାରତୀୟ ସଂସ୍କୃତିର ପରିଚୟ ନୁହେଁ ବୋଲି ଗୁରୁବାର ମତ ପ୍ରକାଶ କରି କହିଛନ୍ତି ଜାଭାଡେକର । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଆଇନ୍‌ ସମ୍ମୁଖକୁ ଆଣିବାରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରୟାସ କରାଯିବ ବୋଲି ଜାଭାଡେକର ଟ୍ବିଟ୍‌ କରିଛନ୍ତି ।

ଏହି ବର୍ବର କାଣ୍ଡ ପରେ ଜାତୀୟ ବନ୍ୟ ପ୍ରାଣୀ ଆଇନ୍‌ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଫିଲ୍ମ କଳାକାରଙ୍କ ଠାରୁ ଆରମ୍ଭ କରି ରାଜନେତା ମାନେ ଦୁଃଖ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 27 ତାରିଖରେ କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ । ହାତୀଟି ସପୁରୀ ଖାଇବା ମାତ୍ରେ, ପାଟିରେ ବାଣ ଫୁଟିଯାଇଥିଲା । ଯନ୍ତ୍ରଣା ଜର୍ଜରିତ ହାତୀଟି ନଦୀ ଭିତରକୁ ପଶିଯାଇ ପ୍ରାଣ ହରାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

୮୦ କୋଟି ଲୋକଙ୍କୁ ଶସ୍ତାରେ ଚାଉଳ ଓ ଗହମ ଯୋଗାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଏକ ବଡ ଯୋଜନା ଘୋଷଣା କରାଯାଇଛି। ଦେଶର ୮୦ କୋଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପ୍ରତି ବ୍ୟକ୍ତି ପିଛା ୭ କିଗ୍ରା ରାସନ ପ୍ରଦାନ କରାଯିବ। ଆସନ୍ତା ତିନି ମାସ ପାଇଁ ଅଗ୍ରୀମ ଭାବରେ ରାସନ ପ୍ରଦାନ କରାଯିବ ବୋଲି ଜଣାପଡିଛି। ୨୭ ଟଙ୍କାରେ ମିଳୁଥିବା ଗହମକୁ ୨ ଟଙ୍କାରେ ଏବଂ ୩୭ ଟଙ୍କାରେ ମିଳୁଥିବା ଚାଉଳକୁ ୩ ଟଙ୍କାରେ ପ୍ରଦାନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। କୌଣସି ପ୍ରକାରର ଗୁଜବକୁ ଧ୍ୟାନ ନଦେବା ପାଇଁ ଜାଭଡେକର ମତ ଦେଇଛନ୍ତି। ସମସ୍ତ ରାଜ୍ୟକୁ ଆବଶ୍ୟକୀୟ ରାସନ୍‌ ସାମଗ୍ରୀ ଆଗୁଆ ପଠାଯାଇଛି ବୋଲି ଜାଭଡେକର ସୂଚନା ଦେଇଛନ୍ତି। (ଏଜେନ୍ସି)

Categories
ଆଜିର ଖବର

2022 ସୁଦ୍ଧା ଭାରତର ସୌରଶକ୍ତି ବ୍ୟବହାର ଛୁଇଁବ 100 ଜିଗାଓ୍ବାଟ : ଜାଭଡେକର

ମାଦ୍ରିଦ୍‌,10/12 : 2022 ସୁଦ୍ଧା ଭାରତର ସୌରଶକ୍ତି ବ୍ୟବହାର 100 ଜିଗାଓ୍ବାଟକୁ ବୃଦ୍ଧି ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଛନ୍ତି । ମାଦ୍ରିଦ୍‌ରେ ଅନୁଷ୍ଠିତ ପରିବେଶ ପରିବର୍ତ୍ତନ ସମ୍ମିଳନୀରେ ଜାଭଡେକର ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଭାରତରେ ମାତ୍ର 33 ଜିଗାଓ୍ବାଟର ସୌରଶକ୍ତି ବ୍ୟବଡୃତ ହେଉଛି । ଆସନ୍ତା ତିନି ବର୍ଷ ମଧ୍ୟରେ ଭାରତର ସୌରଶକ୍ତି ବ୍ୟବହାରରେ ବୃଦ୍ଧି କରାଯାଇ 100 ଜିଗାଓ୍ବଟର ଲକ୍ଷ୍ୟ ରଖାଯାଇଛି ବୋଲି ଜାଭଡେକର ସୂଚନା ଦେଇଛନ୍ତି । 2015ର ପରିବେଶ ସମ୍ମିଳନୀରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସୌର ପ୍ରକଳ୍ପକୁ ନେଇ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁଯାୟୀ ଚେନ୍ନାଇ ଏବଂ ବିଶାଖାପଟ୍ଟନମରେ ଉଭୟ ରାଷ୍ଟ୍ରର ମିଳିତ ଉଦ୍ୟମରେ 7ଟି ସୌର ପ୍ରକଳ୍ପର କାମ ଚାଲୁରହିଛି । ଉଲ୍ଲେଖଯୋଗ୍ୟ ଯେ, ଚୀନ୍‌ ଏବଂ ଆମେରିକା ପଛକୁ ସୌରଶକ୍ତି ବ୍ୟବହାରରେ ଭାରତ ବିଶ୍ବର ତିନି ନମ୍ବର ସ୍ଥାନରେ ରହିଛି । (ଏଜେନ୍ସୀ)