ଲକ୍‌ଡାଉନ୍ ଯୋଗୁଁ ଘରକୁ ଫେରୁଥିବା ସମୟରେ ଘଟିଲା ଦୁର୍ଘଟଣା: 5ମୃତ, 6 ଗୁରୁତର

Published: Mar 28, 2020, 9:11 am IST

ତେଲେଙ୍ଗାନା: ତେଲେଙ୍ଗାନାଠାରେ ଏକ ସଡକ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଲକ୍‌ ଡାଉନ୍‌ କାରଣରୁ ନିଜ ଘରକୁ ଫେରୁଥିଲେ। ଏହି ଦୁର୍ଘଟଣାରେ 6ଜଣ ଗୁରୁତର ରହିଛନ୍ତି।  ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ଶାମଶବାଦ୍‌ ନିକଟରେ ଏକ ଲରି ଓ ମିନି ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଛି। ମିନି ଟ୍ରକ୍‌ଟିରେ 30 ଜଣ ଲୋକ ରହିଥିଲେ। ଲକ୍‌ ଡାଉନ୍ କାରଣରୁ କର୍ଣ୍ଣାଟକରୁ ନିଜ ଘରକୁ ଏକ ମିନି ଟ୍ରକ ସାହାଯ୍ୟରେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନାଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବଳେ ମୃତକଙ୍କ ସଂଖ୍ୟା 19ରେ ପହଞ୍ଚିଲାଣି। ମୋଟ୍‌ 855 ଜଣ ଏହି ରୋଗରେ ସଂକ୍ରମିତ ହେଲେଣି। କରୋନାର ଭୟାବହତାକୁ ଦେଖି କେନ୍ଦ୍ର ସରକାର 21 ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। (ଏଜେନ୍ସି)

Related posts