ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର: ଦେଶର ସର୍ବବୃହତ ଶିଳ୍ପ ସଂସ୍ଥାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କରୋନା ମୁକାବିଲା ପାଇଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫ ଶହ କୋଟି ଟଙ୍କାର ସହାୟତା ରାଶି ସହିତ ଅନ୍ୟାନ୍ୟ ସୁବିଧା ନେଇ ଘୋଷଣା କରଯାଇଛି
୧. ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ପାଣ୍ଠିକୁ ୫୦୦ କୋଟିର ସହାୟତା।
୨. ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟିର ସହାୟତା।
୩. ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟିର ସହାୟତା।
୪. କୋଭିଡ -୧୯ ରୋଗୀଙ୍କ ପାଇଁ ଭାରତର ପ୍ରଥମ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ -୧୯ ହସ୍ପିଟାଲ।
୫. ୧୦ ଦିନ ମଧ୍ୟରେ ସାରା ଦେଶରେ ପଚାଶ ଲକ୍ଷ ମାଗଣା ଭୋଜନ।
୬. ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ପ୍ରତିଦିନ ଏକ ଲକ୍ଷ ମାସ୍କ।
୭. ଜରୁରୀକାଳୀନ ଯାନଗୁଡିକ ପାଇଁ ସାରା ଦେଶରେ ମାଗଣା ଇନ୍ଧନ।
୮. ପ୍ରତିଦିନ ଲକ୍ଷ ଲକ୍ଷ ଭାରତୀୟଙ୍କୁ ରିଲାଏନ୍ସ ରିଟେଲ ଆବଶ୍ୟକୀୟ ସାମଗ୍ରୀ ଯୋଗାଉଛି।